ETV Bharat / state

ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାରେ ବେଡର ଅଭାବ, ବାରଣ୍ଡାରେ ନବଜାତ

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ ଆବଶ୍ୟକ ମୁତାବକ ବେଡ । ବାଧ୍ୟ ହୋଇ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ରୋଗୀ । ନବଜାତ ମଧ୍ୟ ବାରଣ୍ଡାରେ ଶୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

author img

By

Published : Jul 14, 2020, 1:51 AM IST

ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାରେ ବେଡର ଅଭାବ, ବାରଣ୍ଡାରେ ନବଜାତ
ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାରେ ବେଡର ଅଭାବ, ବାରଣ୍ଡାରେ ନବଜାତ

ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ବାସ୍ଥ୍ୟସେବା । ବର୍ଷ ସାରା ଡାକ୍ତର ଓ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ସାଙ୍ଗକୁ ଷ୍ଟାଫ ନର୍ସ ଓ ଅନ୍ୟାନ୍ୟ ପଦପଦବୀ ଖାଲି ରହିଛି । ଆବଶ୍ୟକ ଭିତ୍ତିଭୂମି ନଥିବାରୁ ଚିକିତ୍ସାଳୟ ବାରଣ୍ଡାରେ ନବଜାତ ଶିଶୁ ଶୋଇଥିବା ଦେଖିବାକୁ ମିଳିଛି ।

ଚିକିତ୍ସାଳୟରେ ସବୁ ସମୟରେ ଶଯ୍ୟାର ଅଭାବ ପରିଲକ୍ଷିତ ହେଉଛି । ଫଳରେ ବାଧ୍ୟ ହୋଇ ରୋଗୀମାନେ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି । ସେହିପରି ବିଶ୍ରାମ କକ୍ଷ ଅଭାବରୁ ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଖାନା ବାରଣ୍ଡାରେ ବିଶ୍ରାମ ନେବାକୁ ବାଧ୍ୟ ହେଉଛନ୍ତି । ଖାଲି ଏତିକି ନୁହେଁ ଦିବ୍ୟାଙ୍ଗଙ୍କ ପାଇଁ ହ୍ବିଲ ଚେୟାର ଅଭାବ ରହିଛି । ଫଳରେ ଏଭଳି ରୋଗୀଙ୍କୁ ସେମାନଙ୍କ ସମ୍ପର୍କୀୟ ଡାକ୍ତରଖାନା ଭିତରକୁ ବୋହି ନେଉଛନ୍ତି । ଚିକିତ୍ସାଳୟରେ ଯେଉଁ ଦୁଇ ତିନୋଟି ହ୍ବିଲ ଚେୟାର ରହିଛି ସେସବୁ ମରାମତି ଅଭାବରୁ ବ୍ୟବହାର ହୋଇ ପାରୁନାହିଁ ।

ଅନ୍ୟପକ୍ଷେ ଚିକିତ୍ସାଳୟରେ ସାଲାଇନ ଷ୍ଟାଣ୍ଡର ବି ଅଭାବ ରହିଛି । ଫଳରେ ରୋଗୀଙ୍କ ଶଯ୍ୟା ନିକଟରେ କଣ୍ଟାରେ ଅବା ଝରକାରେ ସାଲାଇନ ବୋତଲ ଝୁଲେଇବାକୁ ପଡୁଛି । ଏନେଇ ରୋଗୀଙ୍କ ସମ୍ପର୍କୀୟମାନେ ଯେତେ ଯାହା ଆପତ୍ତି କଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହେଉଛି । ନିକଟରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ସମୟରେ ଗଣମାଧ୍ୟମ ପକ୍ଷରୁ ଏହି ସମସ୍ୟାର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ସତ୍ତ୍ବେ ଏଯାଏଁ ସମସ୍ୟାର ସମାଧାନ ହୋଇନାହିଁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.