ETV Bharat / state

ପୌରପରିଷଦର ଖାମଖିଆଲି ମନୋଭାବ, କାମରେ ଲାଗୁନି କାଞ୍ଜିଆ ହୁଦା - ସୁବର୍ଣ୍ଣପୁର ଖବର

ତିଆରି ହୋଇଛି କାଞ୍ଜିଆ ଘର । ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଜିଲ୍ଲାପାଳ ନିର୍ମାଣ କରିଥିଲେ ଗୋରୁ ଗାଈଙ୍କ ପାଇଁ କାଞ୍ଜିଆ ହୁଦା । ହେଲେ ସୁବର୍ଣ୍ଣପୁର ଜିଲ୍ଲାରେ ତାହା କାମରେ ଲାଗୁ ନଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ପୌରପରିଷଦର ଖାମଖିଆଲି ମନୋଭାବ, କାମରେ ଲାଗୁନି କାଞ୍ଜିଆ ହୁଦା

author img

By

Published : Sep 16, 2022, 12:11 PM IST

ସୁବର୍ଣ୍ଣପୁର: ତିଆରି ହୋଇଛି କାଞ୍ଜିଆ ଘର । ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଜିଲ୍ଲାପାଳ ନିର୍ମାଣ କରିଥିଲେ ଗୋରୁ ଗାଈଙ୍କ ପାଇଁ କାଞ୍ଜିଆ ହୁଦା । ହେଲେ ତାହା କାମରେ ଲାଗୁନି । ଫଳରେ ଜିଲ୍ଲାପାଳଙ୍କ ଏହି ଯୋଜନା ଫେଲ୍ ମାରିଛି । କାରଣ ଏହାର ଦାୟିତ୍ବ ନେଇଥିବା ପୌରପରିଷଦ କର୍ମଚାରୀର ଅବହେଳା ପାଇଁ ଆଜି ଅସୁରକ୍ଷିତ ହୋଇ ପଡ଼ିଛି କାଞ୍ଜିଆହୁଦା । ଏଭଳି ଅଭିଯୋଗ କରିଛି ଜିଲ୍ଲା ଜିଲ୍ଲା ବିଜେପି ।

ପୌରପରିଷଦର ଖାମଖିଆଲି ମନୋଭାବ, କାମରେ ଲାଗୁନି କାଞ୍ଜିଆ ହୁଦା

ଏଠାରେ ରହୁଥିବା ଗାଈଗୋରୁଙ୍କ ସୁରକ୍ଷା, ଖାଦ୍ୟପେୟ ତଥା ସ୍ବାସ୍ଥ୍ୟଗତ ସମସ୍ୟା ସୁଧାର କରିବାରେ ପୌରପରିଷଦ ତଥା କାଞ୍ଜିଆ ହାଉସ ପରିଚାଳକ ଧ୍ୟାନ ଦେଉନଥିବା ବିଜେପି ଅଭିିଯୋଗ କରିଛି । କାଞ୍ଜିଆ ଘରେ ନେଇ ଗାଈଙ୍କୁ ରଖିଲେ ବି ସେମାନଙ୍କର ଯତ୍ନ ନେଉନାହାଁନ୍ତି । ପୌରପରିଷଦ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏବେ କାଞ୍ଜିଆ ଘରେ ଗୋରୁ ରହୁନାହାନ୍ତି ।

ଗୋପାଳକମାନେ ସହର ଭିତରକୁ ତାଙ୍କ ଗୋରୁ ଗାଈକୁ ଛାଡ଼ି ଦେଉଥିବାରୁ ନାନା ହଇରାଣ ହେଉଥିଲେ ଲୋକେ । ଯୁଆଡ଼େ ଦେଖିଲେ ଚାରିଆଡ଼େ ଏଣେ ତେଣେ ବୁଲୁଥିଲେ ମାଳମାଳ ଗାଈ । ଫଳରେ ବୁଲା ଗାଈଗୋରୁଙ୍କ କବଜାରେ ରହିଥିଲା ସହରର ଛକ ବଜାର । ସହରର ପ୍ରମୁଖ ତଥା ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଗାଈଗୋରୁ ବୁଲିବା ସହିତ ରାସ୍ତା ଜାମ କରିବା ଯୋଗୁଁ ଛୋଟବଡ଼ ଦୁର୍ଘଟଣା ହୋଇଥାଏ ।

ଏହା ସହ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜିଥାଏ । ଏପରିକି ଅନ୍ଧାର ରାତିରେ ଦୁର୍ଘଟଣାର ଶିକାର ହୋଇ ଗାଈଗୋରୁ ମଧ୍ୟ ପ୍ରାଣ ହରାଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନିର୍ମାଣ କରିଥିଲେ ଗୋରୁ ଗାଈଙ୍କ ପାଇଁ କାଞ୍ଜିଆ ହୁଦା । ଆଉ ଏହାର ରକ୍ଷଣାବେକ୍ଷଣା ପାଇଁ ଦାୟିତ୍ବ ଦେଇଥିଲେ ପୌର ପରିଷଦ କର୍ମଚାରୀଙ୍କୁ । ସହରରେ କାଞ୍ଜିଆ ଘର ଥିଲେ ମଧ୍ୟ ପୌରପରିଷଦ କର୍ମଚାରୀଙ୍କ ଏଥିପ୍ରତି ଖାମଖିଆଲି ହେବାରୁ ଆଜି ରାଜରାସ୍ତା ପାଲଟିଛି ଗାଈ ଗୁହାଳ । କାଞ୍ଜିଆ ଘରେ ନେଇ ଗାଈଙ୍କୁ ରଖିଲେ ବି ସେମାନଙ୍କର ଯତ୍ନ ନେଉ ନଥିବା ଅଭିଯୋଗ ହୋଇଛି । ବାଟବଣା ହେଉଛି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଗୋ ଶ୍ରଦ୍ଧା କାର୍ଯ୍ୟକ୍ରମ ।

ନିକଟରେ କାଞ୍ଜି ହାଉସର ତାର, ପାଚେରୀ ଭାଙ୍ଗି ପ୍ରାୟ 100 ଗାଈ ଗୋରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ତେବେ କାଞ୍ଜି ହାଉସର ପରିଚାଳନାରେ ସଦର ପୌରପରିଷଦ ଆବଶ୍ୟକ ପଦକ୍ଷେପ ନେଉନଥିବାରୁ ଗୋ ଶ୍ରଦ୍ଧା କାର୍ଯ୍ୟକ୍ରମ ବିଫଳ ହୋଇଥିବା ବିଜେପି ଅଭିଯୋଗ କରିଛି । ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । ନଚେତ୍‌ କାଞ୍ଜିଆହୁଦା ବି ଦିନେ ଅଚଳ ହୋଇଯିବ ଏଥିରେ ସନ୍ଦେହ ନାହିଁ । ସେପଟେ ଜିଲ୍ଲାପାଳଙ୍କର ଏହି କାଞ୍ଜିଆହୁଦା ନିର୍ମାଣକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.