ETV Bharat / state

ଧାନ କ୍ରୟ କେନ୍ଦ୍ରରେ ତାଲା ପକାଇ ଆନ୍ଦୋଳନ କଲେ ସରପଞ୍ଚ - ଧର୍ମଶାଳା ଆରଏମସି କ୍ରୟ କେନ୍ଦ୍ର

ସୁବର୍ଣ୍ଣପୁର ଜିଲ୍ଲା ଧର୍ମଶାଳା ଆରଏମସି କ୍ରୟ କେନ୍ଦ୍ରରେ ମୁଣ୍ଡୋଘାଟ ଗ୍ରାମ ପଞ୍ଚାୟତର ସରପଞ୍ଚ ତାଲା ଦେଇ ଆନ୍ଦୋଳନ କରିଛନ୍ତି ।

sarapanch strike
ଧାନ କ୍ରୟ କେନ୍ଦ୍ରରେ ତାଲା ପକାଇ ଆନ୍ଦୋଳନ କଲେ ସରପଞ୍ଚ
author img

By

Published : Jun 12, 2020, 3:02 PM IST

ସୁବର୍ଣ୍ଣପୁର: ଧାନ କ୍ରୟ କେନ୍ଦ୍ରରେ ତାଲା ପକାଇ ଆନ୍ଦୋଳନ କଲେ ସରପଞ୍ଚ । ସୁବର୍ଣ୍ଣପୁର ଜିଲ୍ଲା ଧର୍ମଶାଳା ଆରଏମସି କ୍ରୟ କେନ୍ଦ୍ରରେ ମୁଣ୍ଡୋଘାଟ ଗ୍ରାମ ପଞ୍ଚାୟତର ସରପଞ୍ଚ ତାଲା ଦେଇ ଆନ୍ଦୋଳନ କରିଛନ୍ତି ।

ଧାନ କ୍ରୟ କେନ୍ଦ୍ରରେ ତାଲା ପକାଇ ଆନ୍ଦୋଳନ କଲେ ସରପଞ୍ଚ

ରବି ଋତୁର ଧାନ ଉଠୁ ନଥିବାରୁ ଧାନ କ୍ରୟ କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ସରପଞ୍ଚଙ୍କ ପାଖରେ ଅଭିଯୋଗ କରିଥିଲେ। ସରପଞ୍ଚ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀଙ୍କୁ ଯୋଗାଯୋଗ କରିବା ସହିତ ମୁଖ୍ୟ ଫାଟକକୁ ଅବରୋଧ କରିଛନ୍ତି।

ଏବେ ପ୍ରାୟ 10 ହଜ଼ାର କ୍ବିଣ୍ଟାଲରୁ ଅଧିକ ପରିମାଣର ଧାନ ମଣ୍ଡିରେ ପଡ଼ିରହିଛି। ଗୋଟିଏ ଯାଗାରେ ହିଁ ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସେବା ସମବାୟ ସମିତି ପକ୍ଷରୁ ଧାନ କ୍ରୟ କରାଯାଉ ଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ସମବାୟ ସମିତି ପକ୍ଷରୁ ସଂଗୃହିତ ଧାନ ମିଲରମାନେ ଗାଡି ପଠାଇ ଉଠାଉଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଠୀ କ୍ରୟ କରିଥିବା ଧାନ ଉଠୁ ନଥିବା ଅଭିଯୋଗ ହୋଇଛି ।

ଫଳରେ ଚାଷୀ ଅସନ୍ତୋଷ ବଢି ବଢି ଯାଉଥିବା ବେଳେ ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ଧର୍ମଶାଳା ମଣ୍ଡିକୁ ପହଞ୍ଚି ସରପଞ୍ଚଙ୍କ ସହିତ ଆଲୋଚନା କରିଛନ୍ତି । ଚାଷୀମାନଙ୍କ ସମସ୍ୟା ସମାଧାନ ନହେଲେ ପୁନଃର୍ବାର ଆନ୍ଦୋଳନ କରିବେ ବୋଲି ସରପଞ୍ଚ ଚେତାବନୀ ଦେଇଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.