ସୁବର୍ଣ୍ଣପୁର: ମହାଦେବପାଲି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥିନୀ ମୀନା ଦେହୁରୀଙ୍କ ସ୍ବାମୀ ଅପହରଣ ମାମଲାରେ ପୋଲିସକୁ କିଛି ସଫଳତା ମିଳିନାହିଁ । ବିନିକା ପୋଲିସ ପୀଡିତା ମୀନାଙ୍କ ଅଭିଯୋଗକୁ ଭିତ୍ତି କରି ସନ୍ତୋଷଜନକ କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ପୀଡିତା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ସଦର ଏସଡିପିଓ ଏହି ମାମଲାର ତଦନ୍ତ କରୁଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।
ତେବେ ମୀନା ସକମା ଗାଁରେ ନିଜ ସ୍ବାମୀଙ୍କ ସହିତ ଘର ଘର ବୁଲି ନିର୍ବାଚନ ପ୍ରଚାର କରୁଥିବା ସମୟରେ ତାଙ୍କ ସ୍ବାମୀଙ୍କୁ ବିପକ୍ଷ ପ୍ରାର୍ଥୀଙ୍କ ସମର୍ଥକ ଅପହରଣ କରି ନେଇଥିବା ଅଭିଯୋଗ କରିଥିଲେ ।
ଗତ ସୋମବାର ଦିନ ସକାଳୁ ମୀନା ପ୍ରଚାର କରୁଥିବା ସମୟରେ ସକମା ଗାଁର ମନ୍ଦିର ନିକଟରେ ଏହି ଘଟଣା ହୋଇଥିବା ମୀନା ଅଭିଯୋଗ କରିଛନ୍ତି । ଘୋଡାଧାର ଗାଁର ସୁରେଶ ପୂଜାରୀ ନିଜ ସମର୍ଥକଙ୍କ ସହିତ ସକମାକୁ ପହଞ୍ଚି ମାରଣାସ୍ତ୍ର ଦେଖାଇ ଅପହରଣ କରି ନେଇଥିବା ପୋଲିସ ପାଖରେ ଲିଖିତ ଅଭିଯୋଗ କରିଥିଲେ । ଏପରିକି ସୁରେଶ ପୂଜାରୀ ଓ ତାଙ୍କ ସମର୍ଥକ ମାନେ ମୀନାଙ୍କ ସ୍ବାମୀ ରାଜେଶଙ୍କୁ କାରରେ ବସାଇ ନେଇଯାଇଥିଲେ । ସୁରେଶ ଏକ ବୋଲେରୋ ଓ ଏକ କାର ଯୋଗେ ସକମା ଗାଁକୁ ପହଞ୍ଚି ଏହି ଅପହରଣ କରିଛନ୍ତି । ଏପରିକି ଅପହରଣକାରୀ ମାନେ ମୀନାଙ୍କୁ ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରିଥିବା ବି ଅଭିଯୋଗ କରିଛନ୍ତି ।
ତେବେ ଆଜକୁ ସାତ ଦିନ ହୋଇଯାଇଥିଲେ ବି ପୋଲିସ ଏହି ଅପହରଣ ଘଟଣାର ରହସ୍ୟ ଉନ୍ମୋଚନ କରିବାରେ ବିଫଳ ହୋଇଛି ।ଅପରପକ୍ଷରେ ଖୁବଶୀଘ୍ର ଏହି ମାମଲାର ରହସ୍ୟ ପଦାକୁ ଆସିବା ସହିତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ଆରକ୍ଷୀ ଅଧକ୍ଷ କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ