ETV Bharat / state

ବିନିକା ବ୍ଲକରେ ହାତୀ ଉପଦ୍ରବ, ଚିନ୍ତାରେ ଚାଷୀ - ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ

ଜିଲ୍ଲା ବିନିକା ବ୍ଳକ ମଣିଗାଁ ଓ ଝରାପଡାରେ ହାତୀପଲ ବ୍ୟାପକ ଉପଦ୍ରବ ବଢିଚାଲିଛି । ଯାହାଦ୍ବାରା ଅନେକ ଧନ ଜୀବନ ନଷ୍ଟ ହୋଇଛି । ଅଧିକ ପଢନ୍ତୁ...

ବିନିକା ବ୍ଲକରେ ହାତୀ ଉପଦ୍ରବ, ରାଗିଲେ ଚାଷୀ
ବିନିକା ବ୍ଲକରେ ହାତୀ ଉପଦ୍ରବ, ରାଗିଲେ ଚାଷୀ
author img

By

Published : Apr 8, 2021, 11:23 AM IST

ସୁବର୍ଣ୍ଣପୁର: ବିନିକା ବ୍ଳକ ମଣିଗାଁ ଓ ଝରାପଡାରେ ହାତୀପଲ ଉପଦ୍ରବ କରିଛନ୍ତି । ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ମହାନଦୀ କୂଳରେ ହୋଇଥିବା ଶହ ଶହ ଏକର ରବି ଧାନଚାଷ ଦଳିଚକଟି ନଷ୍ଟ କରି ଦେଇଛନ୍ତି । ଉଲୁଣ୍ଡା ବ୍ଳକ ସିଂହାସନ ଜଙ୍ଗଲରେ ସ୍ଥାୟୀ ଭାବେ ହାତୀ ମାନେ ରହୁଥିବା ବେଳେ ଆଖପାଖ ଅଞ୍ଚଳରେ ବ୍ୟାପକ ଉପଦ୍ରବ କରିବା ସହିତ ବିନିକା ବ୍ଳକକୁ ଯାଇ ଅନେକ ଧନ ଜୀବନ ନଷ୍ଟ କରୁଛନ୍ତି ।

ବିନିକା ବ୍ଲକରେ ହାତୀ ଉପଦ୍ରବ, ରାଗିଲେ ଚାଷୀ

ହାତୀପଲ ସିଂହାସନ ଜଙ୍ଗଲରୁ ସିଂଢୋଲ ଦେଇ ମହାନଦୀ ତଟେ ତଟେ ଯାଇ ସିନ୍ଦୁରପୁର ପଞ୍ଚାୟତର ମଣିଗାଁରେ ବ୍ୟାପକ ଉତ୍ପାତ କରିଛନ୍ତି । ସିଂହାସନ ଜଙ୍ଗଲ ଅଞ୍ଚଳରେ ଟ୍ରେଂଜ ଖୋଲିବା ସହିତ ହାତୀମାନଙ୍କ ଖାଦ୍ୟ ପାଇଁ ଜଙ୍ଗଲ ଅଞ୍ଚଳରେ କଦଳୀ ଚାଷ କରାଗଲେ ହାତୀ ଉପଦ୍ରବ କମିବ ବୋଲି ଚାଷୀମାନେ କହିଛନ୍ତି ।

ବିନିକା ବ୍ଲକରେ ହାତୀ ଉପଦ୍ରବ, ରାଗିଲେ ଚାଷୀ
ବିନିକା ବ୍ଲକରେ ହାତୀ ଉପଦ୍ରବ, ରାଗିଲେ ଚାଷୀ

ତେବେ ହାତୀ ଘଉଡାଇବା ପାଇଁ ବନ କର୍ମଚାରୀମାନେ ଯତ୍ନବାନ ହେଉ ନଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । କ୍ଷତିଗ୍ରସ୍ତ ଚାଷୀମାନେ ବିନିକା ବନ ବିଭାଗର ରେଞ୍ଜରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା ଚଳାଇଛନ୍ତି । ଏହାସହ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.