ସୁବର୍ଣ୍ଣପୁର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆରମ୍ଭ ହୋଇଥିବା ମାସ୍କ ବଣ୍ଟନ କାର୍ଯ୍ୟକ୍ରମର ଆଜି ଶେଷ ଦିନ । ଗତ ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିଲା । ଏହି ଅଭିଯାନର ଅନ୍ତିମ ଦିନରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଉଲୁଣ୍ଡା ବ୍ଲକର ଶତାଧିକ ବିଜେଡ଼ି କର୍ମୀମାନେ ସାମିଲ ହୋଇଥିଲେ ।
ସୁବର୍ଣ୍ଣପୁର ସହର ନିକଟସ୍ଥ ହିକୁଡି ବ୍ରିଜ ଛକ ଠାରେ ଯାତାୟାତ କରୁଥିବା ବାଟୋଇଙ୍କୁ ମାସ୍କ ପ୍ରଦାନ କରାଯିବା ସହ ଜନସାଧାରଣଙ୍କ ଭିତରେ କୋରୋନା ସଂକ୍ରମଣ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା ।
ବିଜୁ ଜନତା ଦଳ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ବିହାରୀ ଲାଲ୍ ମିଶ୍ରଙ୍କ ସମେତ ଅଶୋକ ପଣ୍ଡା, ଉତ୍ତର କୁମାର ପାତ୍ର, ଝସକେତନ ବଘାର ପ୍ରମୁଖ ଏହି ଅଭିଯାନରେ ସାମିଲ ହୋଇଥିଲେ । ଏହା ସହ ଉଲୁଣ୍ଡା ବ୍କକର ସମିତି ସଭ୍ୟ ଓ ସରପଞ୍ଚମାନେ ଯୋଗ ଦେଇ ଜନସାଧାରଣଙ୍କୁ ସଚେତନ କରିଥିଲେ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ