ETV Bharat / state

ଚାକିରି ନ ପାଇବାରୁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ - job

ଚାକିରି ନ ପାଇବାରୁ ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ବ୍ଲକ ମାଣିକପୁର ଗାଁର ଗୁପ୍ତେଶ୍ବର ହାତୀ ନାମକ ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ସୁବର୍ଣ୍ଣପୁର
author img

By

Published : Jun 22, 2019, 10:36 AM IST

ସୁବର୍ଣ୍ଣପୁର: ଚାକିରି ନପାଇବାରୁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଯୁବକ । ଗତ ଶୁକ୍ରବାର ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ବ୍ଲକ ମାଣିକପୁର ଗାଁର ଗୁପ୍ତେଶ୍ବର ହାତୀ ନାମକ ଜଣେ ଯୁବକ ପୋଲିସ ବିଭାଗରେ ହୋମଗାର୍ଡ ଚାକିରି ନ ପାଇବାରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ସୁବର୍ଣ୍ଣପୁର

ସୂଚନା ଅନୁଯାୟୀ, 2006ରେ ଗୁପ୍ତେଶ୍ଵର ହୋମଗାର୍ଡ ଭାବେ ନିଯୁକ୍ତି ପାଇ ଚାକିରି କରୁଥିଲେ। 2007ରେ କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ଏହାପରେ ଅନେକ ଦାବି ପରେ ପୋଲିସ ଡିଜି ଗୁପ୍ତେଶ୍ଵରଙ୍କ ଆବେଦନକୁ ସ୍ୱୀକାର କରିବା ପାଇଁ ଜିଲ୍ଲା ପୋଲିସକୁ କହିଥିଲେ। ହେଲେ ଏଥର ହୋମଗାର୍ଡ ନିଯୁକ୍ତିରେ ସେ ସାମିଲ ହୋଇଥିଲେ ମଧ୍ୟ ତାଙ୍କୁ ଚୟନ କରାଯାଇ ନଥିଲା।

ଯାହାଫଳରେ ଘରେ ସବୁବେଳେ ଅସନ୍ତୋଷ ଲାଗି ରହିଥିଲା। ମାନସିକ ଅସନ୍ତୋଷ, ଆର୍ଥିକ ବୋଝ ତଳେ ଚାପି ହୋଇ ଶେଷରେ ସେ କୀଟନାଶକ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତେବେ କୀଟନାଶକ ପିଇ ସେ ପ୍ରଥମେ ଆସି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ନିଜର ଦାବି କହିଥିଲେ ବୋଲି ଗୁପ୍ତେଶ୍ଵରଙ୍କ ପତ୍ନୀ ରଶ୍ମିତା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ଏପଟେ ବର୍ତ୍ତମାନ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସିନଥିବା ସୂଚନା ମିଳିଛି । ତେବେ ଏହି ଘଟଣା ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.