ETV Bharat / state

କାଠ ସଂଗ୍ରହ କରିବାକୁ ଯାଇ ଜଙ୍ଗଲରେ ଯୁବକ ନିଖୋଜ, 18 ଦିନ ହେଲା ମିଳୁନି ପତ୍ତା - subarnapur youth missing news

ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭୋଇପାଲି ଗାଁର ନିଖୋଜ ଗୌତମ ଭୋଇଙ୍କ ପତ୍ତା ମିଳୁନାହିଁ । ତେବେ ଗୌତମ ଗାଁର ବୀରସିଂ ଭୋଇଙ୍କ ସହ ନିକଟସ୍ଥ ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ କରିବାକୁ ଯାଇଥିଲେ । ଅଧିକ ପଢନ୍ତୁ

man mssing in subarnapur district
ସୁବର୍ଣ୍ମପୁରରେ 18 ଦିନ ହେବ ନିଖୋଜ ପରେ ମିଳୁନି ପତ୍ତା:ପରିବାର ଲୋକ ନିରାଶ
author img

By

Published : Jan 22, 2022, 9:51 AM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭୋଇପାଲି ଗାଁର ନିଖୋଜ ଗୌତମ ଭୋଇଙ୍କ ପତ୍ତା ମିଳୁନାହିଁ । ତେବେ ଗୌତମ ଗାଁର ବୀରସିଂ ଭୋଇଙ୍କ ସହ ନିକଟସ୍ଥ ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ କରିବାକୁ ଯାଇଥିଲେ । ହେଲେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉଭୟେ ଆହତ ହୋଇଥିବା ଖବର ମିଳିଥିଲା ।

ଅନ୍ୟପଟେ ଆହତ ବୀରସିଂଙ୍କ ପରିବାର ଲୋକେ ତାଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଗୌତମଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳି ନାହିଁ ।

ଏପଟେ ଗୌତମଙ୍କ ପରିବାର ଲୋକେ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମାତ୍ର ପ୍ରାୟ 18 ଦିନ ହେଲା ଗୌତମଙ୍କ କୌଣସି ଖବର ମିଳିନାହିଁ । ପରିବାର ଲୋକେ ବାରମ୍ବାର ଥାନକୁ ଧାଉଁଛନ୍ତି । ହେଲେ ପୋଲିସ ତଦନ୍ତ କରୁଥିଲେ ବି ଗୌତମ ମୃତ ନା ଜୀବିତ ସେ ସଂପର୍କରେ କୌଣସି ଠୋସ ତଥ୍ୟ ଦେଇ ପାରୁ ନାହିଁ ।

ଅପରପକ୍ଷେ ସଦର ଏସଡିପିଓ ପୁଷ୍ପାଞ୍ଜଳୀ ମିଞ୍ଜ ଓ ଥାନା ଅଧିକାରୀ ନିରଞ୍ଜନ ଦାସ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିବା ସହ ଗାଁ ଲୋକଙ୍କ ପାଖରୁ କିଛି ତଥ୍ୟ ସଂଗ୍ରହ କରିଛନ୍ତି । ପୁଣି ଶୁଣିବାକୁ ମିଳୁଛି ଗୌତମଙ୍କ କୌଣସି ଖବର ନଥିବା ବେଳେ ଏବେ ବୀରସିଂ ଭୋଇ କେଉଁଠି ଚିକିତ୍ସା ହେଉଛନ୍ତି ସେ ସଂପର୍କରେ କିଛି ତଥ୍ୟ ମିଳି ପାରୁ ନାହିଁ ।

ବୀରସିଂ 18 ଦିନ ହେଲା ଘରକୁ ଫେରି ନାହାଁନ୍ତି । ଏହି ସମ୍ବେଦନଶୀଳ ଘଟଣାରେ ପୋଲିସ ଆବଶ୍ୟକ ପଦକ୍ଷେପ ନେଇ ଏହି ଘଟଣାର ରହସ୍ୟ ଉନ୍ନୋଚନ କରିବା ସହିତ ଗୌତମଙ୍କ ସଂପର୍କରେ ସଠିକ ତଥ୍ୟ ଦେବା ପାଇଁ ପରିବାର ଲୋକେ ଥାନାରେ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.