ETV Bharat / state

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ନାବାଳକ ମୃତ, ଟାଟା ପାୱାର ବିରୋଧରେ ଆସିଲା ଅଭିଯୋଗ

author img

By

Published : Aug 17, 2023, 4:55 PM IST

ସୁବର୍ଣ୍ଣପୁର ଜିଲ୍ଲାରସଦର ବ୍ଳକ ଅନ୍ତର୍ଗତ ବାଙ୍କବିଜା ଗାଁରେ ବିଦ୍ୟୁତ ସଂସ୍ପର୍ଶରେ ଜଣେ 17 ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟ
ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟ
ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟ

ସୁବର୍ଣ୍ଣପୁର : ବିଦ୍ୟୁତ ସଂସ୍ପର୍ଶରେ ଆସି ଆଖିଲେ ବୁଜିଲେ ଜଣେ ନାବାଳକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାର ସଦର ବ୍ଳକ ଅନ୍ତର୍ଗତ ବାଙ୍କବିଜା ଗାଁରେ । ଏଠାରେ17 ବର୍ଷୀୟ ନାବାଳକ ଧର୍ମରାଜ ବାଗ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ 8ଟା ସମୟରେ ଧର୍ମରାଜ ନିଜ ନିତ୍ୟକର୍ମ ସାରି ଛେଳିମାନଙ୍କ ପାଇଁ ଖାଦ୍ୟ ଯୋଗାଡ କରିବାକୁ ବାହାରିଥିଲେ । ତେବେ ତାଙ୍କ ଘରୁ ଅଳ୍ପ କିଛି ଦୂରରେ ରାସ୍ତାକଡ଼ରେ ଥିବା ବରକୋଳି ଗଛରୁ ଡାଳ ଭାଙ୍ଗୁଥିଲେ । ବରକୋଳି ଗଛଟି ଗାଁକୁ ଯାଇଥିବା ବିଦ୍ୟୁତ କେବୁଲ ସଂଯୋଗରେ ଥିବାରୁ ଡାଳ ଭାଙ୍ଗିବା ସମୟରେ ଧର୍ମରାଜ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ଗାଁର କିଛି ଲୋକ ଧର୍ମରାଜ ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ଦେଖି ଶୁଖିଲା କାଠ ସାହାଯ୍ୟରେ ଧର୍ମରାଜକୁ ବିଦ୍ୟୁତ ସଂସ୍ପର୍ଶରୁ ବିଛିନ୍ନ କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ଧର୍ମରାଜ ଗୁରୁତର ଭାବେ ଆହତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ- ଛାତ ଉପରେ ଯାଇଥିବା 11Kv ବିଦ୍ୟୁତ ତାରରେ ଲାଗିଗଲା ଷ୍ଟିଲ ରେଲିଂ, ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ତୁରନ୍ତ ପରିବାର ଲୋକ ଓ ଗାଁର ଯୁବକମାନେ ଧର୍ମରାଜଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃ୍ତ ଘୋଷଣା କରିଥିଲେ । ଗତ ଅଗଷ୍ଟ ୧୧ ତାରିଖରେ ତଳେ ଏହିଭଳି ଜିଲ୍ଲାର ଉଲୁଣ୍ଡା ବ୍ଳକରେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଦମ୍ପତି ପ୍ରାଣ ହରାଇଲେ । ଆଜି ପୁଣି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାରୁ ଲୋକେ ଟାଟା ପାୱାର କମ୍ପାନୀର ଅବହେଳାରୁ ଏଭଳି ଦୁର୍ଘଟଣା ହେଉଥିବା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁରୁ ସହର ବିଭିନ୍ନ ଯାଗାରେ ଖୋଲା ତାର ବଦଳାଇ କେବୁଲ ଟଣା ଯାଉଥିବା ବେଳେ ବି କେବୁଲରେ ଲିକ୍‌ ରହିଥିବା ଯୋଗୁଁ ଏଭଳି ଅଘଟଣ ଦେଖିବାକୁ ମିଳୁଛି ।

ପ୍ରକାଶ ଥାଉକି, ଗତ କିଛି ଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ସ୍ଥିତ ଡାମରପୁର ଗାଁରେ ଜଣେ କର୍ମଚାରୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି । ମହୁରୀ ଗାଁରେ ବିଦ୍ୟୁତ ସମସ୍ୟା ଦେଖାଦେଇଥିଲା । ତେଣୁ ବିଦ୍ୟୁତ୍‌ ଜନିତ ସମସ୍ୟାର ସମାଧାନ କରିବାକୁ କାର୍ଯ୍ୟରତ ସନ୍ତୋଷ ମହୁରୀ ଗାଁକୁ ଯାଇଥିଲେ । ସନ୍ତୋଷ ସେଠାକୁ ଟିମ୍‌ ସହ ଯାଇଥିବାବେଳେ ଖୁଣ୍ଟରେ ଚଢ଼ି କାମ କରୁଥିଲେ । ଏତିକି ବେଳେ ଅସାବଧାନତା ବଶତଃ କୌଣସି କାରଣରୁ 11 KV ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ବିଦ୍ୟୁତ ଆଘାତ ପାଇବା ପରେ ତଳେ ପଡ଼ି ସନ୍ତୋଷ ଚିତ୍କାର କରୁଥିବା ଦେଖିବାକୁ ପାଇଥିଲେ ଲୋକେ । ସେଠାରେ ଉପସ୍ଥିତ ଅନ୍ୟ ବିଦ୍ୟୁତ କର୍ମଚାରୀ ତାଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.