ETV Bharat / state

ଦୁର୍ଘଟଣା ଯନ୍ତା ପାଲଟିଛି ଚିକିତ୍ସାଳୟର ମୁଖ୍ୟ ଫାଟକ

ଦୁରାବସ୍ଥାରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ । ଫାଟକ ଆଗରେ ଥିବା କାଓ କେଜ ବା ଗୋରୁ ନିବାରଣ ଲୁହା ପାଇପ ଭଗ୍ନ ଅବସ୍ଥାରେ ପଡ଼ି ରହିଛି । ଅଧିକ ପଢ଼ନ୍ତୁ...

ଦୁର୍ଘଟଣା ଯନ୍ତା ପାଲଟିଛି ଚିକିତ୍ସାଳୟର ମୁଖ୍ୟ ଫାଟକ
ଦୁର୍ଘଟଣା ଯନ୍ତା ପାଲଟିଛି ଚିକିତ୍ସାଳୟର ମୁଖ୍ୟ ଫାଟକ
author img

By

Published : Apr 28, 2021, 10:16 PM IST

ସୁବର୍ଣ୍ଣପୁର: ଦୁରାବସ୍ଥାରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ । ଫାଟକ ଆଗରେ ଥିବା କାଓ କେଜ ବା ଗୋରୁ ନିବାରଣ ଲୁହା ପାଇପ ଭଗ୍ନ ଅବସ୍ଥାରେ ପଡ଼ି ରହିଛି । ଫଳରେ ଏହି ଫାଟକରେ ବଡ଼ ଦୁର୍ଘଟଣା ଆଶଙ୍କା କରିଛନ୍ତି ସ୍ଥାନୀୟ ବାସିନ୍ଦା । କାଓ-କେଜଟି ଦୀର୍ଘ ଦିନରୁ ଭଙ୍ଗା ଅବସ୍ଥାରେ ଥିବାରୁ ଏଠାରେ ଅନେକ ଛୋଟଛୋଟ ଦୁର୍ଘଟଣା ଘଟିଛି । ଅନେକ ବାଇକ ଆରୋହୀ ଏହି ଫାଟକରେ ଭାରସାମ୍ୟ ହରାଇ ଦୁର୍ଘଟଣାରେ ଶିକାର ହୋଇଛନ୍ତି।

ଦୁର୍ଘଟଣା ଯନ୍ତା ପାଲଟିଛି ଚିକିତ୍ସାଳୟର ମୁଖ୍ୟ ଫାଟକ

ଏପରିକି କାଓ-କେଜ ଉପରେ ଗାଡି ଯିବା ବେଳେ ଶ୍ରୃତିକଟୁ ଶବ୍ଦ ହେଉଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଗୋଟିଏ ଲୁହା ପାଇପ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ଏହାକୁ କେହି ଜଣେ ଫାଟକ ଉପରେ ଉଠାଇ ରଖିଛନ୍ତି। ଫଳରେ ଫାଟକ ଦେଇ ଯିବା ଆସିବା କରିବା ବାଧାପ୍ରାପ୍ତ ହୋଇଛି । ଏହାକୁ ନେଇ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆନନ୍ଦ ବାରିକ କାଓ-କେଜ ମରାମତି ବା ନୂତନ କାଓ-କେଜ ଲଗାଇବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଏ ସଂପର୍କରେ ଧ୍ୟାନ ନ ଦେଲେ ଆନ୍ଦୋଳନ କରିବାକୁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚେତାବନୀ ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଫାଟକର ଏଭଳି ଅବସ୍ଥା ଯୋଗୁଁ ରୋଗୀ ବା ରୋଗୀଙ୍କ ସଂପର୍କୀୟ ଦୁର୍ଘଟଣାର ଶିକାର ହୋଇ ପାରନ୍ତି । ଏହାକୁ ନେଇ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲା। ସେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶ୍ବସନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.