ETV Bharat / state

କଲମା ବ୍ୟାରେଜରୁ ଜଳ ନିଷ୍କାସନ ବନ୍ଦ ! ଶୁଖିଲାଣି ମହାନଦୀ

author img

By

Published : May 1, 2022, 11:51 AM IST

କଲମା ହୋଇଛି କାଳ । ପ୍ରଚଣ୍ଡ ଗ୍ରୀଷ୍ମରେ ଛତିଶଗଡର କଲମା ବ୍ୟାରେଜରୁ ପାଣି ନିଷ୍କାସନ ହେଉ ନ ଥିବାରୁ ସୁବର୍ଣ୍ଣପୁରରେ ମହାନଦୀ ଶୁଖିଲା ପଡିଛି । ଅଧିକ ପଢନ୍ତୁ

କଲମା ବ୍ୟାରେଜରୁ ଜଳ ନିଷ୍କାସନ ବନ୍ଦ ! ମହାନଦୀ ପାଲଟିଲାଣୀ ମରୁଭୂମି

ସୁବର୍ଣ୍ଣପୁର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ଲହରୀ । ଏହାରି ଭିତରେ ଜଳ ସମସ୍ୟା ମଧ୍ୟ ଉତ୍କଟ ରୂପ ଧାରଣ କରିଛି । ଆଉ ଏ ସମୟରେ ସୁବର୍ଣ୍ଣପୁରବାସୀଙ୍କ ଚିନ୍ତା ବଢାଇଛି କଲମା ବ୍ୟାରେଜ । ପ୍ରଚଣ୍ଡ ଗ୍ରୀଷ୍ମରେ ଛତିଶଗଡର କଲମା ବ୍ୟାରେଜରୁ ପାଣି ନିଷ୍କାସନ ହେଉ ନ ଥିବାରୁ ସୁବର୍ଣ୍ଣପୁରରେ ମହାନଦୀ ଶୁଖିଲା ପଡିଛି । ହୀରାକୁଦ ଜଳଭଣ୍ଡାରରୁ ଆବଶ୍ୟକ ପାଣି ନିଷ୍କାସନ କରାଯାଉ ନ ଥିବାରୁ ଧାରେ ଦୁଇ ଧାର ପାଣି ବୋହୁଛି ମହାନଦୀରେ । ଚିରସ୍ରୋତା ମହାନଦୀ ଏବେ ବାଲୁକା ଶଯ୍ୟାରେ ପରିଣତ ହୋଇଛି ।

କଲମା ବ୍ୟାରେଜର 66ଟି ଗେଟ ଭିତରୁ 65 ଗୋଟି ଗେଟ ବନ୍ଦ ଥିବାରୁ ହୀରାକୁଦ ଜଳଭଣ୍ଡାରକୁ ଉପରମୁଣ୍ଡରୁ ପାଣି ଆସୁନାହିଁ । ଏବେ ମହାନଦୀରେ ପାଣି ନ ଥିବାରୁ ଜନଜୀବନ ବେଶ ପ୍ରଭାବିତ ହୋଇଛି । ରବି ଋତୁରେ ଜଳସେଚନ ବ୍ୟବସ୍ଥା ବି ଘୋର ସଙ୍କଟ ଦେଇ ଗତି କରୁଛି । ତେବେ ବିନା ବିସ୍ଥାପନରେ ମହାନଦୀର ଜଳଧାରଣ କ୍ଷମତାକୁ ବଢାଇବା ପାଇଁ ଜିଲ୍ଲାରେ ସ୍ବର ଉଠୁଛି । ବିସ୍ଥାପନ କରା ନ ଯାଇ ମହାନଦୀରେ ଆନିକଟ ଓ ବ୍ୟାରେଜ ତିଆରି କରାଗଲେ ଜଳସେଚନ ସହିତ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ବଞ୍ଚି ରହିପାରିବ । ତେବେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତାବିତ ଖଇରମାଲ ବ୍ୟାରେଜ ସହିତ ସୁବର୍ଣ୍ଣପୁର ସଂଗମ କ୍ଷେତ୍ରରେ ଏକ ଆନିକଟ ତୁରନ୍ତ ନିର୍ମାଣ କରିବାକୁ ଦାବି ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.