ETV Bharat / state

ସୋନପୁର ଗଡଜାତରେ ତନ୍ତ୍ର ଆରାଧନା - ଦେବୀ ଦୁର୍ଗାଙ୍କୁ ଆରାଧନା

ଦଶହରା ମାସରେ ସାରା ଦେଶରେ ଦେବୀ ଦୁର୍ଗାଙ୍କୁ ଆରାଧନା କରାଯାଏ । ହେଲେ ସୋନପୁର ଗଡଜାତରେ ସୁବର୍ଣ୍ଣପୁରରେ ଦେବୀ ମା’ କନକ ଦୁର୍ଗାଙ୍କ ତାନ୍ତ୍ରିକ ଆରାଧନା ଏକ ଅନନ୍ୟ ପରମ୍ପରା । ଅଧିକ ପଢନ୍ତୁ...

ସୋନପୁର ଗଡଜାତରେ ତନ୍ତ୍ର ଆରାଧନା
ସୋନପୁର ଗଡଜାତରେ ତନ୍ତ୍ର ଆରାଧନା
author img

By

Published : Oct 5, 2021, 1:10 PM IST

ସୁବର୍ଣ୍ଣପୁର: ଦଶହରା ମାସରେ ସାରା ଦେଶରେ ଦେବୀ ଦୁର୍ଗାଙ୍କୁ ଆରାଧନା କରାଯାଏ । ହେଲେ ସୋନପୁର ଗଡଜାତରେ ସୁବର୍ଣ୍ଣପୁରରେ ଦେବୀ ମା’ କନକ ଦୁର୍ଗାଙ୍କ ତାନ୍ତ୍ରିକ ଆରାଧନା ଏକ ଅନନ୍ୟ ପରମ୍ପରା । ଏଠାରେ ଦେବୀ ଦୁର୍ଗାଙ୍କ ଉପାସନାରେ ଦେଖିବାକୁ ମିଳେ ତାନ୍ତ୍ରିକ ପରମ୍ପରାର ଅନେକ ଝଲକ । ତାନ୍ତ୍ରିକ ପଦ୍ଧତିରେ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗ କରି ଆଶ୍ବିନ ଉଆଁସରୁ ଆରମ୍ଭ ହେଉଥିବା ଏହି ତାନ୍ତ୍ରିକ ପୂଜାର ସମାପନ ହୁଏ ପୂର୍ଣ୍ଣମୀ ତିଥିରେ । ଉଡ୍ଡିୟାନ ତନ୍ତ୍ର ପୀଠର ଲଙ୍କା ତନ୍ତ୍ର ପୀଠ ଭାବରେ ପରିଚିତ ସୁବର୍ଣ୍ଣପୁରରେ କାହିଁ କେତେ ଦିନରୁ ତନ୍ତ୍ର ପଦ୍ଧତିରେ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗ କରି ହେଉଛି ମାତୃ ଉପାସନା ।

ସୋନପୁର ଗଡଜାତରେ ତନ୍ତ୍ର ଆରାଧନା

ଏହିପୀଠରେ ମୁଖ୍ୟତଃ ସାତୋଟି ଯନ୍ତ୍ର ଓ ତତସଂଲଗ୍ନ ମନ୍ତ୍ରକୁ ନେଇ ଦେବୀ ଦୁର୍ଗାଙ୍କୁ ଆରାଧନା କରାଯାଏ । ମହାଯନ୍ତ୍ର ଉପରେ ଦୁର୍ଗାଦେବୀ, ଭୂବନେଶ୍ବରୀ ଯନ୍ତ୍ର ଉପରେ ଭୂବନେଶ୍ବରୀ ଓ ମହାକାଳୀଙ୍କୁ ଭୈରବୀ ଯନ୍ତ୍ର ଉପରେ ପ୍ରତିଷ୍ଠିତ କରାଯାଏ । ଏପରିକି ଦୁର୍ଗା, ବନଦୁର୍ଗା, ବଟୁକ ଭୈରବ, ଚମ୍ପା ଦଶମା ଆଦି ବିରଳ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗ କେବଳ ସୁବର୍ଣ୍ଣପୁରରେ ହିଁ ଦେଖିବାକୁ ମିଳେ । ଏଠାରେ ପ୍ରାୟ ସପ୍ତମ ଶତାଦ୍ଧିରେ ଲକ୍ଷ୍ମୀଙ୍କରା, ସହଜଯାନ ତନ୍ତ୍ର ସାଧନା କରି ମାତୃ ଉପାସନା କରୁଥିଲେ ।

ପରବର୍ତ୍ତି ନବମ ଶତକରେ ଭୈରବ ଚକ୍ର , ବୀରଚକ୍ର , ଦେବଚକ୍ର ଓ କାଳଚକ୍ର ଯାନ ଆଦି ତାନ୍ତ୍ରିକ ପୂଜା ବିଧି ଆରମ୍ଭ ହେଲା । ଚୌହାନ ରାଜତ୍ବ କାଳରେ ଦେବୀ କନକ ଦୁର୍ଗା ପ୍ରତିଷ୍ଠିତ ହେବା ପରେ ଦଶମହାବିଦ୍ୟା ଓ ନବଦୁର୍ଗା ପୂଜା ପାଳନ କରାଯାଇ ଆସୁଥିବା ଇତିହାସରୁ ଜଣାପଡେ । ପ୍ରାଚୀନ କାଳରୁ ତାନ୍ତ୍ରିକ ଉପାସନା ହୋଇ ଆସୁଥିବା ବେଳେ କିଛି ଗୁପ୍ତ ଯନ୍ତ୍ର ଓ ମନ୍ତ୍ର ପାଇଁ ସୁବର୍ଣ୍ଣପୁର, ତନ୍ତ୍ରର ପ୍ରୟୋଗ ଶାଳା ଭାବେ ପରିଚୟ ସୃଷ୍ଟି କରି ପାରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.