ETV Bharat / state

ଚଳଚଞ୍ଚଳ ମେଟାକନୀଙ୍କ ପୀଠ, ଦଶହରାରେ ଦର୍ଶନ କଲେ ମନୋସ୍କାମନା ପୂରଣ କରନ୍ତି ମା’ ! - ଉଲୁଣ୍ଡା ଦୁର୍ଗା ପୂଜା

ମା'ମେଟାକନୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା । ଦଶହରାରେ ମା'ଙ୍କ ଦର୍ଶନ କରିଲେ ମନସ୍କାମନା ପୂରଣ ହେବାର ବିଶ୍ୱାସ ରହିଛି । ଅଧିକ ପଢନ୍ତୁ

http://10.10.50.80:6060///finalout3/odisha-nle/finalout/21-October-2023/19827836_ffaff.mp4
ମା'ମେଟାକନୀଙ୍କ ପୀଠରେ ନବରାତ୍ର ପୂଜା
author img

By ETV Bharat Odisha Team

Published : Oct 21, 2023, 10:07 PM IST

Updated : Oct 21, 2023, 10:32 PM IST

ଚଳଚଞ୍ଚଳ ମେଟାକନୀଙ୍କ ପୀଠ

ସୁବର୍ଣ୍ଣପୁର: ମା'ମେଟାକନୀଙ୍କ ପୀଠରେ ଚାଲିଛି ନବରାତ୍ର ପୂଜା । ଜିଲ୍ଲରାରେ ରହିଛି ଆନେକ ଶକ୍ତି ପୀଠ ହେଲେ ମା'ମେଟାକନୀଙ୍କ ପୀଠ ହୋଉଛି ସବୁଠାରୁ ଅନନ୍ୟ । ଜିଲ୍ଲର ଉଲୁଣ୍ଡା ସହର ନିକଟରେ ବିରାଜମାନ କରିଛନ୍ତି ମା' ମେଟାକାନୀଙ୍କ । ଉଲୁଣ୍ଡା ଓ ସମ୍ବଲପୁର ରାଜପଥରେ ପାଖରେ ମା'ମେଟାକାନୀଙ୍କ ମନ୍ଦିର ରହିଛି । ରାଜପଥ କଡରେ ଦେବୀଙ୍କ ବାହ୍ୟ ମନ୍ଦିର ଥିବାବେଳ ମୁଖ୍ୟ ରାସ୍ତାରୁ ପ୍ରାୟ ୧ କିଲୋମିଟର ଦୂର ଘଞ୍ଚ ଜଙ୍ଗଲ ଭିତରେ ରହିଛି ମା'ଙ୍କ ମୁଖ୍ୟ ମନ୍ଦିର । ତେବେ ବର୍ଷ ସାରା ଏହି ପୀଠକୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥାଏ । ବିଶେଷକରି ଦଶହରା ଓ ଟୈତ୍ରମାସରେ ଏଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ । ତେଣୁ ଏହି ସମୟରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଜମିଥାଏ ।

ଘଞ୍ଚ ଜଙ୍ଗଲ ଭିତରେ ମା'ଙ୍କ ମୁଖ୍ୟ ମନ୍ଦିରରେ ରହିଥିବା ବେଳେ ବର୍ଷ ତମାମ ଏଠାରେ ବଣ ଭୋଜିର ମଜା ନେଇଥାନ୍ତି ପର୍ଯ୍ୟଟକ । ତେବେ କେବଳ ଜିଲ୍ଲା ନୁହେଁ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳେ । ପ୍ରାକୃତିକ ଶୋଭା ରାଜିରେ ଭରପୁର ଏହି ପୀଠର ବିକାଶ କରିବା ପାଇଁ ପ୍ରଶାସନ ଅନେକ ବିକାଶ ମୂଳକ କାର୍ଯ୍ୟ କରୁଛି । ଶ୍ରଦ୍ଧାଳୁମାନଙ୍କ ପାଇଁ ବିଶ୍ରାମାଗାର, ଏମିନିଟି ସେଣ୍ଟର, ପିଇବା ପାଣି, ପକ୍କା ରାସ୍ତା ତଥା ପାର୍କ ଆଦି ନିର୍ମାଣ କରାଯାଇଥିବାରୁ ଦିନକୁ ଦିନ ଶ୍ରଦ୍ଧାଳୁଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

ତେବେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଏହି ଶକ୍ତିପୀଠର ବିକାଶ କରିବା ପାଇଁ ଉଦ୍ୟମ ଜାରି ରହିଛି । ତେବେ ପର୍ଯ୍ୟଟନର ଭିତ୍ତିଭୂମୀର ବିକାଶ ଯୋଗୁଁ ଏହି ଅଞ୍ଚଳର ଆର୍ଥିକ ବିକାଶ ହୋଇ ପାରୁଛି ବୋଲି ମତ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ...Durga Puja Special: ବର୍ଷକୁ 16 ଦିନ ଖୋଲେ ଦଣ୍ଡମାଁ ପୀଠ, ଭକ୍ତଙ୍କ ମନୋବାଞ୍ଝା ପୂରଣ କରନ୍ତି ଠାକୁରାଣୀ

ଇତିହାସ କୁହେ, ଝିଅଟି ବୋହୁ ବେଶରେ ଶାଶୁ ଘରକୁ ଯିବା ବାଟରେ ଜଙ୍ଗଲ ଭିତରକୁ ତାର ପ୍ରିୟ କଣ୍ଢେଇଟିକୁ ଫିଙ୍ଗି ଦେଇଥିଲା । ତେବେ କଣ୍ଢେଇଟି ଏତେ ପ୍ରିୟ ଥିଲା ଯେ ସେ ଶାଶୁ ଘରେ ପହଞ୍ଚିବା ପରେ ଖାଇବା ପିଇବା ସବୁ ବନ୍ଦ କରି ଦେଇଥିଲା । ପରେ ଶାଶୁ ଘର ଲୋକଙ୍କୁ ସ୍ୱପ୍ନା ଦେଶ ହେବା ପରେ ଜଙ୍ଗଲ ଭିତରେ ଥିବା ଏକ ଶିମୁଳି ଗଛ ତଳେ ଏକ ଛୋଟିଆ ମନ୍ଦିର ନିର୍ମାଣ କରି ପୂଜା ଆରାଧନା ଆରମ୍ଭ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଏହି ସ୍ଥାନରେ ଦେବୀଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଥିଲା । ମା'ମେଟାକନୀଙ୍କ ପୀଠରେ ପୂଜାର୍ଚ୍ଚନା କରିଲେ ମନସ୍କାମନା ପୁରଣା ହେବାର ବିଶ୍ୱାସ ରହିଛି ।

ଇଟିଭି ଭାରତ,ସୁବର୍ଣ୍ଣପୁର

Last Updated : Oct 21, 2023, 10:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.