ETV Bharat / state

ପୂଜା ନାଁରେ ଠକେଇ, 10 ଦିନ ପରେ ଅଭିଯୁକ୍ତ ଗିରଫ - ସୁବର୍ଣ୍ଣପୁରରେ ପୂଜା ନାଁରେ ଲୁଟ

ପୂଜା ନାଁରେ ଦିନ ଦ୍ବିପ୍ରହରରେ ଠକେଇ ଘଟଣା । ସମ୍ପୃକ୍ତ ଘଟଣାରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ଟାଉନ ଥାନା ପୋଲିସ । ଅଧିକ ଖବର ପଢନ୍ତୁ...

Loot on name of worship to god, loot in subarnapur, subarnapur latest news, ସୁବର୍ଣ୍ଣପୁର ଲାଟେଷ୍ଟ ନ୍ୟୁଜ୍‌, ସୁବର୍ଣ୍ଣପୁରରେ ପୂଜା ନାଁରେ ଲୁଟ, ସୁବର୍ଣ୍ଣପୁରରେ ଲୁଟ
ପୂଜା ନାଁରେ ଠକେଇ, 10 ଦିନ ପରେ ଅଭିଯୁକ୍ତ ଗିରଫ
author img

By

Published : Feb 15, 2020, 2:54 PM IST

ସୁବର୍ଣ୍ଣପୁର: ପୂଜା ନାଁରେ ଦିନ ଦ୍ବିପ୍ରହରରେ ଠକେଇ ଘଟଣା । ସମ୍ପୃକ୍ତ ଘଟଣାରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ଟାଉନ ଥାନା ପୋଲିସ । ସୂଚନା ଅନୁଯାୟୀ ହରଡଖୋଲ ଗାଁର ସୁକଦେବ କର୍ଣ୍ଣଙ୍କ ଘରେ ଜଣେ ପୂଜକ ପୂଜା କରି ଟଙ୍କା ଓ ସୁନା ଗହଣା ଠକେଇ କରିଥିଲା । ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡା ଗାଁର ପ୍ରଦୀପ ନାଏକ ଏହି ଠକେଇ କରିଥିବା ଜଣାପଡିଥିଲା ।

ପୂଜା ନାଁରେ ଠକେଇ, 10 ଦିନ ପରେ ଅଭିଯୁକ୍ତ ଗିରଫ

ତେବେ ଅଭିଯୋଗକାରୀଙ୍କ ଘରେ ଗଣ୍ଡଗୋଳ ଲାଗି ରହିଥିବାରୁ ଅଭିଯୁକ୍ତ ପ୍ରାୟ 20 ଦିନ ରହି ପୂଜାର୍ଚ୍ଚନା କରିଥିଲା । ଶେଷରେ ସୁବର୍ଣ୍ଣପୁର ରାମେଶ୍ବର ମନ୍ଦିରରେ ଘରେ ଥିବା 6 ଭରି ସୁନା ଗହଣା ଓ 1 ଲକ୍ଷ 20 ହଜାର ଟଙ୍କା ଥୋଇ ପୂଜା କରିଥିଲା । ପରେ ସୁଯୋଗ ନେଇ ପୂଜା ହୋଇଥିବା ସମସ୍ତ ସୁନା ଗହଣା ଓ ଟଙ୍କା ଧରି ଚମ୍ପଟ ମାରିଥିଲା ଠକ ପ୍ରଦୀପ।

ପରେ ଘଟଣା ସମ୍ପର୍କରେ ସୁକଦେବ ପୋଲିସ ପାଖରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ଯାହାର 10 ଦିନ ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହିତ ସୁନା ଗହଣା ଉଦ୍ଧାର କରିଛି । ସେପଟେ ଅଭିଯୁକ୍ତ ଠକି ନେଇଥିବା ସମସ୍ତ ଟଙ୍କା ଖର୍ଚ୍ଚ କରିଥିବା ବେଳେ କେବଳ ସୁନା ଗହଣା ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ ।

ଅଭିଯୁକ୍ତ ନିଜ ପରିଚୟ ଗୋପନ ରଖି ସୁକଦେବ ଘରେ ପହଞ୍ଚି ଏସବୁ କାର୍ଯ୍ୟ କରିଥିବା ପୋଲିସ କହିଛି । ଶନିବାର ଅଭିଯୁକ୍ତ ପ୍ରଦୀପକୁ କୋର୍ଟ ଚାଲାଣ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.