ସୁବର୍ଣ୍ଣପୁର: ଦୀର୍ଘ ଦିନ ପରେ ମଙ୍ଗଳବାର ସୁବର୍ଣ୍ଣପୁର ସହରରେ ସ୍ବାଭାବିକ ହୋଇଛି ଜୀବନ ଯାତ୍ରା । ଖୋଲା ରହିଛି ସହରର ଅଧିକାଂଶ ଦୋକାନ ବଜାର । ବ୍ୟବସାୟୀମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଲକଡାଉନ୍ ନିୟମକୁ କୋହଳ କରାଯାଇଛି ।
ସହରରେ ଚା', ପାନ ଦୋକାନ, ସେଲୁନ ଓ ରେଷ୍ଟୁରାଣ୍ଟକୁ ବାଦ ଦେଲେ ପ୍ରାୟ ସବୁ ପ୍ରକାରର ଦୋକାନ ଖୋଲା ରହିଛି । ଲୋକେ ବି ଘରୁ ବାହାରି ବିଭିନ୍ନ ଜିନିଷ କିଣିବା ପାଇଁ ଦୋକାନ ଗୁଡିକରେ ରୁଣ୍ଡ ହେଉଛନ୍ତି । ଫଳରେ ସାମାଜିକ ଦୂରତା ରକ୍ଷା କରିବାର ଅଭାବ ଦେଖା ଦେଇଛି ।
ଅନ୍ୟପକ୍ଷେ ସହରରେ କପଡା ଦୋକାନ, ବାସନକୁସନ ଦୋକାନ, ମୋବାଇଲ ଦୋକାନ ପାଇଁ ପୋଲିସ ଅନୁମତି ଦେଇ ନଥିବା ବେଳେ ବ୍ୟବସାୟୀମାନେ ଦୋକାନଗୁଡିକୁ ଖୋଲିଛନ୍ତି । ପୋଲିସ ଏପରି ଅନେକ ଦୋକାନକୁ ପୁଣି ବନ୍ଦ କରି ଦିଆଯାଇଥିବା କହିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ