ETV Bharat / state

ଲକଡାଉନ: ତରଭାରେ ଏନଏସି କର୍ମଚାରୀଙ୍କ ପିକେଟିଂ ଆରମ୍ଭ

author img

By

Published : Apr 10, 2020, 10:19 PM IST

ସ୍ଥାନୀୟ ତରଭା ସହରରେ ଶୁକ୍ରବାର ସନ୍ଧ୍ୟାରେ ପୋଲିସ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀ ମାନେ ଆରମ୍ଭ କରିଛନ୍ତି ପିକେଟିଂ । ଯେଉଁମାନେ ମାସ୍କ ବ୍ୟବହାର ନକରି ବାହାରେ ବୁଲୁଥିଲେ ସେମାନଙ୍କଠାରୁ ଆଦାୟ କରିଛନ୍ତି ଫାଇନ ।

lockdown, lockdown in odisha, lockdown in subarnapur, subarnapur latest news, picketing in subarnapur, nac staff picketing, ଲକଡାଉନ, ଓଡିଶାରେ ଲକଡାଉନ, ସୁବର୍ଣ୍ଣପୁର ଲାଟେଷ୍ଟ ନ୍ୟୁଜ୍‌, ସୁବର୍ଣ୍ଣପୁରରେ ପିକେଟିଂ, ଏନଏସି କର୍ମଚାରୀଙ୍କ ପିକେଟିଂ, ସୁବର୍ଣ୍ଣପୁର ଲକଡାଉନ
ଲକଡାଉନ: ତରଭାରେ ଏନଏସି କର୍ମଚାରୀଙ୍କ ପିକେଟିଂ ଆରମ୍ଭ

ସୁବର୍ଣ୍ଣପୁର: ସ୍ଥାନୀୟ ତରଭା ସହରରେ ଶୁକ୍ରବାର ସନ୍ଧ୍ୟାରେ ପୋଲିସ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀ ମାନେ ଆରମ୍ଭ କରିଛନ୍ତି ପିକେଟିଂ । ଜରୁରୀ କାମରେ ଘରୁ ବାହାରୁଥିବା ଲୋକେ କିପରି ମାସ୍କ ବ୍ୟବହାର କରିବେ ସେନେଇ ଲୋକଙ୍କୁ ସଚେତନ କରିଥିଲେ ଏହି କର୍ମଚାରୀ । ସେପଟେ ଯେଉଁମାନେ ମାସ୍କ ବ୍ୟବହାର ନକରି ବାହାରେ ବୁଲୁଥିଲେ ସେମାନଙ୍କଠାରୁ ଫାଇନ ଆଦାୟ କରାଯାଇଛି ।

ତରଭା ଥାନା ଅଧିକାରୀ ଡୋଳାମଣି ଭୋଇଙ୍କ ନେତୃତ୍ବରେ ସହରର ପ୍ରତିଟି ଗଳିରେ ଲକଡାଉନର କଡା ତଦାରଖ ହୋଇଥିଲା । ଏହି ମଧ୍ୟରେ ଏନଏସି କର୍ମଚାରୀମାନେ 13 ଜଣଙ୍କ ପାଖରୁ 2600 ଟଙ୍କା ଫାଇନ ଆଦାୟ କରିଥିଲେ। ଖାଲି ଯେ ଲୋକଙ୍କ ପାଖରୁ ଫାଇନ ଆଦାୟ କରାଯାଇଥିଲା ତାହା ନୁହେଁ ଲୋକଙ୍କ ଭିତରେ ମାସ୍କ ବ୍ୟବହାର, ହାତ ଧୋଇବା ଓ ସାନିଟାଇଜରର ବ୍ୟବହାର ନେଇ ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ବଣ୍ଟା ଯାଇଥିଲା ।

ଏଥିସହ ଅତି ଅସୁସ୍ଥ ଅନୁଭବ ନ କରିବା ଯାଏଁ ଚିକିତ୍ସାଳୟକୁ ନ ଯିବା ପାଇଁ ମଧ୍ୟ ଲୋକଙ୍କୁ ବୁଝାଯାଇଥିଲା । ସେପଟେ ବିନା କାରଣରେ ବୁଲୁଥିବା ଲୋକଙ୍କୁ ପୋଲିସ କର୍ମଚାରୀମାନେ ତାଗିଦ କରି ଘରେ ସରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.