ETV Bharat / state

ସୁବର୍ଣ୍ଣପୁର ଏସପିଙ୍କ ଅବସର ପାଇଁ ନିରାଶ ସହରବାସୀ - ଏସପିଙ୍କ ଅବସର ପାଇଁ ନିରାଶ ସୁବର୍ଣ୍ଣପୁରବାସୀ

କିଛି ଦିନ ମଧ୍ୟରେ ଜିଲ୍ଲାର ଏସପି ଦେବୀ ପ୍ରସାଦ ଦାସ ଅବସର ନେବାକୁ ଯାଉଥିବାରୁ ସହରବାସୀ ନିରାଶ ହୋଇପଡିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Local people disappointed by the retirement of Subarnapur SP
ସୁବର୍ଣ୍ଣପୁର ଏସପିଙ୍କ ଅବସର ପାଇଁ ନିରାଶ ସହରବାସୀ
author img

By

Published : Dec 28, 2020, 1:08 PM IST

Updated : Dec 28, 2020, 1:17 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଅସହାୟଙ୍କ ଶାହା ପାଲଟିଥିବା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ କିଛି ଦିନ ମଧ୍ୟରେ ଅବସର ନେବାକୁ ଯାଉଛନ୍ତି । ବଡ ପଦବୀରେ ଥାଇ ମଧ୍ୟ ସେ ଜିଲ୍ଲାରେ ପ୍ରତି ଅସହାୟର ଶାହା ପାଲଟିଥିଲେ । ଜିଲ୍ଲାବାସୀ ତାଙ୍କୁ ନିଃଦ୍ବନ୍ଦ୍ବରେ ନିଜର ଅଭିଯୋଗ ବିଷୟରେ ଅବଗତ କରାଉଥିଲେ । କିନ୍ତୁ ତାଙ୍କ ଅବସର ଖବର ପାଇବା ପରେ ନିରାଶ ହୋଇପଡିଛନ୍ତି ସହରବାସୀ ।

ସୁବର୍ଣ୍ଣପୁର ଏସପିଙ୍କ ଅବସର ପାଇଁ ନିରାଶ ସହରବାସୀ

ବଡ଼ ପଦବୀରେ ରହିବା ପରେ ଲୋକମାନଙ୍କର ଚାଲିଚଳନୀରେ ପରିବର୍ତ୍ତନ ଆସିବା ସହିତ ବ୍ୟବହାର ମଧ୍ୟ ବଦଳିଯାଉଥିବା ଅଧିକାଂଶ ଦେଖିବାକୁ ମିଳିଥାଏ । ହେଲେ ମଣିଷକୁ ଭଲ ପାଉଥିବା ପ୍ରକୃତ ମଣିଷଟିଏ ଜୀବନରେ ଉଚ୍ଚ ସ୍ଥାନକୁ ପହଞ୍ଚିବା ପରେ ମଧ୍ୟ ନିଜ କର୍ତ୍ତବ୍ୟକୁ ପାଳନ କରିଥାଏ । ଜିଲ୍ଲାର ଏସପି ଦେବୀ ପ୍ରସାଦ ଦାସଙ୍କ ସ୍ବଭାବ ଠିକ୍‌ ଏହିପରି ରହିଆସିଛି । ସନ୍ଧ୍ୟା ହେଲେ ଆରକ୍ଷୀ ଅଧିକ୍ଷକ ହାତରେ କିଛି ଖାଇବା ଜିନିଷ ଧରି ବାହାରି ପଡିଥାନ୍ତି । ସହରର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁ କରୁ ଅସହାୟ ଲୋକଙ୍କୁ ଶୁଖିଲା ସହିତ ରନ୍ଧା ଖାଦ୍ୟ ମଧ୍ୟ ଦେଇଥାନ୍ତି ।

ଖାଲି ଅସହାୟ ଲୋକଙ୍କୁ ନୁହେଁ ବୁଲା ଗାଈଙ୍କୁ ବି ବଳକା ଖାଦ୍ୟ ଦେଇଥାନ୍ତି । ସହରର ଆଇନ ଶୃଙ୍ଖଳା ବିଷୟରେ ସହରବାସୀଙ୍କ ସହିତ ଆଲୋଚନା ବି କରନ୍ତି । ସବୁ ଘଟଣା ଦୁର୍ଘଟଣା ଉପରେ ନଜର ରଖିବା ସହିତ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।

ଦିନେ କି ଦୁଇ ଦିନ ନୁହେଁ, ସପ୍ତାହର ଅନେକ ସନ୍ଧ୍ୟାରେ ଜଣେ ସାଧାରଣ ଲୋକ ଭଳି ଏସପିଙ୍କୁ ବୁଲା ବୁଲି କରୁଥିବା ଦେଖିବାକୁ ପାଇଥାନ୍ତି ସହରବାସୀ । ଅନେକ ଲୋକ ଏସପିଙ୍କ ପାଖରେ ଭିନ୍ନ ଭିନ୍ନ ଅଭିଯୋଗ ବି କରିଥାନ୍ତି । ତେବେ କିଛି ଦିନ ପରେ ଆରକ୍ଷୀ ଅଧିକ୍ଷକ ଅବସର ନେବାକୁ ଥିବାରୁ ଏଭଳି ଜଣେ ସମ୍ବେଦନଶୀଳ ବ୍ୟକ୍ତିଙ୍କ ଅବସରକୁ ନେଇ ସହରବାସୀ ନିରାଶ ହୋଇପଡିଥିବା ଦେଖିବାକୁ ମିଳିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Dec 28, 2020, 1:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.