ETV Bharat / state

ଜମି ଦୁର୍ନୀତିର ଗୁମର ନଂ-2: ଦୁଇ ବିକ୍ରେତା, ଦୁଇ କ୍ରେତା

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ମଧୂପୁର ଗାଁର କିଛି ଗ୍ରାମବାସୀଙ୍କ ଜମି ଅନ୍ୟନାମରେ କରିବା ଭଳି ହୀନ ଚକ୍ରାନ୍ତକାରୀ ତହସିଲଦାର ଓ ତାଙ୍କ ହାତପୋଷା କର୍ମଚାରୀଙ୍କ ନାମରେ ରହିଛି ସାଙ୍ଘାତିକ ଅଭିଯୋଗ । କେଉଁଠି ଗୋଟିଏ ଜମିର ଦୁଇ ଜଣ ବିକ୍ରେତା ତ କେଉଁଠି ଜମି ମାଲିକ ଅଗୋଚରରେ ବଦଳିଯାଇଛି ଜମିର ମାଲିକାନା ।

author img

By

Published : Jun 20, 2019, 3:50 PM IST

ଡିଜାଇନ ଫଟୋ

ସୁବର୍ଣ୍ଣପୁର: ଶୁଣିଲେ ଚକିତ୍‌ ହୋଇଯିବେ, ଘଟଣା ସରକାରୀ ବାବୁଙ୍କୁ ଅସଲ ମୁଖା ଖୋଲିଦେବ । କିଭଳି ଜମି ଜାଲିଆତି କାରବାର ମୋଟା ମୋଟା ଟଙ୍କା ବିଡା ବିନିମୟରେ କରାଯ।ଇଛି ଶୁଣିଲେ କାନକୁ ବିଶ୍ବାସ ହେବ ନାହିଁ । କେଉଁଠି ଗୋଟିଏ ଜମିର ଦୁଇ ଜଣ ବିକ୍ରେତା ତ କେଉଁଠି ଜମି ମାଲିକ ଅଗୋଚରରେ ବଦଳିଯାଇଛି ଜମିର ମାଲିକାନା ସତ୍ତ୍ବ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ମଧୂପୁର ଗାଁର କିଛି ଗ୍ରାମବାସୀଙ୍କ ଜମି ଅନ୍ୟନାମରେ କରିବା ଭଳି ହୀନ ଚକ୍ରାନ୍ତକାରୀ ତହସିଲଦାର ଓ ତାଙ୍କ ହାତପୋଷା କର୍ମଚାରୀଙ୍କ ନାମରେ ରହିଛି ସାଙ୍ଘାତିକ ଅଭିଯୋଗ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ମଧୁପୁର ଗାଁର ରବିନ୍ଦ୍ର କୁମାର ମହାରଣା । ସେ ବାଗବର ଗାଁର ବଂଶୀଧର ଦାସଙ୍କ ସ୍ତ୍ରୀ ବାସନ୍ତୀ ଦାସଙ୍କ ପାଖରୁ ଜମି କିଣିଥିଲେ । 30 ଡିସେମ୍ବର 2015ରେ ରବିନ୍ଦ୍ର 1 ଏକର 560 ଡିସିମିଲ ଜମି ବାସନ୍ତୀଙ୍କ ପାଖରୁ କିଣିଥିଲେ । ହେଲେ କିଣିଥିବା ଜମିକୁ ନିଜ ଭୋଗ ଦଖଲକୁ ନେବା ପୂର୍ବରୁ ସେହି ଜମିଟି ସୌଦାମିନୀ ନାମ୍ନୀ ଜଣେ ମହିଳାଙ୍କ ନାଁରେ ରେକର୍ଡଭୁକ୍ତ ହୋଇଥିବା ଜଣା ପଡିଥିଲା ।

ବଂଶୀଧରଙ୍କ ପଟ୍ଟାରେ ତାଙ୍କ ସ୍ତ୍ରୀଙ୍କ ନାଁ ବାସନ୍ତୀ ଥିବା ବେଳେ ସେହି ନାଁଟିକୁ ଗୋଲ ବୁଲେଇ ଦେଇ ସୌଦାମିନୀ ନାଁ ଠିକ୍‌ ତା ଉପରେ ଲେଖା ଯାଇଥିବା ଦେଖିବାକୁ ମିଳିଛି । ପରେ ରବିନ୍ଦ୍ର ସୌଦାମିନୀ ବାସନ୍ତୀଙ୍କ ଝିଅ ବୋଲି ଜାଣିଥିଲେ । ଏହାସହ ସେ କିଣିଥିବା ଜମି ପୂର୍ବରୁ ବାସନ୍ତୀଙ୍କ ଝିଅ ସୌଦାମିନୀ ବିଶ୍ବକଲ୍ୟାଣ ପଣ୍ଡାଙ୍କୁ ବିକ୍ରି କରାଯାଇଥିବା ଜାଣିବାକୁ ପାଇଥିଲେ ।

ସମ୍ପୂର୍ଣ୍ଣ ଘଟଣା ଏକ ଗୋଲକଧନ୍ଦା । ଜମିଟି ପ୍ରଥମେ ରବିନ୍ଦ୍ର ମହାରଣା ବାସନ୍ତୀଙ୍କ ପାଖରୁ କିଣିଥିଲେ । ପରେ ବିଶ୍ବକଲ୍ୟାଣ ସେହି ସମାନ ଜମିକୁ ବାସନ୍ତୀଙ୍କ ଝିଅ ସୌଦାମିନୀଙ୍କ ପାଖରୁ କିଣିଛନ୍ତି । ଫଳରେ ଗୋଟିଏ ଜମିର ଦୁଇଟି କ୍ରେତା ଓ ଦୁଇ ଜଣ ବିକ୍ରେତା ବୋଲି ରାଜସ୍ବ ବିଭାଗ ତଦନ୍ତରୁ ଜଣା ପଡିଛି । ତହସିଲ କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ହାତେଇ ଏହି ଜମି ଦୁର୍ନୀତି ହୋଇଥିବା ପ୍ରମାଣିତ ହୋଇଛି । ହେଲେ ଜମିର ପ୍ରଥମ କ୍ରେତା ରବିନ୍ଦ୍ର ତାଙ୍କ ଜମି ପାଇବାକୁ ଏବେ ବି ତହସିଲ କାର୍ଯ୍ୟାଳୟର ଚକ୍କର କାଟୁଛନ୍ତି ।

ସେହିଭଳି ବୀରମହାରାଜପୁରରୁ ଜମି ହରାଇଥିବା ଜମି ମାଲିକ କୃଷ୍ଣଚନ୍ଦ୍ର ପଧାନ ମଧ୍ୟ ଜାଲିଆତିର ଶିକାର ହୋଇଛନ୍ତି । ଭାଗିରଥୀ ପଧାନ ନାମକ ଜଣେ ବ୍ୟକ୍ତି ଖାରଜ ବଳରେ କୃଷ୍ଣଚନ୍ଦ୍ର ପଧାନଙ୍କ 5 ଏକର 665 ଡିସିମିଲ ଜମି ନିଜ ନାଁରେ କରିଛନ୍ତି । ମ୍ୟୁଟେସନ କେସ ନଂ 842 ବଳରେ 28 ଫେବୃୟାରୀ 2010 ରେ ନିଜ ନାଁକୁ କରେଇଛନ୍ତି ।

ଯେଉଁ ପଟ୍ଟାରେ ଜମି ସଂଙ୍କ୍ରାନ୍ତୀୟ ସୂଚନା ରହିଛି ତାହା ସରକାରୀ ପ୍ରେସରେ 2012 ମସିହାରେ ପ୍ରିଣ୍ଟ ହୋଇଛି । ତେବେ ସରକାରୀ ଖତିୟାନ ପେପର ପ୍ରିଣ୍ଟ ହେବା ପୂର୍ବରୁ ତତ୍କାଳୀନ ତହସିଲଦାର କିଭଳି ସ୍ବାକ୍ଷର କରିଛନ୍ତି ସେ ନେଇ ପ୍ରଶ୍ନ ଉଠାଇଛନ୍ତି କୃଷ୍ଣଚନ୍ଦ୍ର । ଏହି ଘଟଣାଟି ସଂପୂର୍ଣ୍ଣ ଜାଲିଆତି ହୋଇଥିବା ସନ୍ଦେହ କରି ପରବର୍ତ୍ତି ତହସିଲଦାର ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିଛନ୍ତି । ଜିଲ୍ଲାରେ ଏହିଭଳି 290ଟି ଜମି ଦୁର୍ନୀତି ଘଟଣା ଦାଖଲ ଖାରଜରେ ହୋଇଥିବା ପ୍ରମାଣିତ ହୋଇଛି । ଏହା ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଜିଲ୍ଲାପାଳ ନେବେ ବୋଲି ଭାରପ୍ରାପ୍ତ ତହସିଲଦାର କହିଛନ୍ତି ।

ବୀରମହାରାଜପୁର ତହସିଲ କାର୍ଯ୍ୟାଳୟରେ ଜାଲ କାଗଜ ପତ୍ର ବଳରେ 290 ଜଣ ଜମିମାଲିକ ନିଜ ଜମି ହରେଇଥିବା ରାଜସ୍ବ ବିଭାଗର ତଦନ୍ତରୁ ଜଣା ପଡିଛି । ହେଲେ ଏହି ଜମି ଦୁର୍ନୀତି ଘଟଣା ତଦନ୍ତ ରିପୋର୍ଟରେ ସୀମିତ ଥିବା ବେଳେ ଜମି ଦୁର୍ନୀତିରେ ସଂପୃକ୍ତ ଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଖାଲି ରୟତି କିସମର ଜମି ନୁହେଁ ଏହି ତହସିଲ କାର୍ଯ୍ୟାଳୟରେ ମୂଲ୍ୟବାନ ସରକାରୀ ଓ ଜଙ୍ଗଲ ଜମି ବି ଜାଲିଆତି କରାଯାଇ ଲୋକଙ୍କ ନାଁରେ ରେକର୍ଡଭୁକ୍ତ ହୋଇଥିବା ସଂଗୀନ ଅଭିଯୋଗ ରହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

see the attachment
visual ,bytes and documents by ftp
tirthabashi panda 
subarnapur 
NB-I have made a mistake while renaming the visuals ,bytes and documents today. By mistake all have been renamed as land scam-1 but date is proper .
kindly rename the files as land scam-2 and edit the story .

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.