ETV Bharat / state

ସମାଧାନ ହେଉନି ଚାଷୀ ସମସ୍ୟା, ଜାରୀ ରହିଛି କିଷାନ କଂଗ୍ରେସର ଆନ୍ଦୋଳନ - ଆନ୍ଦୋଳନ

ସୁବର୍ଣ୍ଣପୁର ଜିଲ୍ଲାରେ ଲାଗି ରହିଥିବା ଚାଷୀ ସମସ୍ୟା ସମାଧାନ ହୋଇ ପାରୁନାହିଁ । ସେପଟେ ଜିଲ୍ଲା କଂଗ୍ରେସ ଚାଷୀମାନଙ୍କୁ ନେଇ ବ୍ୟାପକ ଆନ୍ଦୋଳନ ଜାରି ରଖିଛି । ଅଧିକ ପଢନ୍ତୁ...

ସମାଧାନ ହେଉନି ଚାଷୀ ସମସ୍ୟା, ଜାରୀ ରହିଛି କିଷାନ କଂଗ୍ରେସର ଆନ୍ଦୋଳନ

author img

By

Published : Aug 7, 2021, 2:07 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଲାଗି ରହିଛି ଚାଷୀ ସମସ୍ୟା । ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସ ଚାଷୀମାନଙ୍କୁ ନେଇ ବ୍ୟାପକ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜକୁ ଏକ ମାସରୁ ଅଧିକ ସମୟ ହେଲା ପରେ ବି ଜିଲ୍ଲାର ଡୁଙ୍ଗୁରିପାଲି ବ୍ଳକରେ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଉଛି । ଡୁଙ୍ଗୁରିପାଲି ବ୍ଲକରେ କିଷାନ କଂଗ୍ରେସ ପକ୍ଷରୁ ଗତ ରବି ଋତୁର ଧାନ ତହସିଲ କାର୍ଯ୍ୟାଳୟ ଭିତରେ ଭର୍ତ୍ତି କରି କିଷାନ କଂଗ୍ରେସର କର୍ମୀମାନେ ଡୁଙ୍ଗୁରିପାଲି ତହସିଲ କାର୍ଯ୍ୟାଳୟକୁ ବନ୍ଦ କରି ଦାବି ପୂରଣ ପାଇଁ କାର୍ଯ୍ୟାଳୟ ଆଗରେ ଧାରଣା ଦେଉଛନ୍ତି । ହେଲେ ଚାଷୀ ସମସ୍ୟା ସମାଧାନ ହୋଇନାହିଁ । ଗତ ରବି ଋତୁରେ ପ୍ରାୟ ଅଢେଇ ହଜାର ଚାଷୀ ଧାନ ବିକ୍ରୀ କରି ପାରିନାହାନ୍ତି । ପ୍ରାୟ ତିରିଶ ହଜାର ଚାଷୀ ନିଜ ନାମ ପଞ୍ଜୀକରଣ କରିଥିବା ବେଳେ ସେଥିରୁ ପ୍ରାୟ ଅଢେଇ ହଜାର ଚାଷୀ ଧାନ ବିକ୍ରି କରି ପାରିନାହାନ୍ତି ।

ସମାଧାନ ହେଉନି ଚାଷୀ ସମସ୍ୟା, ଜାରୀ ରହିଛି କିଷାନ କଂଗ୍ରେସର ଆନ୍ଦୋଳନ

ଏପରିକି ସରକାର ଜିଲ୍ଲାକୁ ଧାର୍ଯ୍ୟ କରିଥିବା ଧାନ ଟାର୍ଗେଟ ବି ପୂରଣ କରାଯାଇ ପାରିନାହିଁ । ଏହି ହୀରାକୁଦ ଜଳସେଚିତ ଅଞ୍ଚଳର ଚାଷୀମାନଙ୍କ ଟୋକନ ଲ୍ୟାପ୍ସ ହୋଇଥିବା ଯୋଗୁଁ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଛି । ଫଳରେ ଅଭାବୀ ଚାଷୀ ସରକାରୀ ଧାର୍ଯ୍ୟ ମୂଲ୍ୟରୁ କମ ଦରରେ ନିଜ ଧାନ ବିକ୍ରି କରିବା ପାଇଁ ବାଧ୍ୟ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି ।

ଟୋକନ ଲ୍ୟାପ୍ସ ହୋଇଥିବା ଚାଷୀଙ୍କୁ ପୁନର୍ବାର ଟୋକନ ପ୍ରଦାନ କରିବା ସହିତ ଧାନ ସଂଗ୍ରହ କରିବାକୁ ଦାବି କରିଛି । ଦାବି ପୂରଣ ପାଇଁ କଂଗ୍ରେସ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଦାବି ପୂରଣ ନ ହେଲେ ଆନ୍ଦୋଳନ ଭୟାବହ କରାଯିବ ବୋଲି ଜିଲ୍ଲା କଂଗ୍ରେସ ଧମକ ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.