ETV Bharat / state

ଘଣ୍ଟୋପାଲିକୁ ଡରାଉଛି କିଡନୀ ରୋଗ, 5 ବର୍ଷରେ ନେଲାଣି 5 ମୁଣ୍ଡ - ଔଷଧ ଡାକ୍ତରଖାନାରୁ ମାଗଣା

ଗାଁ ସୁବର୍ଣ୍ଣପୁରର ଘଣ୍ଟୋପାଲି। କିଡନୀ ରୋଗରେ ପୀଡିତ ଗ୍ରାମବାସୀ । କାହାରି ପାଖରେ ଚିକିତ୍ସା ପାଇଁ ଅର୍ଥ ନାହିଁ । ଗତ 5 ବର୍ଷରେ ଏହି ରୋଗ ନେଇଛି 5 ଜୀବନ ।

ଡରାଉଛି କିଡନୀ ରୋଗ
author img

By

Published : Aug 12, 2019, 11:41 PM IST

ସୁବର୍ଣ୍ଣପୁର: ଭଲକରି ଦେଖନ୍ତୁ ଏହି ବ୍ୟକ୍ତିଙ୍କୁ । ନାମ ବାସୁଦେବ ପ୍ରଧାନ । ଗାଁ ସୁବର୍ଣ୍ଣପୁରର ଘଣ୍ଟୋପାଲି। ଦିନର ଅଧିକାଂଶ ସମୟ ଶୋଇବାରେ ବିତୁଛି । ଉଠିବାକୁ ଶକ୍ତି ନାହିଁ । କଥା ହେବାକୁ ବଳ ନାହିଁ । କାରଣ ସେ କିଡନୀ ରୋଗରେ ଆକ୍ରାନ୍ତ । ସେହିପରି ଆଉ ଜଣେ ହେଲେ କିଡନୀ ରୋଗୀ ତପନ ଦେହୁରୀ । ଉଭୟଙ୍କ କିଡନୀ ପ୍ରତ୍ୟାରୋପଣ ସରିଛି । କିନ୍ତୁ ଉଭୟ ରୋଗୀଙ୍କ ସମସ୍ୟା ଗୋଟିଏ। ପରବର୍ତ୍ତୀ ଚିକିତ୍ସା ପାଇଁ ନାହିଁ ଅର୍ଥ । ଫଳରେ ଭାଗ୍ୟକୁ ଆଦରି ପଡିରହିଛନ୍ତି । ଏହା କେବଳ ଏ ଦୁଇ ଜଣଙ୍କ ସମସ୍ୟା ନୁହେଁ । ସାରା ଗାଁର 20 ଜଣଙ୍କ ଅବସ୍ଥା ସମାନ । 6 ଜଣଙ୍କୁ ଆବଶ୍ୟକ ଡାଏଲିସିସ । 14 ଜଣ ପ୍ରାଥମିକ ଅବସ୍ଥାରେ । କିନ୍ତୁ କାହାରି ପାଖରେ ଚିକିତ୍ସା ପାଇଁ ଅର୍ଥ ନାହିଁ । ଗତ 5 ବର୍ଷରେ ଏହି ରୋଗ ନେଇଛି 5 ଜୀବନ ।

ଡରାଉଛି କିଡନୀ ରୋଗ

ସେପଟେ କିନ୍ତୁ ସ୍ବାସ୍ଥ୍ୟ ବିଭାଗ କେବଳ ଏକ ସଚେତନତା ଶିବିରର ଆୟୋଜନ କରି ନିଜ ଦାୟିତ୍ବ ଶେଷ କରିଛି । ଏପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, ସୋନପୁର ରୋଗୀଙ୍କ ପାଇଁ ବୌଦ୍ଧରେ ଡାଏଲିସିସ ବ୍ୟବସ୍ଥା ରହିଛି ଏବଂ ରୋଗପାଇଁ ଆବଶ୍ୟକ ଔଷଧ ଡାକ୍ତରଖାନାରୁ ମାଗଣାରେ ଦିଆଯାଉଛି।

ଏହି ସମସ୍ୟା ଆଜି କିମ୍ବା କାଲିର ନୁହେଁ । ପ୍ରାୟ 8 ବର୍ଷରୁ ଅଧିକ ଦିନ ଧରି ଲାଗି ରହିଛି କିଡନୀ ରୋଗ । ତେବେ ଏହା ପଛର କାରଣ ଏବଂ ନିରାକରଣ କେବେ ସମ୍ଭବ ହେଉଛି, ସେହି ଅପେକ୍ଷାରେ ଗ୍ରାମବାସୀ ।

ସୁବର୍ଣ୍ଣପୁରରୁ, ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଘଣ୍ଟୋପାଲି ଗାଁରେ କିଡନୀ ଆତଙ୍କ ଦେଖା ଦେଇଛି ।ନିହାତି ମଫସଲ ଅଂଚଳରେ ଥିବା ଏହି ଗାଁରେ ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା ପାଇଁ ଗାଁ ଲୋକେ ଚିନ୍ତିତ ହୋଇପଡିଛନ୍ତି ।କେଉଁ କାରଣରୁ ରୋଗ ବ୍ୟାପୁଛି ଓ ଦିନକୁ ଦିନ ଲୋକେ କିଡନୀ ଆକ୍ରନ୍ତରେ ପୀଡିତ ହେଉଛନ୍ତି ତାର କାରଣ ବି ଜଣା ପଡୁନାହିଁ ।ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସେବା ଓ ଚିକିତ୍ସା ଯୋଗାଇ ଦେବା ଦୂରର କଥା କାରଣ ଖୋଜି ବି ପାଇନାହିଁ ଆଜିଯାଏଁ ।ନିକଟରେ ଏକ ସଚେତନତା ଶିବିର ଆୟୋଜନ କରି ନିଜ ଦାୟୀତ୍ବରୁ ମୁକୁଳି ଯିବାକୁ ଚେଷ୍ଠା କରୁଛି ।ଗତ ପାଂଚ ବର୍ଷ ଭିତରେ ପାଂଚ ଜଣ କିଡନୀ ରୋଗରେ ମୃତ୍ୟୁ ବରଣ କରିଥିବା ବେଳେ ଏବେ ବି ପ୍ରାୟ 20 ଜଣ ଏହି ରୋଗର ଶୀକାର ହୋଇଥିବା ଗାଁଲୋକେ ଅଭିଯୋଗ କରିଛନ୍ତି ।Body:ଭିଓ-1-ସୁବର୍ଣ୍ଣପୁର ଜିଲ୍ଲା ଘଣ୍ଟୋପାଲି ଗାଁର ତପନ ଦେହୁରୀ ।ବୟସ ପ୍ରାୟ 45 ।ଗତ 2015 ମସିହାରେ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ ।ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରିବାରର ସଦସ୍ୟଙ୍କ ପାଖରୁ କିଡନୀ ନେଇ ପ୍ରତିରୋପଣ କରାଯାଇଛି ତାଙ୍କ ଶରୀରରେ ।ଯଦିଓ ଏବେ ତପନ ସୁସ୍ଥ ଅନୁଭବ କରୁଛନ୍ତି ତଥାପି ଔଷଧ ଓ ଚିକିତ୍ସା ପାଇଁ ତାଙ୍କ ଆର୍ଥୀକ ମେରୁଦଣ୍ଡ ଭାଂଗି ଯାଇଛି ।ପରିବାର ପ୍ରତିପୋଷଣ ସାଂଗକୁ ନିଜ ଔଷଧ ପତ୍ର ଖର୍ଚ୍ଚରେ ତାଙ୍କର ଦେବାଳିଆ ପରିସ୍ଥିତି ।ସେହିପରି ଗାଁର ଅନ୍ୟଜଣେ ରୋଗୀ ବାସୁଦେବ ପଧାନ ।ଦିନରାତି 24 ଘଣ୍ଟାରୁ ଅଧିକାଂଶ ସମୟ ଶୋଇ ରହୁଛନ୍ତି ଘରେ ।ଉଠିବାକୁ ତାଙ୍କର ଶକ୍ତି ବି ନାହଁ ।କଥା କହିବାକୁ ବଳ ବି ନାହିଁ ।ତଥାପି ଖର୍ଚ୍ଚ କରି ଔଷଧ ଔଷଧ ବଳରେ ଜୀବନ ଜିଉଁଛନ୍ତି ବାସୁଦେବ ।ଏବେ ଗାଁର ପ୍ରାୟ 6 ଜଣ ରୋଗୀଙ୍କୁ ଡାୟଲିସିସ ଆବଶ୍ୟକ କରୁଥିବା ବେଳେ ଡାଇଲେସିସ ସୁବିଧା ସାଂଗକୁ ବ୍ୟୟ ବହୁଳ କିଡନୀ ରୋଗର ଔଷଧ ଉପଖଣ୍ଡର ଡାକ୍ତରଖାନାରେ ଯୋଗାଇ ଦେବାକୁ ଦାବୀ କରିଛନ୍ତି ।
ବାଇଟ-1-ତପନ ଦେହୁରୀ (ଟୋପି ) ,କିଡନୀ ପ୍ରତିରୋପିତ ପୀଡିତ ,ସୁବର୍ଣ୍ଣପୁର ।
ବାଇଟ-2-ବାସୁଦେବ ପଧାନ ,ରୋଗୀ ,ସୁବର୍ଣ୍ଣପୁର ।(ବେକରେ ଗାମୁଛା ଗୁଡାଇଥିବା ବ୍ୟକ୍ତି )
ଭିଓ-2-ଖାଲି ତପନ କି ବାସୁଦେବ ନୁହେଁ ।ଗାଁର ପ୍ରାୟ 20 ଜଣ ରୋଗୀ କିଡନୀରେ ପୀଡିତ ହୋଇଛନ୍ତି ।ପାଂଚ ବର୍ଷ ଭିତରେ ଆଜକୁ ପାଂଚ ଜଣ ମୃତ୍ୟୁ ବରଣ କଲେଣି ।6 ଜଣ ରୋଗୀଙ୍କୁ ଡାୟଲିସିସ ଦରକାର କରୁଥିବା ବେଳେ ପ୍ରାୟ 14 ଜଣ ବ୍ୟକ୍ତି ରୋଗର ପ୍ରାଥମିକ ଅବସ୍ଥାରେ ପୀଡିତ ଅଛନ୍ତି ।ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଅଧିକାଂଶ ରୋଗୀଙ୍କୁ ଦୈନନ୍ଦିନ ଔଷଧ ବି ଜୁଟୁନାହିଁ ।ଉପଖଣ୍ଡ ଚିକିତ୍ସାଳୟରେ କିଡନୀ ରୋଗର ଆବଶ୍ୟକ ଔଷଧ ଯୋଗାଇ ଦେବା ସହିତ ରୋଗୀମାନଙ୍କ ପାଇଁ ଡାୟଲିସିସ ବ୍ୟବସ୍ଥା ଯୋଗାଇ ଦେବାକୁ ଦାବୀ କରିଛନ୍ତି ।କୂଲି ମୂଲିଆ ଓ ଚାଷ କାମ କରି ଲୋକେ ଯାହା ରୋଜଗାର କରୁଛନ୍ତି ତାର ଅଧିକାଂଶ ଭାଗ ଔଷଧ ପତ୍ରରେ ଖର୍ଚ୍ଚ ହେଉଛି ।ଏବେ 60ଟି ପରିବାର ବିଶିଷ୍ଟ ଗାଁରେ 20 ଜଣରୁ ଅଧିକ କିଡନୀ ରୋଗୀ ଥିବା ଜଣା ପଡିବା ପରେ ସ୍ବାସ୍ଥ୍ୟ ବିଭାଗ କେବଳ ଏକ ସଚେତନତା ଶିବିରର ଆୟୋଜନ କରି ନିଜ ଦାୟୀତ୍ବ ଶେଷ କରି ଦେଇଛି ।ଅପରପକ୍ଷରେ ସୋନପୁର ରୋଗୀଙ୍କ ପାଇଁ ବୌଦ୍ଧରେ ଡାୟଲିସିସ ବ୍ୟବସ୍ଥା ଥିବା କହିଥିବା ବେଳେ ରୋଗପାଇଁ ଆବଶ୍ୟକ ଔଷଧ ଡାକ୍ତରଖାନାରୁ ମାଗଣାରେ ମିଳୁଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।
ବାଇଟ-3-ଗଂଗାଧର ପଧାନ ,ଗ୍ରାମବାସୀ , ସୁବର୍ଣ୍ଣପୁର ।(ଗୁଲାପି ଚେକ ଗାମୁଛା )
ବାଇଟ-4-ପ୍ରଦୀପ ଗୁରୁ ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ,ସୁବର୍ଣ୍ଣପୁର ।Conclusion:ଫାଭିଓ-ଆଜକୁ ପ୍ରାୟ 8 ବର୍ଷରୁ ଅଧିକ ହେଲୋ ଗାଁରେ କିଡନୀ ରୋଗ ଦେଖା ଦେଇଛି ।ଜଣେ ପରେ ଜଣେ ପାଂଚ ଜଣ ଏହି ରୋଗର ଶୀକାର ହୋଇଥିବା ବେଳେ ଏବେ ଡାୟଲିସିସ ଆବଶ୍ୟକ କରୁଥିବା କିଡନୀ ରୋଗୀଙ୍କ ପାଇଁ କିଛି ଦିନ ପରେ କିଡନୀ ପ୍ରତିରୋପଣ ଆବଶ୍ୟକ ହେବ ।ହେଲେ କେଉଁ କାରଣରୁ କିଡନୀ ରୋଗରେ ଜଣେ ପରେ ଜଣେ ଆକ୍ରାନ୍ତ ହେଉଛନ୍ତି ଅବା ଯଦି ଉଚ୍ଚ ରକ୍ତଚାପ ଓ ମଧୂମେହ ହିଁ ଏହାର କାରଣ ତେବେ ଜନସାଧାରଣଙ୍କ ଭିତରେ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ କାହିଁକି ସ୍ବାସ୍ଥ୍ୟ ବିଭାଗ କରୁନାହିଁ ତାହା ତାଙ୍କୁ ହିଁ ଜଣା ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.