ETV Bharat / state

ଗଡିଲା କୃଷି ସଚେତନତା ରଥ, 15ରୁ ଖରିଫ ଋତୁ ଧାନ ସଂଗ୍ରହ - ଗଡିଲା କୃଷି ସଚେତନତା ରଥ

ନଭେମ୍ବର 15 ତାରିଖରେ ଧାନ କ୍ରୟ ପାଇଁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଶୁକ୍ରବାର ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡା କୃଷି ସଚେତନତା ରଥ ପରିକ୍ରମା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Nov 8, 2019, 10:30 PM IST

ସୁବର୍ଣ୍ଣପୁର: ଚଳିତ ଖରିଫ ଋତୁ ଧାନ ସଂଗ୍ରହ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏନେଇ ଶୁକ୍ରବାର ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା କୃଷି ସଚେତନତା ରଥ ପରିକ୍ରମା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଜିଲ୍ଲାରେ ଅଭାବୀ ବିକ୍ରି ରୋକିବା ସହିତ ଚାଷୀ ସଚେତନତା ପାଇଁ ପ୍ରଶାସନ ପକ୍ଷରୁ ସଚେତନତା ରଥ ପରିକ୍ରମା ବାହାରିଛି । ଏଥିସହିତ ବିଜ୍ଞାପନ ଜରିଆରେ ମଧ୍ୟ ଚାଷୀ ସଚେତନ କରାଯାଉଛି । ନଭେମ୍ବର 15 ତାରିଖରେ ଧାନ କ୍ରୟ ପାଇଁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ସେମାନଙ୍କୁ ରାଜସ୍ବ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ସହଯୋଗ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଚଳିତବର୍ଷ 64ଟି ସେବା ସମବାୟ ସମିତି ଓ 17ଗୋଟି ଏସଏସଜି କ୍ରୟ କେନ୍ଦ୍ର ମାଧ୍ୟମରେ ଧାନ ସଂଗ୍ରହ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ସାଧାରଣ ଧାନ କ୍ବିଣ୍ଟାଲ ପିଛା 1815 ଟଙ୍କା ଓ ଗ୍ରେଡ-1 ଧାନ 1835 ଟଙ୍କା ଚାଷୀଙ୍କୁ ଦିଆଯିବ । ସରକାରଙ୍କ ଏହି ନିଷ୍ପତ୍ତିକୁ କଡ଼ାକଡ଼ି ଲାଗୁ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ହେଲେ ଚାଷୀ ଯେପରି ଅଭାବୀ ବିକ୍ରିର ଶିକାର ନହେବା ସହ ଦଲାଲ ହାବୁଡ଼ରେ ଯେପରି ନପଡେ ସେଥିପ୍ରତି ଧ୍ୟାନ ଦେବାକୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ସମସ୍ତ 6 ଗୋଟି ବ୍ଲକରେ ପ୍ରତ୍ୟେକ ପଞ୍ଚାୟତରୁ ଚାଷୀଙ୍କ ପାଖରୁ ସିଧାସଳଖ ଧାନ ସଂଗ୍ରହ ପାଇଁ ଆଗମୀ 15 ତାରିଖରୁ ଧାନ କିଣିବା ପାଇଁ ନିଷ୍ପତ୍ତି ହୋଇଛି । ଧାନ କ୍ରୟରେ ସରକାରୀ କର୍ମଚାରୀ ତ୍ରୁଟି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କର୍ମଚାରୀଙ୍କୁ ସଚେତନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ଖରିଫ ୠତୁ ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ସବୁ ପ୍ରକାର ପ୍ରସ୍ତୁତି କରିଛି।ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡାଙ୍କ ଆଜି କୃଷି ସଚେତନତା ରଥ ପରିକ୍ରମା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଜିଲ୍ଲା କୃଷି ବିଭାଗ ତରଫରୁ ଉଚିତ ମୂଲ୍ୟରେ ଧାନ ବିକ୍ରୀ କରିବା ପାଇଁ ସଚେତନତା ରଥ ଆଜି ବାହାରି ଜିଲ୍ଲା ପରିକ୍ରମା କରୁଛି ।ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆଗମୀ 15 ତାରିଖରେ ଧାନ କ୍ରୟ ପାଇଁ ନିଷ୍ପତ୍ତି ନିଆଯାଇ ଥିବାବେଳେ ରାଜସ୍ୱ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ସହଯୋଗ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।ଚଳିତ ବର୍ଷ 64ଟି ସେବା ସମବାୟ ସମିତି ଓ 17 ଗୋଟି ଏସଏସଜି କ୍ରୟ କେନ୍ଦ୍ର ମାଧ୍ୟମରେ ଧାନ ସଂଗ୍ରହ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି।

Body:ଏଥର ସାଧାରଣ ଧାନ କୁଇଣ୍ଟାଲ ପିଛା 1815 ଟଙ୍କା ଓ ଗ୍ରେଡ 1 ଧାନ 1835 ଟଙ୍କା ଚାଷିଙ୍କୁ ଦିଆଯିବ ବୋଲି ସରକାରୀ ନିଷ୍ପତ୍ତିକୁ କଡ଼ାକଡ଼ି ଲାଗୁ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଜଣେ ହେଲେ ବି ଚାଷୀ ଯେପରି ଅଭାବୀ ବିକ୍ରୀର ଶିକାର ନ ହେବେ ଅବା ଦଲାଲ ହାବୁଡ଼ରେ ନ ପଡିବେ ସେଥିପାଇଁ ଧ୍ୟାନ ଦେବାକୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।ସମସ୍ତ 6 ଗୋଟି ବ୍ଲକରେ ପ୍ରତ୍ୟେକ ପଂଚାୟତରୁ ଚାଷୀଙ୍କ ପାଖରୁ ସିଧାସଳଖ ଧାନ ସଂଗ୍ରହ ପାଇଁ ଆଗମୀ 15 ତାରିଖରୁ ଧାନ କିଣିବା ପାଇଁ ନିଷ୍ପତ୍ତି ହୋଇଛି।ଧାନ କ୍ରୟରେ ସରକାରୀ କର୍ମଚାରୀ ତ୍ରୁଟି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କର୍ମଚାରୀମାନଙ୍କୁ ସଚେତନ କରିଛନ୍ତି।

Conclusion:ଜିଲ୍ଲାରେ ଅଭାବୀ ବିକ୍ରି ରୋକିବା ସହିତ ଚାଷୀ ସଚେତନତା ପାଇଁ ପ୍ରଶାସନ ପକ୍ଷରୁ ସଚେତନତା ରଥ ପରିକ୍ରମା କରିବା ସହିତ ବିଜ୍ଞାପନ ଜରିଆରେ ସଚେତନ କରାଯାଉଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.