ETV Bharat / state

ସୁବର୍ଣ୍ଣପୁରରେ ମହାକାଳୀ ପୂଜାରେ ଭାଇଚାରାର ନିଦର୍ଶନ, 55 ବର୍ଷରେ ପାଦଦେଲା ରାମଧୂନ କ୍ଲବ ପୂଜା କମିଟି

author img

By ETV Bharat Odisha Team

Published : Nov 12, 2023, 8:09 AM IST

ରାମଧୂନ କ୍ଲବ ପକ୍ଷରୁ 55 ତମ କାଳୀପୂଜା ମହା ଆଡମ୍ବର ସହିତ ଆୟୋଜନ କରାଯିବ । ହିନ୍ଦୁ ଓ ମୁସଲମାନ ମିଶି କରିବେ ମା'ଙ୍କ ପୂଜା । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁରରେ ଭାଇଚାରାର ପର୍ବ ମହାକାଳୀ ପୂଜା, 55 ବର୍ଷରେ ପାଦଦେଲା ରାମଧୂନ କ୍ଲବ ପୂଜା

ସୁବର୍ଣ୍ଣପୁର: ଚଳିତ ବର୍ଷ ସହରର ମଝିପଡା ରାମଧୂନ କ୍ଲବ ପକ୍ଷରୁ 55 ତମ କାଳୀପୂଜା ପାଇଁ ବ୍ୟାପକ ଆୟୋଜନ କରାଯାଇଛି । କ୍ଲବ ପକ୍ଷରୁ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟ ମିଳିତ ଭାବେ ପୂଜାର ଆୟୋଜନ କରୁଛନ୍ତି । ଏହାକୁ ନେଇ ଆଜି ପୂଜା କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । କେବଳ ହିନ୍ଦୁ ନୁହେଁ ମଝିପଡାରେ ବସବାସ କରୁଥିବା ମୁସଲମାନ ସଂପ୍ରଦାୟର ଲୋକେ ବେଶ ଉତ୍ସାହର ସହିତ ଏହି ପୂଜାରେ ସାମିଲ ହୋଇଥାନ୍ତି । ମୁସଲମାନ ଶ୍ରଦ୍ଧାଳୁମାନେ ଦେବୀମାଙ୍କ ପୂଜା ଆରାଧନା କରିବା ସହିତ ପୂଜାକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିଥାଆନ୍ତି ।

ଆସନ୍ତାକାଲି ଦୀପାବଳି ସଂଧ୍ୟାରେ ଦେବୀ ମା' କାଳୀଙ୍କ ପୂଜା ଆରାଧନା ପାଇଁ ଅଧିବାସ କାର୍ଯ୍ୟ ହେବାକୁ ଥିବାବେଳେ ମଧ୍ୟରାତ୍ରରୁ ଦେବୀମାଙ୍କୁ ଆବାହନ କରାଯିବ । ଲଗ୍ନ ଅନୁଯାୟୀ ପୂଜା ଆରାଧନା କରିବା ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କାର୍ତ୍ତିକ ଅମାବାସ୍ୟା ତିଥିରୁ ଆରମ୍ଭ କରି ପୂର୍ଣ୍ଣମୀ ପର୍ଯ୍ୟନ୍ତ ଦେବୀ ମା' ମଝିପଡ଼ା କାଳୀ ମଣ୍ଡପରେ ଅବସ୍ଥାନ କରିବେ । ମାର୍ଗଶୀର ମାସ କୃଷ୍ଣ ପ୍ରତିପଦ ତିଥିରେ ।

ଏହା ମଧ୍ୟ ପଢନ୍ତୁ ....Bhadrak Kali Puja: ରାତି ପାହିଲେ କାଳୀ ପୂଜା, ଉତ୍ସବମୁଖର ଭଦ୍ରକ

ମଝିପଡ଼ାର ଏହି କାଳୀପୂଜାକୁ ଆକର୍ଷଣୀୟ କରିବା ସହିତ ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନା କରାଯିବ ବେଲି ସୂଚନା ମିଳିଛି । ଏହି ଆଧ୍ୟାତ୍ମିକ ପରିବେଶରେ ଆସନ୍ତାକାଲି ସଂଧ୍ୟାରୁ ପୂର୍ଣ୍ଣମା ଯାଏଁ ଲଗାତର ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କରାଯାଇଛି । ତେବେ ସାଂପ୍ରଦାୟିକ ସଦଭାବ ଓ ଭାତୃତ୍ୱ ଭାବର ଉଦାହରଣ ସ୍ୱରୂପ ଏହି ପର୍ବଲ ପାଳନ କରାଯାଏ । ଆଜକୁ ପ୍ରାୟ 55 ବର୍ଷ ଧରି ଦେବୀ ମା' କାଳୀଙ୍କ ପୂଜା ଆରାଧନା କରିଇ ଆସୁଛି ଏହି ପୂଜା ମଣ୍ଡପ ।

ଏହା ମଧ୍ୟ ପଢନ୍ତୁ ....କାଳୀପୂଜା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ପୂଜା ମଣ୍ଡପରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଏହି ପୂଜାରେ ଉଭୟ ମୁସଲମାନ ଓ ହିନ୍ଦୁ ସମ୍ପର୍ଦାୟ ଲୋକେ ଉତ୍ସାହର ସହିତ ସାମିଲ ହେଉଥିବା କିଭଳି ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରାଯିବ ସେନେଇ ଆଜି ରାମଧୂନ କ୍ଲବର କାର୍ଯ୍ୟକର୍ତ୍ତାମାନେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ପୂଜାକୁ ଆକର୍ଷଣୀୟ କରିବା ପାଇଁ ରାମଧୂନ କ୍ଲବର ସଭ୍ୟମାନେ ଅକ୍ଲାନ୍ତ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ...Diwali 2023: କଟକରେ ରାତି 10ଟା ପରେ ବାଣ ଫୁଟାକୁ ନା, 80ଟି ମଣ୍ଡପରେ ପୂଜା ପାଇବେ ମା’

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.