ETV Bharat / state

ସାମ୍ବାଦିକଙ୍କୁ ସାମାଜିକ ସୁରକ୍ଷା, ନୂଆ ବିଲ ପାଇଁ ଦାବି - ସାମ୍ବାଦିକଙ୍କ ସୁରକ୍ଷା ପାଇଁ ବିଲ୍

ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ଶାଖାର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲାରେ ଥିବା ସମସ୍ତ ସାମ୍ବାଦିକଙ୍କ ସୁରକ୍ଷା ସହ ରାଜ୍ୟରେ ବିଭିନ୍ନ ସମୟରେ ହେଉଥିବା ସାମ୍ବାଦିକମାନଙ୍କୁ ଆକ୍ରମଣର ସେ ନିନ୍ଦା କରିଛନ୍ତି। ଅଧିକ ପଢନ୍ତୁ...

ସାମ୍ବାଦିକଙ୍କୁ ସାମାଜିକ ସୁରକ୍ଷା ଦାବିତ
ସାମ୍ବାଦିକଙ୍କୁ ସାମାଜିକ ସୁରକ୍ଷା ଦାବି
author img

By

Published : Jan 10, 2021, 2:10 PM IST

ସୁବର୍ଣ୍ଣପୁର: ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟର ରାଜ୍ୟ ସଭାପତି ପ୍ରଶନ୍ନ ମହାନ୍ତି ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ଶାଖାର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲାରେ ଥିବା ସମସ୍ତ ସାମ୍ବାଦିକଙ୍କ ସୁରକ୍ଷା ସହ ରାଜ୍ୟରେ ବିଭିନ୍ନ ସମୟରେ ହେଉଥିବା ସାମ୍ବାଦିକମାନଙ୍କୁ ଆକ୍ରମଣର ସେ ନିନ୍ଦା କରିଛନ୍ତି।

ସାମ୍ବାଦିକଙ୍କୁ ସାମାଜିକ ସୁରକ୍ଷା, ନୂଆ ବିଲ ପାଇଁ ଦାବି

ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସରକାର ଏକ ବିଲ୍ ଆଣନ୍ତୁ ବୋଲି ଦାବି କରିଛନ୍ତି । ତାସହ ସାମ୍ବାଦିକମାନଙ୍କ ସାମାଜିକ ସୁରକ୍ଷା, ଅନ୍ୟ ରାଜ୍ୟ ପରି ପେନସନ ଯୋଜନା, ସ୍ବାସ୍ଥ୍ୟ ବୀମା ଯୋଜନାର ପରିସର ବ୍ୟାପକ କରିବାକୁ ରାଜ୍ୟ ସରକାରଙ୍କୁ ଦାବି ଜଣାଯାଇଥିବା ସେ କହିଛନ୍ତି ।

ଆଗାମୀ ବିଧାନସଭାରେ ସଂଘ ପକ୍ଷରୁ ଏହି ବିଲ ପାଇଁ ଦାବି ରହିବ ବୋଲି କହିଛନ୍ତି । ଏହି ସଭାରେ ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ ନନ୍ଦ, କୋଷାଧ୍ୟକ୍ଷ ଅମୁଲ୍ୟ ସ୍ୱାଇଁ, ଆଚାର୍ଯ୍ୟ ବିଶ୍ୱରଞ୍ଜନଙ୍କ ସହ ଜିଲ୍ଲା ୟୁନିଟର ସଭାପତି ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଆଗାମି ଦିନରେ ଜିଲ୍ଲା ୟୁନିଟକୁ ସୁଦୃଢ କରିବାକୁ ରାଜ୍ୟ ନେତୃବର୍ଗ ପରାମର୍ଶ ଦେଇଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.