ETV Bharat / state

ଅଷ୍ଟବିଷ୍ଣୁଙ୍କ ସହର ପାଳିଲା ଜନ୍ମାଷ୍ଟମୀ - ନନ୍ଦୋତ୍ସବ

ଜନ୍ମାଷ୍ଟମୀ ନେଇ ସୋନପୁର ଗଡଜାତର ରାଜପ୍ରାସାଦ ନିକଟସ୍ଥ ଶ୍ରୀ ଗୋପାଳଜୀ ମନ୍ଦିର ସମେତ ସହରରେ ଥିବା ସମସ୍ତ 8ଟି ବିଷ୍ଣୁ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିରରେ ଆଜି ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Aug 23, 2019, 4:21 PM IST

ସୁବର୍ଣପୁର: ଅଷ୍ଟବିଷ୍ଣୁଙ୍କ ସହର ସୁବର୍ଣ୍ଣପୁରରେ ଆଜି ମହାସମାରୋହରେ ପାଳିତ ହେଉଛି ଶ୍ରୀକୃଷ୍ଣ ଜନ୍ମୋତ୍ସବ । ଏନେଇ ସୋନପୁର ଗଡଜାତର ରାଜପ୍ରାସାଦ ନିକଟସ୍ଥ ଶ୍ରୀ ଗୋପାଳଜୀ ମନ୍ଦିର ସମେତ ସହରରେ ଥିବା ସମସ୍ତ 8ଟି ବିଷ୍ଣୁ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିରରେ ଆଜି ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ମନ୍ଦିର ପ୍ରାଙ୍ଗଣ ଗୁଡିକରେ ଜନ୍ମାଷ୍ଟମୀ ପାଇଁ ବ୍ୟାପକ ଆୟୋଜନ କରାଯିବା ସହ ଶ୍ରୀ ହରିବଂଶ ପାରାୟଣ ଶୁଣିବା ପାଇଁ ବ୍ରତଧାରୀଙ୍କର ସମାଗମ ହୋଇଛି । ବିଶେଷକରି ସିନ୍ଦୁରପୁରର ଶ୍ରୀ ଗୋପାଳଜୀ ମନ୍ଦିର, ବୀରମହାରାଜପୁର ଉପଖଣ୍ଡର ଶ୍ୟାମସୁନ୍ଦର କୁଞ୍ଜ କୁଟୀର ତଥା ସହରର ଗୋପୀନାଥ ମନ୍ଦିର, ନୃସିଂହ ମନ୍ଦିର ଆଦିରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ମହାଆଡମ୍ବରରେ ପାଳନ କରାଯାଉଛି ।

ସଂଧ୍ୟାରେ ଅନେକ ବିଷ୍ଣୁ ମନ୍ଦିରରେ ହରିବଂଶ ପାଠରେ ଶ୍ରୀକୃଷ୍ଣ ଜନ୍ମ ପାଳନ ହେବା ସହିତ ବିଭିନ୍ନ ଯାଗାରେ ଶ୍ରୀକୃଷ୍ଣ ଜନ୍ମର ନାଟ୍ୟାଭିନୟ ପାଇଁ ଆୟୋଜନ କରାଯାଇଛି । ପରମ୍ପରା ଅନୁଯାୟୀ ଆସନ୍ତାକାଲି ନନ୍ଦୋତ୍ସବ ପରେ ସୋନପୁର ଗଡଜାତର ପ୍ରଜାମାନଙ୍କ ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିରରେ ପଣ୍ଡିତ ମହାସଭା ବସି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ନିର୍ଣ୍ଣୟ କରାଯିବ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ଏଙ୍କର-ଅଷ୍ଟବିଷ୍ଣୁଙ୍କ ସହର ସୁବର୍ଣ୍ଣପୁରରେ ଆଜି ମହାସମାରୋହରେ ଶ୍ରୀ କୃଷ୍ଣ ଜନ୍ମୋତ୍ସବ ପାଳନ କରାଯାଉଛି ।ସୋନପୁର ଗଡଜାତର ରାଜପ୍ରାସାଦ ନିକଟସ୍ଥ ଶ୍ରୀ ଗୋପାଳଜୀ ମନ୍ଦିର ସମେତ ସହରରେ ଥିବା ସମସ୍ତ ଆଠୋଟି ବିଷ୍ଣୁ ମନ୍ଦିର ଓ ରାଧା କୃଷ୍ଣ ମନ୍ଦିରରେ ଆଜି ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।ମନ୍ଦିର ପ୍ରାଂଗଣ ଗୁଡିକରେ ଜନ୍ମାଷ୍ଟମୀ ପାଇଁ ବ୍ୟାପକ ଆୟୋଜନ କରାଯିବା ସହିତ ଶ୍ରୀ ହରିବଂଶ ପାରାୟଣ ଶୁଣିବା ପାଇଁ ବ୍ରତଧାରୀମାନଙ୍କର ସମାଗମ ହୋଇଛି ।ବିଶେଷକରି ସିନ୍ଦୁରପୁରର ଶ୍ରୀ ଗୋପାଳଜୀ ମନ୍ଦିର ,ବୀରମହାରାଜପୁର ଉପଖଣ୍ଡର ଶ୍ୟାମ ସୁନ୍ଦର କୁଂଜ କୁଟୀର ତଥା ସହରର ଗୋପିନାଥ ମନ୍ଦିର ,ନୃସିଂହ ମନ୍ଦିର ଆଦିରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ମହାଆଡମ୍ବରରେ ପାଳନ କରାଯାଉଛି ।ସଂଧ୍ୟାରେ ଅନେକ ବିଷ୍ଣୁ ମନ୍ଦିରରେ ହରିବଂଶ ପାଠରେ ଶ୍ରୀକୃଷ୍ଣ ଜନ୍ମ ପାଳନ ହେବା ସହିତ ବିଭିନ୍ନ ଯାଗାରେ ଶ୍ରୀକୃଷ୍ଣ ଜନ୍ମର ନାଟ୍ୟାଭିନୟ ପାଇଁ ଆୟୋଜନ କରାଯାଇଛି ।Body:ପରଂପରା ଅନୁଯାୟୀ ଆସନ୍ତାକାଲି ନନ୍ଦୋତ୍ସବ ପରେ ସୋନପୁର ଗଡଜାତର ପ୍ରଜାମାନଙ୍କ ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିରରେ ପଣ୍ଡିତ ମହାସଭା ବସି ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ ପାଇଁ ଲଗ୍ନ ନିର୍ଣ୍ଣୟ କରିବେ ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.