ETV Bharat / state

କାରାଗାର ୱାର୍ଡର କର୍ମଚାରୀଙ୍କ ଆମରଣ ଅନଶନ, କଏଦୀ ପରିଚାଳନାରେ ପଡିପାରେ ପ୍ରଭାବ

author img

By ETV Bharat Odisha Team

Published : Sep 26, 2023, 8:07 AM IST

Updated : Sep 26, 2023, 11:11 AM IST

5 ଦଫା ଦାବି ପୂରଣ ପାଇଁ ଆମରଣ ଅନଶନକୁ ଓହ୍ଲାଇଛନ୍ତି ଜେଲ କର୍ମଚାରୀ । ଜେଲରେ କଏଦୀ ପରିଚାଳନାରେ ପଡ଼ିପାରେ ପ୍ରଭାବ । ଅଧିକ ପଢନ୍ତୁ

କାରାଗାର ୱାର୍ଡର କର୍ମଚାରୀଙ୍କ ଆମରଣ ଅନଶନ
କାରାଗାର ୱାର୍ଡର କର୍ମଚାରୀଙ୍କ ଆମରଣ ଅନଶନ
କାରାଗାର ୱାର୍ଡର କର୍ମଚାରୀଙ୍କ ଆମରଣ ଅନଶନ

ସୁବର୍ଣ୍ଣପୁର : ଆମରଣ ଅନଶନକୁ ଓହ୍ଲାଇଛନ୍ତି ଜେଲ କର୍ମଚାରୀ । 5 ଦଫା ଦାବି ପୂରଣ ପାଇଁ ଆନ୍ଦୋଳନରେ ଅଖିଳ ଭାରତୀୟ କାରାଗାର କର୍ମଚାରୀ ମହାସଂଘ । ତେବେ ଦୀର୍ଘ ୧୨ ଦିନ ଧରି କଳାବ୍ୟାଚ୍‌ ପିନ୍ଧି ପ୍ରତିକାତ୍ମକ ଆନ୍ଦୋଳନ ପରେ ଶେଷରେ ଆମରଣ ଅନଶନକୁ ଓହ୍ଲାଇଲେ ଜେଲ୍‌ କର୍ମଚାରୀ । ଅନ୍ୟପଟେ ଏନେଇ ଜେଲରେ କଏଦୀ ପରିଚାଳନାରେ ପ୍ରଭାବ ପଡିପାରେ ।

ସୂଚନା ଅନୁଯାୟୀ, ଗତକାଲି ସଦର ଉପ କାରାଗାରରେ କାର୍ଯ୍ୟ କରୁଥିବା 13 ଜଣ ୱାର୍ଡର କର୍ମଚାରୀ କାରାଗାର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆମରଣ ଅନଶନରେ ବସିଥିଲେ । ଧାରଣାରେ ଓହ୍ଲାଇଥିବା ଜେଲ କର୍ମଚାରୀଙ୍କ ୫ ଦଫା ଦାବି ରହିଛି । ସେଗୁଡିକ ହେଲା ଓ୍ବାର୍ଡର ଓ ଚିଫ ଓ୍ବାର୍ଡର ମାନଙ୍କର ଗ୍ରେଡ୍‌ ପେ ବୃଦ୍ଧି କରାଯାଉ । 2012 କାରାଗାର ପରିଚାଳନା ନିୟମ ଅନୁଯାୟୀ ୱାର୍ଡର କର୍ମଚାରୀଙ୍କ ବରିଷ୍ଠତା ଭିତ୍ତିରେ ପଦୋନ୍ନତି କରିବା, ୱାର୍ଡର କର୍ମଚାରୀଙ୍କୁ ମିଳୁଥିବା ଖାଦ୍ୟ ପାନୀୟ ଭତ୍ତା ୪ ଶହ ଟଙ୍କାରୁ ୧୪୦୦ ଶହ ଟଙ୍କାକୁ ବୃଦ୍ଧି କରିବା, ସବ ଡିଭିଜନ କାରାଗାର ମାନଙ୍କ ଭିତରେ ଥିବା ବଦଳି ଆଇନକୁ କୋହଳ କରିବା ତଥା ୱାର୍ଡର କର୍ମଚାରୀଙ୍କୁ ମିଳୁଥିବା ମାସିକିଆ ଦରମାକୁ ପରିବର୍ତ୍ତନ କରି ନୂତନ ଭାବେ ସପ୍ତମ ବେତନ କମିଶନ ଅନୁଯାୟୀ ଦରମା ଦେବା ଆଦି ଦାବି ପୂରଣ ପାଇଁ ଏହି ଆନ୍ଦୋଳନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ପ୍ରଭାବିତ ହୋଇପାରେ ଜେଲ୍ ପରିଚାଳନା, ଆମରଣ ଅନଶନକୁ ଓହ୍ଲାଇଲେ କର୍ମଚାରୀ

ତେବେ ରାଜ୍ୟ ସରକାରଙ୍କ ପାଖରେ ମହାସଂଘ ପକ୍ଷରୁ ବାରମ୍ବାର ଦାବି କରାଯାଉ ଥିଲେ ମଧ୍ୟ ରାଜ୍ୟ ସରକାର କର୍ମଚାରୀଙ୍କ ଦାବି ପ୍ରତି ସମ୍ବେଦନଶୀଳ ହେଉ ନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଜିଲ୍ଲା ସଂଘ ପକ୍ଷରୁ ଆମରଣ ଅନଶନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାର ପ୍ରୟାସ କରିଛନ୍ତି । ରାଜ୍ୟ ସରକାର ଦାବି ପୂରଣ ନକରିବା ପର୍ଯ୍ୟନ୍ତ କର୍ମଚାରୀମାନେ ଆମରଣ ଅନଶନରୁ ଓହରିବେ ନାହିଁ ବୋଲି ରୋକଠୋକ କହିଛନ୍ତି । ଅନ୍ୟପଟେ ଭୁବନେଶ୍ବରରେ ମଧ୍ୟ ୧୨ ଦିନ ଧରି କଳାବ୍ୟାଚ ପିନ୍ଧି ପ୍ରତିକାତ୍ମକ ଧାରଣା ପେର ଅମାରଣ ଅନଶନ କରିଥିଲେ ଜେଲ କର୍ମତାରୀ । ଏଥିରେ ଜେଲ ଓ୍ବାର୍ଡରଙ୍କ ଠାରୁ ଆରମ୍ଭ କରି ହାବିଲଦାର ଓ ଚିଫ ଓ୍ବାର୍ଡରଙ୍କ ଭଳି ଜେଲ କର୍ମଚାରୀ ସାମିଲ ଥିଲେ ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated : Sep 26, 2023, 11:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.