ETV Bharat / state

ବିଦ୍ୟା ପିନ୍ଧିଲେ ସମ୍ବଲପୁରୀ ଶାଢ଼ୀ,  ଦେଖନ୍ତୁ କଣ କହୁଛନ୍ତି ଡିଜାଇନର... - subarnapur designer

ଶକୁନ୍ତଳା ଦେବୀ ଫିଲ୍ମର ପ୍ରମୋସନ ପାଇଁ ଗଣିତ ଡିଜାଇନର ସମ୍ବଲପୁରୀ ଶାଢ଼ୀ ପିନ୍ଧିଲେ ବିଦ୍ୟା ବଲାନ । କାରିଗରଙ୍କୁ କଲେ ପ୍ରଶଂସା । ଦେଖନ୍ତୁ ସେହି ଶାଢ଼ୀ ଡିଜାଇନରଙ୍କ ସହ ସ୍ବତନ୍ତ ସାକ୍ଷାତକାର । ଅଧିକ ପଢ଼ନ୍ତୁ...

interview with the designer of sambalpuri saree, vidya Balan was wearing sambalpuri saree, ଗଣିତ ବାନ୍ଧର ସମ୍ବଲପୁରୀ ଶାଢ଼ୀ, ବିଦ୍ୟା ପିନ୍ଧିଲେ ଗଣିତ ବାନ୍ଧର ସମ୍ବଲପୁରୀ ଶାଢ଼ୀ, ଦେଖନ୍ତୁ ଡିଜାଇନରଙ୍କ ସହ ସାକ୍ଷାତକାର , ସମ୍ବଲପୁରୀ ଶାଢ଼ୀ ପିନ୍ଧିଲେ ବିଦ୍ୟା ବାଲନ, ଶକୁନ୍ତଳା ଦେବୀ ଫିଲ୍ମ
ଦ୍ୟା ପିନ୍ଧିଲେ ଗଣିତ ବାନ୍ଧର ସମ୍ବଲପୁରୀ ଶାଢ଼ୀ, ଦେଖନ୍ତୁ ଡିଜାଇନରଙ୍କ ସହ ସାକ୍ଷାତକାର
author img

By

Published : Jul 31, 2020, 2:22 PM IST

Updated : Jul 31, 2020, 3:49 PM IST

ସୁବର୍ଣ୍ଣପୁର: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଏହାକୁ ଖୁବ ପ୍ରଶଂସା କରିଛନ୍ତି। ଏହାସହ ଏହି ଶାଢ଼ୀ ବୁଣିଥିବା କଳାକାରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ରିଲିଜ ପାଇଁ ପ୍ରସ୍ତୁତ ହୋଇଥିବା ବିଦ୍ୟାଙ୍କ ଫିଲ୍ମ ଶକୁନ୍ତଳା ଦେବୀ ଫିଲ୍ମର ପ୍ରମୋସନ ପାଇଁ ସେ ଏହି ଗଣିତ ଡିଜାଇନ ହୋଇଥିବା ଶାଢ଼ୀକୁ ପିନ୍ଧିଥିଲେ । ସୂଚନା ଯୋଗ୍ୟ ଯେ ଫିଲ୍ମରେ ବିଦ୍ୟା ଭାରତର ହ୍ୟୁମାନ କମ୍ପ୍ୟୁଟର ଶକୁନ୍ତଳା ଦେବୀଙ୍କ ଭୂମିକାରେ ନଜର ଆସୁଛନ୍ତି ଏବଂ ଫିଲ୍ମଟି ଗଣିତ ଉପରେ ଆଧାରିତ ।

ଦ୍ୟା ପିନ୍ଧିଲେ ଗଣିତ ବାନ୍ଧର ସମ୍ବଲପୁରୀ ଶାଢ଼ୀ, ଡିଜାଇନରଙ୍କ ସହ ସାକ୍ଷାତକାର

ତେବେ ଗଣିତ ଡିଜାଇନର ଏହି ଶାଢ଼ୀ ପିନ୍ଧି ବିଦ୍ୟା ଏକ ଭିଡିଓ ସେୟାର କରି କାରିଗରଙ୍କୁ ପ୍ରଶଂସା କରିଛନ୍ତି । ତେବେ ବିଦ୍ୟାଙ୍କ ଏହି ପୋଷ୍ଟ ପରେ ଏବେ ଏହି ଶାଢ଼ୀର ଡିଜାଇନର ସୁବର୍ଣ୍ଣପୁର ସହରର ପଟାଭାଡ଼ିର ରବି କିଶୋର ମେହେର ଏମିତି ଶାଢ଼ୀ ପାଇଁ ପ୍ରାୟ 400ରୁ ଅଧିକ ଅର୍ଡର ପାଇଛନ୍ତି। ତେବେ ଏହି ପାଟବସ୍ତ୍ର ଏବେ ପ୍ରାୟ 25 ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ ପ୍ରାୟ 30 ଖଣ୍ଡ ଶାଢ଼ୀ ତାଙ୍କ ପାଖରେ ମହଜୁଦ ରହିଛି। ଏହି ବସ୍ତ୍ରଟି ଗଣିତ ଡିଜାଇନର ବାନ୍ଧକଳାରେ ପ୍ରସ୍ତୁତ କରାଯାଇଛି ବୋଲି ବସ୍ତ୍ର ଡିଜାଇନର ରବି କିଶୋର ମେହେର କହିଛନ୍ତି। ଏହାସହ ବିଦ୍ୟାଙ୍କ ପ୍ରଶଂସା ପାଇଁ ସେ ଗର୍ବିତ ବୋଲି କହିଛନ୍ତି । ତେବେ ଆମ ପ୍ରତିନିଧି ତୀର୍ଥବାସୀ ପଣ୍ଡା ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଏହି ବସ୍ତ୍ର ସମ୍ପର୍କରେ ରବିକିଶୋର ମେହେରଙ୍କ ସହିତ ଆଲୋଚନା କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Jul 31, 2020, 3:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.