ETV Bharat / state

ବେଆଇନ କଫ ସିରଫ ଚୋରା ଚାଲାଣ ଘଟଣା: 3ଗିରଫ - ବେଆଇନ କଫ ସିରଫ ଚୋରା ଚାଲାଣ

ବେଆଇନ କଫ ସିରଫ କାରବାରରେ ଶୁକ୍ରବାର ସୋନପୁର ପୋଲିସ 3 ଜଣଙ୍କୁ ଗିରଫ କରିଛି । ଏଥିସହ ପ୍ରାୟ 640 ବୋତଲ କଫ ସିରଫ ମଧ୍ୟ ଜବତ କରିଛି ।

ବେଆଇନ କଫ ସିରଫ ଚୋରା ଚାଲାଣ ଘଟଣା: 3ଗିରଫ
ବେଆଇନ କଫ ସିରଫ ଚୋରା ଚାଲାଣ ଘଟଣା: 3ଗିରଫ
author img

By

Published : Jul 24, 2020, 12:33 PM IST

ସୁବର୍ଣ୍ଣପୁର: ବେଆଇନ କଫ ସିରଫ କାରବାରରେ ଶୁକ୍ରବାର ସୋନପୁର ପୋଲିସ 3 ଜଣଙ୍କୁ ଗିରଫ କରିଛି । ଏଥିସହ ପ୍ରାୟ 640 ବୋତଲ କଫ ସିରଫ ଜବତ କରିବା ସହ ସିରଫ ନେଇ ଯାଉଥିବା ଏକ ଘରୋଇ ବସକୁ ମଧ୍ୟ ଜବତ କରିଛି ପୋଲିସ । ଜବତ ସିରଫର ଆନୁମାନିକ ମୂଲ୍ୟ 20 ହଜାର ଟଙ୍କା ହେବ ବୋଲି ଜଣା ପଡିଛି ।

ବେଆଇନ କଫ ସିରଫ ଚୋରା ଚାଲାଣ ଘଟଣା: 3ଗିରଫ

OD-03P 6633 ନମ୍ବର ଥିବା ଶତପଥୀ ନାମକ ଏକ ଘରୋଇ ବସ ଭୁବନେଶ୍ବରରୁ ବଲାଙ୍ଗୀରକୁ ଯାଉଥିଲା । ଏହି ଘରୋଇ ବସ ଯୋଗେ କଫ ସିରଫ ଚୋରା ଚାଲାଣ ହେଉଥିଲା । ସୋନପୁର ପୋଲିସ ଖବର ପାଇ ବସ ଉପରେ ଚଢଉ କରି ଏହି କଫ ସିରଫ ସବୁକୁ ଜବତ କରିଛି । ମୁଖ୍ୟ ଅଭିଯୁକ୍ତ ଧାରା ପଡି ନଥିବାବେଳେ ବସର ଡ୍ରାଇଭର,କଣ୍ଡକ୍ଟର ଓ କ୍ଲିନରକୁ ଗିରଫ କରିଛି ପୋଲିସ । ଗିରଫ ଡ୍ରାଇଭର ନାଁ କୁଳମଣୀ ସାହୁ, କଣ୍ଡକ୍ଟର ସର୍ବେଶ୍ବର ପ୍ରଧାନ ଓ କ୍ଲିନରର ନାଁ ଲକ୍ଷ୍ମଣ ବଗର୍ତ୍ତୀ ବୋଲି ଜଣାପଡିଛି । 3ଜଣ ବସ ଷ୍ଟାଫକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ବେଆଇନ କଫ ସିରଫ କାରବାରରେ ଆଉ କିଏ କିଏ ଅଛନ୍ତି ସୋନପୁର ପୋଲିସ ଅନୁସନ୍ଧାନ ଜାରିରଖିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.