ETV Bharat / state

'ବେଆଇନ ଇଟାଭାଟି ନିର୍ମାଣ ତାପମାତ୍ରା ବୃଦ୍ଧିର କାରଣ' - ସୁବର୍ଣ୍ଣପୁର ଇଟାଭାଟି ସମସ୍ୟା

ସୁବର୍ଣ୍ଣପୁରରେ ବୃଦ୍ଧି ପାଉଛି ବେଆଇନ ଇଟାଭାଟି । ଫଳରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବା ଅଭିଯୋଗ । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି । ଅଧିକ ପଢନ୍ତୁ...

'ବେଆଇନ ଇଟାଭାଟି ନିର୍ମାଣ ତାପମାତ୍ରା ବୃଦ୍ଧିର କାରଣ'

author img

By

Published : Jun 6, 2021, 10:10 AM IST

ସୁବର୍ଣ୍ଣପୁର: ଜିଲ୍ଲାରେ ବେଆଇନ ଇଟାଭାଟି ନିର୍ମାଣ ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି । ସରକାରଙ୍କ ବାରଣ ସତ୍ତ୍ବେ ରାଜସ୍ବ ବିଭାଗର ସଲାସୁତୁରା କାରଣରୁ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଏକାଧିକ ବେଆଇନ ଇଟାଭାଟି ନିର୍ମାଣ କରାଯାଉଛି । ଫଳରେ ତାପମାତ୍ରା ବୃଦ୍ଧି ପାଉଥିବା ଅଭିଯୋଗ କରିଛନ୍ତି ଲୋକେ ।

'ବେଆଇନ ଇଟାଭାଟି ନିର୍ମାଣ ତାପମାତ୍ରା ବୃଦ୍ଧିର କାରଣ'

ସୂଚନା ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରି ଇଟାଭାଟି ମାଲିକମାନେ ରାଜସ୍ବ ବିଭାଗର କର୍ମଚାରୀମାନଙ୍କୁ ହାତେଇ ଇଟାଭାଟି କରୁଥିବା ଅଭିଯୋଗ ହୋଇଛି । ଏବେ ପୋଡା ଇଟାର ଦାମ ବଜାରରେ ପ୍ରତି ଏକ ହଜାରକୁ ଦଶ ହଜାରରୁ ବାର ହଜାର ଟଙ୍କାରେ ବିକ୍ରୀ ହେଉଛି । ଫଳରେ ଇଟାଭାଟି ମାଲିକମାନେ ଆଭ୍ୟନ୍ତରୀଣ ଓ ଜଙ୍ଗଲିଆ ଅଞ୍ଚଳରେ ଶହ ଶହ ଇଟାଭାଟି ନିର୍ମାଣ କରୁଛନ୍ତି । ତେବେ ରାଜସ୍ବ ବିଭାଗ ସବୁ ଜାଣି ଚୁପ୍ ରହୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ତେବେ ଏହି ଇଟାଭାଟି ଉପରେ ଅଂକୁଶ ଲଗାଇବାରେ ଜିଲ୍ଲା ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ ହେଉଛି । ଅପରପକ୍ଷରେ ସଠିକ ରିପୋର୍ଟ ଉପରେ ତହସିଲଦାରମାନେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେଇ ଇଟାଭାଟି ମାଲିକମାନଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରୁଥିବା ଜିଲ୍ଲାପାଳ ମନିଷା ବାନାର୍ଜୀ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.