ETV Bharat / state

ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ଦ ହେବ ବେଆଇନ କ୍ଲିନିକ - subarnapur news

ସୁବର୍ଣ୍ଣପୁର ଜିଲ୍ଲାରେ ଏବେ ଟେନସନରେ କ୍ଲିନିକ ମାଲିକ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜିଲ୍ଲାର ସମସ୍ତ 6ଟି ବ୍ଲକରେ ଖୋଲିଥିବା କ୍ଲିନିକ ମାନଙ୍କ ତଥ୍ୟ ମାଗିଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ ଜିଲ୍ଲାରେ 64ଗୋଟି ବେଆଇନ କ୍ଲିନିକ ରହିଛି । ତେବେ ତଥ୍ୟ ଅନୁୟାୟୀ, ବେଆଇନ କ୍ଲିନିକ ଗୁଡିକ ବନ୍ଦ କରାଯିବାକୁ କହିଛନ୍ତି ଜିଲ୍ଲାପାଳ ।

ଫଟୋ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Sep 22, 2019, 12:17 PM IST

ସୁବର୍ଣ୍ଣପୁର: ଜିଲ୍ଲା ପ୍ରଶାସନ ବେଆଇନ କ୍ଲିନିକ ଗୁଡିକ ବନ୍ଦ କରିବା ପୂର୍ବରୁ ଚେତାବନୀ ଦେଇଛି । ସରକାରୀ ଗାଇଡ ଲାଇନ ମୁତାବକ ରେଜିଷ୍ଟ୍ରେସନ ଓ ରୋଗୀଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ନଥିଲେ ତାକୁ ବନ୍ଦ କରି ଦିଆଯିବ ବୋଲି ଜିଲ୍ଲାପାଳ ମନୀଷା ବାନାର୍ଜୀ କ୍ଲିନିକ ମାଲିକ ମାନଙ୍କୁ ଚେତାଇ ଦେଇଛନ୍ତି ।

ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜିଲ୍ଲାର ସମସ୍ତ 6ଟି ବ୍ଲକରେ ଖୋଲିଥିବା କ୍ଲିନିକ ମାନଙ୍କ ତଥ୍ୟ ମାଗିଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ ଜିଲ୍ଲାରେ 64ଗୋଟି ବେଆଇନ କ୍ଲିନିକ ରହିଛି । କେବଳ 6 ଗୋଟି କ୍ଲିନିକ ରେଜିଷ୍ଟ୍ରେସନ କରିଛନ୍ତି । ସୁବର୍ଣ୍ଣପୁରରେ 12 ଗୋଟି, ନାଇକେନପାଲିରେ 6 ଗୋଟି,ବିନିକା ସହରରେ 15ଟି , ଡୁଙ୍ଗୁରିପାଲିରେ 6ଟି, ତରଭାରେ 10ଟି, ବୀରମହାରାଜପୁରରେ 10ଟି ଓ ଉଲୁଣ୍ଡା ସହରରେ 4ଟି ବେଆଇନ କ୍ଲିନିକ ରହିଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ସହରରେ 5ଟି ଓ ବୀରମହାରାଜପୁରରେ ଗୋଟିଏ କ୍ଲିନିକର ସରକାରୀ ରେଜିଷ୍ଟ୍ରେସନ ରହିଛି । ସୋନପୁରରେ ଥିବା 5ଟି ରେଜିଷ୍ଟ୍ରେସନ କ୍ଲିନିକ ଭିତରୁ ବିଭିନ୍ନ କାରଣରୁ ଦୁଇଟି ବନ୍ଦ ଅଛି । ତେବେ ଜିଲ୍ଲାର 90 ପ୍ରତିଶତ ବେଆଇନ କ୍ଲିନିକ କାର୍ଯ୍ୟ କରୁଛି । ଜିଲ୍ଲାରେ ଛତୁ ଫୁଟିବା ପରି କ୍ଲିନିକ ଖୋଲୁଥିବା ବେଳେ ଏହି ବେଆଇନ କ୍ଲିନିକ ଗୁଡିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ଅଭିଯୋଗ ହେଉଥିଲା ।

ଏବେ ଜିଲ୍ଲାପାଳ ମନୀଷା ବାନାର୍ଜୀ ବେଆଇନ କ୍ଲିନିକ ଗୁଡିକୁ ସାତ ଦିନ ଭିତରେ ସରକାରୀ ନୀତି ନିୟମ ମୁତାବକ ଆବଶ୍ୟକ କାଗଜପତ୍ର ଓ ରୋଗୀଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ନକଲେ ତାକୁ ବନ୍ଦ କରିବା ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ କୁମାର ଗୁରୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ଏପରି ନିର୍ଦ୍ଦେଶ ପରେ କ୍ଲିନିକ ମାଲିକଙ୍କ ଭିତରେ କୋକୁଆ ଭୟ ଖେଳି ଯାଇଛି । ଜିଲ୍ଲାପାଳଙ୍କ ଏପରି ନିର୍ଦ୍ଦେଶକୁ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ବେଆଇନ କ୍ଲିନିକଗୁଡିକ ବନ୍ଦ କରିବା ପୂର୍ବରୁ ଚେତାବନୀ ଦେଇଛି ।ସରକାରୀ ଗାଇଡ ଲାଇନ ମୁତାବକ ରେଜିଷ୍ଟ୍ରେସନ ଓ ରୋଗୀଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ନ ଥିଲେ ତାକୁ ବନ୍ଦ କରି ଦିଆଯିବ ବୋଲି ଜିଲ୍ଲାପାଳ ମନୀଷା ବାନାର୍ଜୀ କ୍ଲିନିକ ମାଲିକମାନଙ୍କୁ ଚେତେଇ ଦେଇଛନ୍ତି।ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜିଲ୍ଲାର ସମସ୍ତ 6ଟି ବ୍ଲକରେ ଖୋଲିଥିବା କ୍ଲିନିକମାନଙ୍କ ତଥ୍ୟ ମାଗିଛନ୍ତି।ସରକାରୀ ତଥ୍ୟ ଅନୁଯାୟୀ ଜିଲ୍ଲାରେ 64ଗୋଟି ବେଆଇନ କ୍ଲିନିକ ରହିଛି।କେବଳ 6 ଗୋଟି କ୍ଲିନିକ ରେଜିଷ୍ଟ୍ରେସନ କରିଛନ୍ତି।ସୋନପୁରରେ 12 ଗୋଟି ,ନାଇକେନପାଲିରେ 6 ଗୋଟି ,ବିନିକା ସହରରେ 15ଟି ,ଡୁଙ୍ଗୁରିପାଳିରେ 6ଟି ,ତରଭାରେ 10ଟି, ବିରମହରାଜପୁରରେ 10ଟି ଓ ଉଲୁଣ୍ଡା ସହରରେ 4ଟି ବେଆଇନ କ୍ଲିନିକ ରହିଛି ।

Body:ସୋନପୁର ସହରରେ 5ଟି ଓ ବିରମହରାଜପୁରରେ ଗୋଟିଏ କ୍ଲିନିକର ସରକାରୀ ରେଜିଷ୍ଟ୍ରେସନ ରହିଛି । ସୋନପୁରରେ ଥିବା 5ଟି ରେଜିଷ୍ଟ୍ରେଡ଼ କ୍ଲିନିକ ଭିତରୁ ବିଭିନ୍ନ କାରଣରୁ ଦୁଇଟି ବନ୍ଦ ଅଛି।ତେବେ ଜିଲ୍ଲାର 90 ପ୍ରତିଶତ ବେଆଇନ କ୍ଲିନିକ କାର୍ଯ୍ୟ କରୁଛି।ଜିଲ୍ଲାରେ ଛତୁ ଫୁଟିବା ପରି କ୍ଲିନିକ ଖୋଲୁ ଥିବା ବେଳେ ଏହି ବେଆଇନ କ୍ଲିନିକଗୁଡିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଅଭିଯୋଗ ହେଉଥିଲା ।

Conclusion:ଏବେ ଜିଲ୍ଲାପାଳ ମନୀଷା ବାନାର୍ଜୀ ବେଆଇନ କ୍ଲିନିକଗୁଡିକୁ ସାତ ଦିନ ଭିତରେ ସରକାରୀ ନୀତି ନିୟମ ମୁତାବକ ଆବଶ୍ୟକ କାଗଜପତ୍ର ଓ ରୋଗୀଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ନ କଲେ ତାକୁ ବନ୍ଦ କରିବା ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେଵାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦୀପକୁମାର ଗୁରୁଙ୍କୁ ନିର୍ଦେଶ ଦେଇଛନ୍ତି।
ଜିଲ୍ଲାପାଳଙ୍କ ଏପରି ନିର୍ଦେଶ ପରେ କ୍ଲିନିକମାଲିକଙ୍କ ଭିତରେ କୋକୁଆ ଭୟ ଖେଳି ଯାଇଛି।ଜିଲ୍ଲାପାଳଙ୍କ ଏପରି ନିର୍ଦେଶକୁ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.