ସୁବର୍ଣ୍ଣପୁର: ସାରାରାଜ୍ୟ ସ୍ବାଧୀନତା ଦିବସ ଓ ରାକ୍ଷୀ ପୂର୍ଣ୍ଣିମା ବଡ ଆନନ୍ଦ ଉଲ୍ଲାସରେ ପାଳନ କରୁଥିବା ବେଳେ ସୁବର୍ଣ୍ଣପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ମହିଳା ନିଆଁରେ ପୋଡି ହୋଇ ପ୍ରାଣ ହରାଇଛନ୍ତି । ତାଙ୍କ ନାମ ମିଥିଳା କୁମ୍ଭାର । ଏପଟେ ମିଥିଳାଙ୍କ ବାପା ତାଙ୍କ ଝିଅକୁ ଜ୍ବାଇଁ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଛନ୍ତି ।
ଘଟଣାଟି ଘଟିଛି ଉଲୁଣ୍ଡା ଥାନା ଅନ୍ତର୍ଗତ ଅଏଁଲାଛାଟ ଗାଁରେ । ଘରେ କେହି ନଥିବା ବେଳେ ମିଥିଳା ପୋଡି ହୋଇ ପ୍ରାଣ ହରାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ସ୍ବାମୀ ଉପେନ୍ଦ୍ର କୁମ୍ଭାର । ଏପଟେ କିନ୍ତୁ ଉପେନ୍ଦ୍ରଙ୍କ ଅଭିଯୋଗକୁ ମିଛ ବୋଲି କହି ଥାନାର ଦ୍ବାରସ୍ଥ ହୋଇଛନ୍ତି ମିଥିଳାଙ୍କ ବାପା ମହାଦେବ ତରିଆ । ସେ କହିଛନ୍ତି ଉପେନ୍ଦ୍ର ମିଥିଳାଙ୍କୁ ପୋଡି ମାରିଦେଇଛନ୍ତି । ଏନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଉପେନ୍ଦ୍ରଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ