ସୁବର୍ଣ୍ଣପୁର: ଜିଲ୍ଲାର ବୀରମହାରାଜପୁର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଆଗରେ ଛଟେଇ ହୋଇଥିବା ଅଙ୍ଗନଓ୍ବାଡି କର୍ମୀ ଆମରଣ ଅନସନରେ ବସିଛନ୍ତି। ମେଣ୍ଡାମାଲ ଗାଁର ରଞ୍ଜିତା ବଇନି ବେଆଇନ ଭାବେ ଛଟେଇ ହୋଇଥିବା ଅଭିଯୋଗ କରି ଆମରଣ ଅନଶନରେ ବସିଛନ୍ତି । ବିଗତ7 ବର୍ଷ ହେଲା ସେ ମେଣ୍ଡାମାଲ କେନ୍ଦ୍ରରେ କାର୍ଯ୍ୟ କରୁଆସିଥିଲେ । ହେଲେ ସେ ମେଣ୍ଡାମାଲ ଗାଁର ହୋଇନଥିବା ନେଇ ତାଙ୍କ ନାଁରେ ଅଭିଯୋଗ ଆସିଥିଲା ।
ସିଡିପିଓ ଏହାର ତଦନ୍ତ କରିବା ପରେ ଆବଶ୍ୟକ ପ୍ରମାଣପତ୍ର ଥାଇ ବି ତାଙ୍କୁ ଛଟେଇ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ପୁନଃନିଯୁକ୍ତି ଦେବା ଦାବି କରି ସେ ମଙ୍ଗଳବାର ଆମରଣ ଅନଶନ ଆରମ୍ଭ କରିଛନ୍ତି। ତାଙ୍କୁ ନିଯୁକ୍ତି ନ ମିଳିବା ଯାଏଁ ସେ ଅନଶନରୁ ଓହରିବେ ନାହିଁ ବୋଲି କହିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ