ETV Bharat / state

ଅସହାୟ ସହଦେବ; କୁନି ପୁଅକୁ କ୍ୟାନସର, ସହାୟତା ପାଇଁ ସରକାରଙ୍କୁ ଗୁହାରୀ - helpless Sahadev

ପୁଅଟିଏ କୋଳରେ ଜନ୍ମ ନେଲା । ଉଭୟେ ପତିପତ୍ନୀ ଖୁସିରେ ଆତ୍ମହରା ହୋଇପଡୁଥିଲେ । ହେଲେ ଏହି ଖୁସି ବେଶୀଦିନ ରହିଲା ନାହିଁ । ପରିବାରର ଖୁସିରେ ପଡିଲା ଚଡକ । ପୁଅ ଜନ୍ମ ହେବାର କିଛିଦିନ ପରେ ପୁଅକୁ ହେଲା ଟ୍ୟୁମର । ଟ୍ଯୁମରରୁ ପୁଣି କ୍ୟାନସର । ଚିକିତ୍ସା ପାଇଁ ବୁର୍ଲାରୁ କଟକ ନେଇଛନ୍ତି । ସବୁଠି ନିରାଶ । ଏବେ ନେବାକୁ ହେବ ବମ୍ବେ ଟାଟା ମେମୋରିଆଲ । ହେଲେ ଦିଓଳି ଖାଇବା ପାଇଁ ଦାନା ନଥିବା ସହଦେବଙ୍କ ପରିବାର କରିବେ କଣ ? ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଅସହାୟ ସହଦେବ
ଅସହାୟ ସହଦେବ
author img

By

Published : Mar 14, 2020, 11:01 PM IST

ସୁବର୍ଣ୍ଣପୁର: ପୁଅଟି ଜନ୍ମ ହେବାର କିଛି ଦିନ ପରେ ପେଟ ଫୁଲିଲା । ପ୍ରାଥମିକ ଚିକିତ୍ସା ପରେ ଜଣା ପଡିଲା ପେଟରେ ଟ୍ୟୁମର ହୋଇଛି । ପୁଅର ଚିକିତ୍ସା ପାଇଁ ଘରେ ଯାହା ଥିଲା, ବାପା ଅଜା ସମ୍ପତ୍ତି ବିକ୍ରି କରି ଟ୍ୟୁମର ଅପରେସନ କଲେ । ହେଲେ ମାସକ ପରେ ଜଣାପଡିଲା ପିଲାଟି ଦୂରାରୋଗ୍ୟ କ୍ୟାନସରରେ ପୀଡିତ । ଏବେ ବାପା ମାଙ୍କ ମୁଣ୍ଡରେ ଯେମିତି ଚଡକ ପଡିଛି । ଘରେ ଦୁଇବେଳା ଖାଇବାକୁ ଦାନା ନଥିବା ବେଳେ ପୁଅର ଚିକିତ୍ସା ପାଇଁ ଅଣ୍ଟିରେ ଧନ କାହିଁ । ହଁ ଆଜ୍ଞା ଆପଣ ଠିକ ପଢୁଛନ୍ତି । ଏମିତି ଦୁଃଖଦ କାହାଣୀ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ କେନ୍ଦୁମୁଣ୍ଡା ଗାଁର ସହଦେବ ଦୀପଙ୍କ ପରିବାରର ।

ଅସହାୟ ସହଦେବ; କୁନି ପୁଅକୁ କ୍ୟାନସର; ସହାୟତା ପାଇଁ ସରକାରଙ୍କୁ ଗୁହାରୀ

ସହଦେବ ଦୀପଙ୍କ ପୁଅ ସାଇରାଜ ଦୀପ । ବୟସ ମାତ୍ର 4 ବର୍ଷ । ଯେଉଁ ବୟସରେ ପିଲାମାନେ ସାଙ୍ଗସାଥୀ ମେଳରେ ଗାଁ ଦାଣ୍ଡରେ ଧୂଳି ଖେଳିବା କଥା ସେହି ବୟସରେ ମାର କୋଳ ହିଁ ଆଶ୍ରା ପାଲଟିଛି । ପ୍ରାକ ବିଦ୍ୟାଳୟ ଶିକ୍ଷା ଗ୍ରହଣ କରିବାର ମଧ୍ଯ ବୟସ ହୋଇଛି । ହେଲେ ତା ଭାଗ୍ୟକୁ ଏତକ ବି ଜୁଟୁନାହିଁ। ଜନ୍ମରୁ ପିଲାଟି ପେଟରେ ଟ୍ୟୁମର ଦେଖାଦେଇଥିଲା । ଫଳରେ ଆଜିଯାଏଁ ମା କୋଳ ହିଁ ତାର ସାହାରା ପାଲଟିଛି । ସାଇର ବାପା ମା ଘରେ ଯାହା ସଞ୍ଚୟ କରି ରଖିଥିଲେ ପୁଅର ଚିକିତ୍ସାରେ ସବୁ ସାରିଦେଲେଣି । ଘରେ ଯାହାଥିଲା ବିକ୍ରି କରି ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ଅପରେସନ କଲେ । ହେଲେ ଡାକ୍ତରଙ୍କ ପରାମର୍ଶ ମାସକ ପରେ ପୁଣି ଅପରେସନ କରିବାକୁ ହେବ । ଏବେ ଦ୍ଵିତୀୟ ବାର ଅପରେସନ ପାଇଁ ସମ୍ବଳ ନାହିଁ କି ଶକ୍ତି ନାହିଁ ।

ଦିନ ମଜୁରିଆ ସହଦେବ ରାଷ୍ଟ୍ରୀୟ ବାଳ ବିକାଶ ଯୋଜନାରେ ପୁଅର ନାମ ପଞ୍ଜିକରଣ କରିଛନ୍ତି । ଇତିମଧ୍ୟରେ ରେଡକ୍ରସ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମିଳିଥିବା କିଛି ଅର୍ଥ ଖର୍ଚ୍ଚକରି ଭୁବନେଶ୍ବର ସ୍ଥିତ ଏମ୍ସରେ ମଧ୍ଯ ଦୁଇଥର ଚିକିତ୍ସା ପାଇଁ ଭର୍ତ୍ତି କଲେଣି । ଏବେ ଏମ୍ସ ଡାକ୍ତରଙ୍କ କହିବା କଥା ବମ୍ବେ ଟାଟା ମେମୋରିଆଲ କ୍ଯାନସର ହସ୍ପିଟାଲରେ ଚିକିତ୍ସା କଲେ ପୁଅ ଭଲ ହେବ । ଆଉ ଏଥିପାଇଁ ଆବଶ୍ୟକ 4 ଲକ୍ଷ ଟଙ୍କା । ସେପଟେ ରୋଗ ବଢି ବଢି ଯାଉଛି । ସରକାରୀ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏଁ ଆବେଦନ କରିଛନ୍ତି । ହେଲେ ଶୁଣୁଛି କିଏ ? ସବୁଠି ନିରାଶ । ଅପରପକ୍ଷରେ ଟାଟା ମେମୋରିଆଲ ହସ୍ପିଟାଲରୁ ଚିକିତ୍ସାର ବ୍ୟୟ ଅଟକଳ ଆଣିଲେ ଚିକିତ୍ସା ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କହିଛି ।

ଏବେ ବମ୍ବେ ଟାଟା ମେମୋରିଆଲ ହସ୍ପିଟାଲରୁ ଚିକିତ୍ସାର ବ୍ୟୟ ଅଟକଳ ଆଣିବାର ଆବଶ୍ୟକତା ଥିବାବେଳେ ସହଦେବଙ୍କୁ ପୁଅ ଓ ପତ୍ନୀକୁ ନେଇ ବମ୍ବେ ଯିବାକୁ ହେବ । ହେଲେ ବମ୍ବେ ଯିବାପାଇଁ ଖର୍ଚ୍ଚ ଯୋଗାଡ କରିବାକୁ ମଧ୍ଯ ସହଦେବ ଅସହାୟ । ତେଣୁ ଏହି ଅସହାୟ ପରିବାରକୁ ତୁରନ୍ତ ଜିଲ୍ଲା ପ୍ରଶାସନ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.