ETV Bharat / state

ଲଘୁଚାପ ବର୍ଷାରେ ବେହାଲ ସୁବର୍ଣ୍ଣପୁର

ସୁବର୍ଣ୍ଣପୁରରେ ଲାଗିରହିଛି ତୁହାକୁ ତୁହା ବର୍ଷା । ବର୍ଷାରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି । ସହରରେ ଜମି ରହିଥିବା ପାଣି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

author img

By

Published : Jul 2, 2019, 3:47 PM IST

Updated : Jul 2, 2019, 4:35 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ବଙ୍ଗୋପସାଗରରେ ଲଘୁଚାପ ଫଳରେ ସୁବର୍ଣ୍ଣପୁରରେ ଢାଳୁଛି ବର୍ଷା । ଗତକାଲି ଠାରୁ ମଝିରେ ମଝିରେ ଘଡଘଡି ସହ ମୂଷଳ ଧାରାରେ ବର୍ଷା ଲାଗିରହିଛି । ତୁହାକୁ ତୁହା ହେଉଥିବା ଏହି ବର୍ଷାରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି । ଏହାସହ ସହରର ବିଭିନ୍ନ ତଳି ଅଞ୍ଚଳରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ସୁବର୍ଣ୍ଣପୁର

ବର୍ଷା ଓ ସହରରେ ଜମି ରହିଥିବା ପାଣି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ସହରର ପାତଭାଡ଼ି ,ବ୍ଲକ ଛକ ,ରିଂ ରୋଡ, କୁମ୍ଭାରପଡା ଆଦି ଅଞ୍ଚଳରେ ରାସ୍ତାରେ ପାଣି ଚାଲୁଛି । ଡ୍ରେନ ଗୁଡିକ ଜବରଦଖଲ ଓ ସଫା ହୋଇନଥିବାରୁ ବର୍ଷା ପାଣି ନିଷ୍କାସନ ହୋଇ ପାରୁନାହିଁ । ଡ୍ରେନର ଅପରିଷ୍କାର ପାଣି ମାଡ଼ି ଲୋକେ ବାଧ୍ୟ ହୋଇ ଯିବାଆସିବା କରୁଛନ୍ତି ।

ଏବେ ସୁଦ୍ଧା ଜିଲ୍ଲାର ସୋନପୁର ବ୍ଲକରେ 70 ମିଲିମିଟର, ବିନିକା ରେ 62,3 , ତରଭାରେ 79 ମିଲିମିଟର ବର୍ଷା ପାଣି । ସେହିପରି ଡୁଙ୍ଗୁରିପାଳିରେ 64 ମିଲିମିଟର,ବିରମହରାଜପୁରରେ 54 ଓ ଉଲୁଣ୍ଡା ବ୍ଲକରେ 61 ମିଲିମିଟର ବର୍ଷା ଜଳ ରେକର୍ଡ କରାଯାଇଛି । ବର୍ଷା ଯୋଗୁଁ ଜିଲ୍ଲାର ଆଟ,ବେରନା, ଓ ମାଲ କିସମର ଜମିରେ ବି ପାଣି ଲାଗିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ବଙ୍ଗୋପସାଗରରେ ଲଘୁଚାପ ହେବା ଫଳରେ ସୁବର୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି। ଗତକାଲି ଠାରୁ ମଝିରେ ମଝିରେ ଘଡଘଡି ସହ ଖୁବ ଯୋରରେ ମୂଷଳ ଧାରାରେ ବର୍ଷା ହେଉଛି।ସମୟ ସମୟରେ ତୁହାକୁ ତୁହା ବର୍ଷା ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି।ସହରର ବିଭିନ୍ନ ତଳି ଅଂଚଳରେ ପାଣି ଜମି ରହିଛି। ସହରରୁ ପାଣି ନିଷ୍କାସନ ହୋଇ ପାରୁ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ର ସମ୍ବୁଖିନ ହେଉଛନ୍ତି।ସହରର ପାତଭାଡ଼ି , ବ୍ଲକ ଛକ ,ରିଂ ରୋଡ, କୁମ୍ଭାର ପଡା ଆଦି ଅଞ୍ଚଳରେ ରାସ୍ତାରେ ପାଣି ଚାଲୁଛି।ସହରର ଡ୍ରେନ ଗୁଡିକ ଜବର ଦଖଲ ଓ ସଫା ହୋଇ ନ ଥିବାରୁ ବର୍ଷା ପାଣି ନିଷ୍କାସନ ହୋଇ ପାରୁନାହିଁ।ଡ୍ରେନର ଅପରିଷ୍କାର ପାଣି ମାଡ଼ି ଲୋକେ ବାଧ୍ୟ ହୋଇ ଯିବା ଆସିବା କରୁଛନ୍ତି।ଜିଲ୍ଲାର ସୋନପୁର ବ୍ଲକ ରେ 70 ମିଲିମିଟର, ବିନିକା ରେ 62,3 , ତରଭାରେ 79 ମିଲିମିଟର ବର୍ଷା ହୋଇଛି।Body:ସେହିପରି ଡୁଙ୍ଗୁରିପାଳିରେ 64 ମିଲିମିଟର,ବିରମହରାଜପୁର ରେ 54 ଓ ଉଲୁଣ୍ଡା ବ୍ଲକ ରେ 61 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏବେ ବର୍ଷା ଯୋଗୁଁ ଜିଲ୍ଲାର ଆଟ , ବେରନା, ଓ ମାଲ କିସମର ଜମିରେ ବି ପାଣି ଲାଗିଛି।Conclusion:ଏବେ ଚାଷୀ ମାନେ ବତୁରୀ ଓ ଅଛରା ଚାଷ ପାଇଁ ଚାଷ ଆରମ୍ଭ କରଛନ୍ତି।
Last Updated : Jul 2, 2019, 4:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.