ETV Bharat / state

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ବର୍ଷ ସାରା ଡାକ୍ତର ଓ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ସାଙ୍ଗକୁ ଷ୍ଟାଫ ନର୍ସ ଓ ଅନ୍ୟାନ୍ୟ ପଦପଦବୀ ଖାଲି ରହିଛି। ଅଧିକ ପଢନ୍ତୁ...

author img

By

Published : Jul 4, 2020, 2:35 AM IST

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ
ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ବର୍ଷ ସାରା ଡାକ୍ତର ଓ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ସାଙ୍ଗକୁ ଷ୍ଟାଫ ନର୍ସ ଓ ଅନ୍ୟାନ୍ୟ ପଦପଦବୀ ଖାଲି ରହିଛି। ଅନ୍ୟପଟରେ ଚିକିତ୍ସାଳୟରେ ଭିନ୍ନକ୍ଷମ ରୋଗୀଙ୍କ ପାଇଁ ହ୍ବିଲ ଚେୟାରର ଅଭାବ ରହିଛି। ଫଳରେ ଭିନ୍ନକ୍ଷମ ରୋଗୀମାନଙ୍କୁ ତାଙ୍କ ସମ୍ପର୍କୀୟ ମାନେ ଡାକ୍ତରଖାନା ଭିତରକୁ ବୋହି ନେଉଥିବା ଦେଖିବାକୁ ମିଳିଛି ।

ଚିକିତ୍ସାଳୟରେ ଯେଉଁ ଦୁଇ ତିନୋଟି ହ୍ବିଲ ଚେୟାର ରହିଛି ସେସବୁ ମରାମତି ଅଭାବରୁ ବ୍ୟବହାର ହୋଇ ପାରୁନାହିଁ। ତେବେ ଭିନ୍ନକ୍ଷମ ରୋଗୀ ମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବାରେ ଅସୁବିଧା ଦେଖା ଦେଇଛି। ଏପରିକି ସାଲାଇନ ଷ୍ଟାଣ୍ଡର ବି ଅଭାବ ରହିଛି। ଫଳରେ ରୋଗୀଙ୍କ ଶଯ୍ୟା ନିକଟରେ କଣ୍ଟାରେ ଅବା ଝରକାରେ ସାଲାଇନ ବୋତଲ ଝୁଲେଇବାକୁ ପଡୁଛି। ତେବେ ରୋଗୀଙ୍କ ସମ୍ପର୍କୀୟ ମାନେ ଯାହା ଆପତ୍ତି କଲେ ବି କେହି ଶୁଣୁନାହାନ୍ତି। ନିକଟରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ସମୟରେ ଗଣମାଧ୍ୟମ ଏହି ସମସ୍ୟାର ଦୃଷ୍ଟି ଆକର୍ଷଣ କରିଥିଲା। ତେବେ ଜିଲ୍ଲାପାଳ ତୁରନ୍ତ ନୂତନ ହ୍ବିଲ ଚେୟାର ଓ ସାଲାଇନ ଷ୍ଟାଣ୍ଡ କିଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.