ETV Bharat / state

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଏକାକାଳୀନ 3ଟି ସ୍ଥାନରେ ରେଡ

ଭିଜିଲାନ୍ସ ଜାଲରେ ପୁଣି ଜଣେ ବରିଷ୍ଠ କିରାଣୀ । ସୁବର୍ଣ୍ଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଭାବେ କାର୍ଯ୍ୟ କରୁଥିବା ରମେଶ ପ୍ରସାଦ ନାଗଙ୍କ ଘର, ଅଫିସ 3ଟି ସ୍ଥାନରେ ଏକ କାଳୀନ ଚଢାଉ କରିଛି ଭିଜିଲାନ୍ସ ବିଭାଗ । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଏକାକାଳୀନ 3 ଟି ସ୍ଥାନରେ ରେଡ

author img

By

Published : Nov 18, 2021, 11:22 AM IST

ସୁବର୍ଣ୍ଣପୁର/ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ପୁଣି ଜଣେ ବରିଷ୍ଠ କିରାଣୀ । ସୁବର୍ଣ୍ଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଭାବେ କାର୍ଯ୍ୟ କରୁଥିବା ରମେଶ ପ୍ରସାଦ ନାଗଙ୍କ ଘର, ଅଫିସ 3ଟି ସ୍ଥାନରେ ଏକ କାଳୀନ ଚଢାଉ କରିଛି ଭିଜିଲାନ୍ସ ବିଭାଗ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ଼ କରିଛି । ତେବେ ଏକକାଳୀନ ତିନୋଟି ସ୍ଥାନରେ ରେଡ଼ କରୁଛି ଭିଜିଲାନ୍ସ।

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଏକାକାଳୀନ 3 ଟି ସ୍ଥାନରେ ରେଡ

ବଲାଙ୍ଗୀର ଶାନ୍ତିପଡା ସ୍ଥିତ ଘରେ, ତାଲପାଳିପଡା ସ୍ଥିତ ପୈତୃକ ବାସଭବନ ସମେତ ଅଫିସରେ ଚଢ଼ାଉ କରିଛି ଭିଜିଲାନ୍ସ । ତେବେ ଏହି ଚଢାଉରେ ବଲାଙ୍ଗୀର, ସୋନପୁର ଓ ସମ୍ବଲପୁର ଭିଜିଲାନ୍ସ ଟିମ ସାମିଲ ଅଛନ୍ତି । ଏଯାବତ ନଗଦ ଟଙ୍କା, ସୁନା ଗହଣା ସହ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ କରାଯାଇ ଥିବା ସୂଚନା ମିଳିଛି।

ସେହିପରି ତାଙ୍କ ବ୍ୟାଙ୍କ ଲକରରେ କିଛି ସୁନା ଗହଣା ଥିବା ଭିଜିଲାନ୍ସ ତଦନ୍ତରୁ ଜାଣିବାକୁ ପାଇଛି । ରମେଶ ବଲାଙ୍ଗୀର ସହରର ଶାନ୍ତିପଡାରେ ସପରିବାର ରହୁଥିବା ବେଳେ ତାଙ୍କର ପୈତୃକ ବାସଭବନ ଓ ସେ ନିଜେ ତିଆରି କରିଥିବା ବାସଭବନ ଏବଂ ଅଫିସ ଉପରେ ଏହି ଚଢାଉ କରାଯାଇଛି ।

ଗତ ଦୁଇ ବର୍ଷରୁ ଅଧିକ ହେଲା ସେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଭାବେ କାର୍ଯ୍ୟ କରି ଆସୁଛନ୍ତି । ସେ ଜିଲ୍ଲାର ଦେବୋତ୍ତର ସଂପତ୍ତି ଓ ରେଲୱେ କମ୍ପେନସେସନ ବିଭାଗରେ କାର୍ଯ୍ୟ କରୁଥିଲେ । ତାଙ୍କ ନାଁରେ ଆୟ ବହିଃର୍ଭୂତ ସଂପତ୍ତି ଠୁଳ କରିଥିବା ଦୀର୍ଘ ଦିନରୁ ଅଭିଯୋଗ ହୋଇ ଆସୁଥିଲା । ଏପରିକି ଜଣେ କିରାଣୀ ହୋଇ ସେ ପ୍ରଥମ ଶ୍ରେଣୀ ଅଫିସରଙ୍କଠାରୁ ଅଧିକ ଅୟସ ଆରାମରେ ଜୀବନ ଯାପନ କରୁଥିବା ଅଭିଯୋଗ ହୋଇ ଆସୁଥିଲା । ତେବେ ଜଣେ କିରାଣୀ ହୋଇ କେଉଁ ଭାବେ କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିଲେ ସେ ନେଇ ଭିଜିଲାନ୍ସ ତଦନ୍ତ କରୁଛି । ଆଜି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଦାୟୀତ୍ବରେ ଥିବା ରମେଶଙ୍କ କାଗଜପତ୍ର ଯାଞ୍ଚ କରାଯାଉଥିବା ଜଣା ପଡିଛି ।

ଏପଟେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ କିରାଣୀ ଭିଜିଲାନ୍ସ ଜାଲରେ ପଡିଥିବା ବେଳେ ସରକାରୀ କର୍ମଚାରୀଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ଏବଂ ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.