ETV Bharat / state

ସରକାରଙ୍କ ପ୍ରତିଶୃତି ପାଣିର ଗାର, ଅଧାପନ୍ତରିଆ ପ୍ରକଳ୍ପ ପାଇଁ ଚାଷୀ ହନ୍ତସନ୍ତ

author img

By

Published : Mar 10, 2021, 10:09 PM IST

ସୁବର୍ଣ୍ଣପୁର ଜିଲ୍ଲାର 99 ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ । ସରକାର ଜଳସେଚନର ସମ୍ଭାବନା ଓ ବିକାଶ ଦିଗରେ ଧ୍ୟାନ ଦେଇ ବିରମହରାଜପୁର ଓ ଉଲୁଣ୍ଡା ବ୍ଲକର ଚାଷୀଙ୍କ ପାଇଁ ତିଆରି କରିଛନ୍ତି ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ । ହେଲେ ବିଭାଗୀୟ ଉଦାସୀନତା ଓ ଅବହେଳା ଯୋଗୁଁ ଏହି ପ୍ରକଳ୍ପ ତାର ଲକ୍ଷ୍ୟ ଓ ଉଦ୍ଦେଶ୍ୟରୁ ଧୀରେ ଧୀରେ ଦୁରେଇ ଯାଉଛି । ଫଳରେ ଚାଷୀ ତାର ମୌଳିକ ଅଧିକାରରୁ ବଞ୍ଚିତ ହେଉଛି । ଅଧିକ ପଢନ୍ତୁ...

ଅବ୍ୟସ୍ଥିତ ଘେରରେ ବିରମହରାଜପୁର ଓ ଉଲୁଣ୍ଡା ବ୍ଲକ ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ

ସୁବର୍ଣ୍ଣପୁର : କୃଷି ବହୁଳ ଜିଲ୍ଲା ସୁବର୍ଣ୍ଣପୁର । ଜିଲ୍ଲାର 99 ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ । ଏଥିପାଇଁ ସରକାର ଜଳସେଚନର ସମ୍ଭାବନା ଓ ବିକାଶ ଦିଗରେ ଧ୍ୟାନ ଦେଇ ବିରମହରାଜପୁର ଓ ଉଲୁଣ୍ଡା ବ୍ଲକର ଚାଷୀଙ୍କ ପାଇଁ ତିଆରି କରିଛନ୍ତି ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ । ହେଲେ ବିଭାଗୀୟ ଉଦାସୀନତା ଓ ଅବହେଳା ଯୋଗୁଁ ଏହି ପ୍ରକଳ୍ପ ତାର ଲକ୍ଷ୍ୟ ଓ ଉଦ୍ଦେଶ୍ୟରୁ ଧୀରେ ଧୀରେ ଦୁରେଇ ଯାଉଛି । କୃଷିର ସୁରକ୍ଷା ପାଇଁ ଚାଷୀ କରୁଥିବା ଚିତ୍କାର ପ୍ରଶାସନ ଓ ସରକାରଙ୍କୁ ଶୁଣାଯାଉ ନାହିଁ । ଫଳରେ ଚାଷୀ ତାର ମୌଳିକ ଅଧିକାରରୁ ବଞ୍ଚିତ ହେଉଛି ।

ଆଜକୁ ପ୍ରାୟ 25 ବର୍ଷ ପୂର୍ବେ ରାଜ୍ୟ ସରକାର ଚାଷୀ ମାନଙ୍କୁ ଉପହାର ସ୍ବରୂପ ଉତ୍ସର୍ଗ କରିଥିଲେ ଏହି ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ । ଉଦ୍ଦେଶ୍ୟ ଥିଲା ଚୀର ମରୁଡି ପ୍ରପୀଡ଼ିତ ବିରମହରାଜପୁର ଓ ଉଲୁଣ୍ଡା ବ୍ଲକର ଚାଷଜମିକୁ ଜଳସେଚନ କରିବା । ପ୍ରକଳ୍ପ ଉଦଘାଟନ ପରେ ଉଭୟ ଖରିଫ ଓ ରବି ଋତୁରେ ଉଭୟ ବ୍ଲକର ପ୍ରାୟ 10ଟି ପଞ୍ଚାୟତର ଚାଷ ଜମିକୁ ଜଳସେଚନ କରାଯିବାର ଥିଲା । ହେଲେ ଏବେ ଖରିଫ ଋତୁରେ 9450 ଏକର ଓ ରବି ଋତୁରେ 6450 ଏକର ଆୟକଟ ଏରିଆ ନିର୍ଦ୍ଧାରିତ କରିଥିବା ବେଳେ ଏବେ କିନ୍ତୁ ଆୟକଟ ଅଞ୍ଚଳରେ ପାଣି ମାଡ଼ିପାରୁ ନାହିଁ । ଫଳରେ ବର୍ଷ ତମାମ ଚାଷୀ ମହଲରେ ଅସନ୍ତୋଷ ଦେଖା ଦେଉଛି । ପ୍ରକଳ୍ପ ଓ କେନାଲ ସୁରକ୍ଷା ଦିଗରେ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନଥିବାରୁ ପ୍ରକଳ୍ପ ତାର ଲକ୍ଷ୍ୟ ଓ ଉଦ୍ଦେଶ୍ୟରୁ ଦୂରେଇ ଯାଉଛି । ତେବେ ପ୍ରକଳ୍ପର ରକ୍ଷଣା ବେକ୍ଷଣ ଦିଗରେ ପ୍ରଶାସନିକ ଅବହେଳା ଯୋଗୁଁ ଚାଷୀମାନେ ବେଶ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି ।

ପ୍ରକଳ୍ପ ଅଧୀନରେ ରହିଛି 21ଟି ପାଣି ପଞ୍ଚାୟତ । ପ୍ରାୟ 15 କିଲୋମିଟର କେନାଲ ରହିଛି । ହେଲେ କେନାଲ ମରାମତି ଅଭାବରୁ ପ୍ରକଳ୍ପ ତଳିମୁଣ୍ଡକୁ ପାଣି ପହଞ୍ଚି ପାରୁ ନାହିଁ । ଚାଷୀମାନେ ପାଣି ନପାଇ ବି ଜଳକର ଦେବାକୁ ବାଧ୍ୟ ହେଉଛନ୍ତି । ପାଣି ପାଇଁ ବର୍ଷ ତମାମ ଆନ୍ଦୋଳନ କରୁଛନ୍ତି ଚାଷୀ । ତେବେ ପ୍ରକଳ୍ପର ବାମ ପାର୍ଶ୍ଵ କେନାଲ ଆଜିଯାଏଁ ଖୋଲା ଯାଇ ପାରି ନାହିଁ । ବାମ ପାର୍ଶ୍ଵ କେନାଲ ହେଲେ ଆଉ ଚାରୋଟି ପଞ୍ଚାୟତର ଚାଷୀ ଉପକୃତ ହୋଇ ପାରିବେ । ହେଲେ ବିଭାଗୀୟ ଉଦାସୀନତା ଯୋଗୁଁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର 25 ବର୍ଷ ପରେ ବି ବାମ ପାର୍ଶ୍ଵ କେନାଲ ଖୋଲିବା ଦିଗରେ କେହି ଧ୍ୟାନ ଦେଇ ନାହାନ୍ତି । ଦିନକୁ ଦିନ ପ୍ରକଳ୍ପରୁ ଅନେକ ଜିନିଷ ଚୋରି ହେଉଛି । ତାକୁ ରୋକିବା ଦିଗରେ ବି ଜଳସେଚନ ବିଭାଗ ବିଫଳ ହୋଇଛି । ଫଳରେ ଚାଷୀ ହିଁ କ୍ଷତିଗ୍ରସ୍ତ ହେଉଛି । ଅପରପକ୍ଷରେ ଚାଷୀଙ୍କ ସ୍ବାର୍ଥ ପାଇଁ ପ୍ରଶାସନ ସବୁବେଳେ ଯତ୍ନବାନ ବୋଲି କହିଛନ୍ତି ଜିଲ୍ଲାପାଳ ।

ତତ୍କାଳୀନ ସରକାର ଅଧାପନ୍ତରିଆ ପ୍ରକଳ୍ପକୁ ଉଦଘାଟନ କରି ଚାଷୀଙ୍କୁ ଅନେକ ପ୍ରତିଶୃତି ଦେଇଥିଲେ । ହେଲେ ପ୍ରକଳ୍ପ ସମ୍ପୂର୍ଣ୍ଣ କଲେ ନାହିଁ କି ପ୍ରତିଶ୍ରୁତି ପାଳନ କଲେ ନାହିଁ । ଇତିମଧ୍ୟରେ 25 ବର୍ଷ ହୋଇଥିଲେ ବି ଚାଷୀଙ୍କ ପାଇଁ ପ୍ରଶାସନ ଓ ସରକାର ଉଭୟେ ଚିନ୍ତାଶୀଳ ନୁହେଁ ବୋଲି ସାଧାରଣରେ ଆଲୋଚନା ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.