ETV Bharat / state

ଏଥର ବି ଫିକାଫିକା ସୁବର୍ଣ୍ଣପୁରର ପ୍ରସିଦ୍ଧ ‘ହରଗୌରୀ ଯାତ୍ରା’

ସୁବର୍ଣ୍ଣପୁର ସହରରେ ଚଳିତ ବର୍ଷ ନିରାଡମ୍ବର ଭାବେ ପାଳିତ ହେବ ହରଗୌରୀ ଯାତ୍ରା । କୋରୋନା ଭୟବହତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ଯାତ୍ରା କମିଟି । ଅଧିକ ପଢନ୍ତୁ...

ଏଥର ଫିକା ପଡିବ ସୁବର୍ଣ୍ଣପୁରର ହରଗୌରୀ ଯାତ୍ରା

author img

By

Published : Sep 22, 2021, 11:57 AM IST

ସୁବର୍ଣ୍ଣପୁର: ଏଥର କୋଭିଡ ପାଇଁ ଫିକା ପଡିବ ସୁବର୍ଣ୍ଣପୁର ସହରର ପ୍ରସିଦ୍ଧ ଗୌରମ୍ମା ସାମ୍ରାଲୁ ବା ହରଗୌରୀ ଯାତ୍ରା । ଏହି ଦକ୍ଷିଣ ଭାରତୀୟ ଯାତ୍ରା ପ୍ରତ୍ୟେକ ବର୍ଷ ପାଳନ କରାଯାଏ । ତେବେ ଚଳିତ ବର୍ଷ କୋରୋନାକୁ ଆଖି ଆଗରେ ରଖି ତଥା ବୁଢୀମା ଠାକୁରାଣୀଙ୍କ ନୂଆଁ ମନ୍ଦିର ନିର୍ମାଣ ନେଇ ଏହି ଯାତ୍ରା ନିରାଡମ୍ବର ଭାବେ ପାଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।

ଏଥର ଫିକା ପଡିବ ସୁବର୍ଣ୍ଣପୁରର ହରଗୌରୀ ଯାତ୍ରା

ସୋନପୁର ଗଡଜାତରେ ପ୍ରାୟ 150 ବର୍ଷ ପୂର୍ବରୁ ଚୌହାନ ଶାସନ ଅମଳରେ ଦକ୍ଷିଣ ଭାରତୀୟ ଶିଳ୍ପୀମାନେ ସୁବର୍ଣ୍ଣପୁର ସହରରେ ବସବାସ କରିବା ଆରମ୍ଭ କରିଥିଲେ । ରାଜା ରାଜୁଡା ଅମଳରୁ ସହରର ମଧ୍ୟ ଭାଗରେ ଥିବା ଢେରାପଡାରେ ହରଗୌରୀ ଯାତ୍ରା ପାଳନ କରାଯାଇଆସୁଛି । ତେବେ ଚଳିତ ବର୍ଷ ନଭେମ୍ବର 20 ତାରିଖ ଠାରୁ ନଅ ଦିନ ଧରି ଏହି ଯାତ୍ରା ପାଳନ କରାଯିବା ପାଇଁ ଥିବାବେଳେ କୋଭିଡ କାଳରେ ବୁଢୀମା ଠାକୁରାଣୀଙ୍କ ନୂତନ ମନ୍ଦିର ନିର୍ମାଣ ଓ ଦେବୀ ମା'ଙ୍କ ପ୍ରତିଷ୍ଠା ଉତ୍ସବ ପାଇଁ ଏହି ଯାତ୍ରା ନିରାଡମ୍ବର ଭାବେ ପାଳନ କରାଯିବ । ଏଥର ଆଉ ହରଗୌରୀଙ୍କ ନଗର ଭ୍ରମଣ ଅବା ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ନ କରିବାକୁ ଯାତ୍ରା କମିଟି ନିଷ୍ପତ୍ତି ନେଇଛି ।

ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ଦେବଦେବୀଙ୍କ ନଗର ଭ୍ରମଣ, ଗୌରମ୍ମା ନିମନ୍ତ୍ରଣ ଓ ପ୍ରତିଷ୍ଠା ପର୍ବ ,ଦକ୍ଷିଣ ଭାରତୀୟ କୁମାରୀମାନଙ୍କ କୁମକୁମ ପର୍ବ ସାଙ୍ଗକୁ ଦକ୍ଷିଣ ଭାରତୀୟ କୁଡୁମୁଲ୍ଲୁ ପିଠାପଣା । ଦେବାଦେବୀଙ୍କ ଦର୍ଶନ ସହ ଦକ୍ଷିଣ ଭାରତୀୟ ଅନ୍ନ ବ୍ୟଞ୍ଜନ ଓ ପିଠାପଣା ଏହି ଯାତ୍ରାକୁ ବେଶ୍ ଆକର୍ଷଣୀୟ କରିଥାଏ । ତେବେ କୋରୋନାର ସାମ୍ଭାବ୍ୟ ତୃତୀୟ ଲହରକୁ ଆଖି ଆଗରେ ରଖି ନିରାଡମ୍ବର ଭାବେ ଏହି ଯାତ୍ରା ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.