ସୁବର୍ଣ୍ଣପୁର: ସହରର ଦେବାଙ୍ଗୁଲୁ ବା ଢେରା ସମ୍ପ୍ରଦାୟର ହରଗୌରୀ ଯାତ୍ରାରେ ମଙ୍ଗଳବାର ଦେଵଦମ୍ପତି ଗୋଟିଏ ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି । ଗୌରାମା ସମ୍ବ୍ରାଲୁ ଏହି ଯାତ୍ରାରେ ସହରର ରାମେଶ୍ବର ମନ୍ଦିରର ଚାଷ ଜମିରୁ ଧାନ ଗଛକୁ ଗୌରୀ ଭାବେ ଆବହନ କରାଯାଇ ଆଣାଯାଇଛି।
ସେହିପରି ଗୋଟିଏ ଦିନ ପରେ ସହରର ଜଣେ ବିଶିଷ୍ଠ ଶିଳ୍ପୀଙ୍କ ବାସଭବନରୁ ହରଙ୍କୁ ନିମନ୍ତ୍ରଣ କରି ଆଣାଯାଇଛି। ଠାକୁରାଣୀ ପୀଠର ସମ୍ମୁଖରେ ଯାତ୍ରା ପାଇଁ ନିର୍ମିତ ମଣ୍ଡପରେ ପ୍ରତିଷ୍ଠା କରାଯାଇଛି।
ଦେବଦେବୀଙ୍କୁ ଦକ୍ଷିଣ ଭାରତୀୟ ପରମ୍ପରାରେ ପୂଜା ଆରାଧନା କରାଯିବା ସହିତ ସ୍ବତନ୍ତ୍ର ଭାବେ ତିଆରି କୁଡୁମୁଲୁ ପିଠା ନୈବେଦ୍ୟ ଭାବେ ଅର୍ପଣ କରାଯାଇଛି। ଦେବଦେବୀଙ୍କ ଦର୍ଶନ ପାଇଁ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି।
ଯାହାକୁ ନେଇ ହରଗୌରୀ ଯାତ୍ରା କମିଟି ପକ୍ଷରୁ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ