ETV Bharat / state

ଖୋଲୁନି ଅଭିଯୋଗ ବାକ୍ସ, ସମାଧାନ ହେଉନି ଲୋକଙ୍କ ସମସ୍ୟା - ସୁବର୍ଣ୍ଣପୁର

କୋରୋନା ପାଇଁ ସରକାରୀ କାର୍ଯ୍ୟାଳୟ ଗୁଡିକର ଫାଟକଗୁଡିକୁ ବନ୍ଦ ରଖାଯିବା ସହିତ ଜନସାଧାରଣ ଅନଲାଇନ ମାଧ୍ୟମରେ ଅବା କାର୍ଯ୍ୟାଳୟ ଆଗରେ ଥିବା ଅଭିଯୋଗ ବାକ୍ସରେ ଅଭିଯୋଗ ପତ୍ର ଦାଖଲ କରିବା ପାଇଁ ପ୍ରଶାସନିକ ନିର୍ଦ୍ଦେଶ ରହିଛି । କିନ୍ତୁ ଏଠାରେ ଜନସାଧାରଣଙ୍କ ଅଭିଯୋଗ ପତ୍ର ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଖୋଲୁନି ଅଭିଯୋଗ ବାକ୍ସ, ସମାଧାନ ହେଉନି ଲୋକଙ୍କ ସମସ୍ୟା

author img

By

Published : May 30, 2021, 11:20 AM IST

ସୁବର୍ଣ୍ଣପୁର: ଜିଲ୍ଲାରେ ମହାମାରୀ କୋରୋନା ଦିନକୁ ଦିନ ତାର କାୟା ବିସ୍ତାର କରିବାରେ ଲାଗିଛି । ପ୍ରଶାସନ ପକ୍ଷରୁ ଏହାକୁ ରୋକିବା ପାଇଁ ଲକଡାଉନ, ସଟଡାଉନ ଓ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି । ଏପରିକି ସରକାରୀ କାର୍ଯ୍ୟାଳୟ ଗୁଡିକର ଫାଟକଗୁଡିକୁ ବନ୍ଦ ରଖାଯିବା ସହିତ ଜନସାଧାରଣ ଅନଲାଇନ ମାଧ୍ୟମରେ ଅବା କାର୍ଯ୍ୟାଳୟ ଆଗରେ ଥିବା ଅଭିଯୋଗ ବାକ୍ସରେ ଅଭିଯୋଗ ପତ୍ର ଦାଖଲ କରିବା ପାଇଁ ପ୍ରଶାସନିକ ନିର୍ଦ୍ଦେଶ ରହିଛି । ତେବେ ପ୍ରତି 48 ଘଣ୍ଟାରେ ଅଭିଯୋଗ ବାକ୍ସରୁ ଅଭିଯୋଗ ପତ୍ର ସବୁ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଖୋଲୁନି ଅଭିଯୋଗ ବାକ୍ସ, ସମାଧାନ ହେଉନି ଲୋକଙ୍କ ସମସ୍ୟା

କିନ୍ତୁ ଏଠାରେ ଜନସାଧାରଣଙ୍କ ଅଭିଯୋଗ ପତ୍ର ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଦେଖିବାକୁ ମିଳିଛି । ଲୋକେ ନିଜ ଅଭିଯୋଗ ପତ୍ର ବିଷୟରେ ପଚାରିଲେ ସରକାରୀ କାର୍ଯ୍ୟାଳୟ ପକ୍ଷରୁ, କାହାକୁ ଅଭିଯୋଗ ପତ୍ର ଦେଇଥିଲେ ବୋଲି ଉତ୍ତର ମିଳୁଛି । ଏପଟେ ଅଭିଯୋଗ ପତ୍ରଗୁଡିକୁ ରଦି କାଗଜ ପରି ଫିଙ୍ଗି ଦିଆଯାଉଥିବା ଲୋକେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ରାଜସ୍ବ ବିଭାଗଗୁଡିକରେ ଲୋକେ ରାଜସ୍ବ ଅଧିକାରୀଙ୍କ ପାଖକୁ ଯାଇ ନ ପାରି ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ତେବେ ଜନସାଧାରଣଙ୍କ ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନ ଯତ୍ନବାନ ହେବାକୁ ବରିଷ୍ଠ ଆଇନଜୀବୀ ଶ୍ୟାମା ଓଁ ପ୍ରସାଦ ମିଶ୍ର ଅନୁରୋଧ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.