ETV Bharat / state

ସରକାରୀ ଯୋଜନା କାହାପାଇଁ ? ଶୌଚାଳୟ ପାଲଟିଛି ରୋଷେଇ ଘର

author img

By

Published : Oct 29, 2020, 2:04 PM IST

ଫେଲ ମାରିଛି ସରକାରୀ ଯୋଜନା । ଦୀର୍ଘ ଚାରି ବର୍ଷ ଧରି ଶୌଚାଳୟକୁ ରନ୍ଧା ଘର ଭାବେ ବ୍ୟବହାର କରୁଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଞ୍ଚଳର ଏକ ଦମ୍ପତ୍ତି । ଅଧିକ ପଢନ୍ତୁ...

Government's plan has failed, Toilet turned into kitchen
ସରକାରୀ ଯୋଜନା ବାଟବଣା, ଶୌଚାଳୟ ହେଲା ରୋଷେଇ ଘର

ସୁବର୍ଣ୍ଣପୁର: ସ୍ବଚ୍ଛ ଭାରତ ମିଶନ ନେଇ କେନ୍ଦ୍ର ସରକାର ନାନା ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ହେଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକରେ ସ୍ବଚ୍ଛ ଭାରତ ମିଶନ ଅନ୍ତର୍ଗତ ନିର୍ମିତ ହୋଇଥିବା ଏକ ଶୌଚାଳୟ ରୋଷେଇ ଘର ପାଲିଟିଥିବା ଦେଖିବାକୁ ମିଳିଛି । ଦିନେ କି ଦୁଇ ଦିନ ପାଇଁ ନୁହେଁ, ଆଜକୁ ଚାରି ବର୍ଷ ହେଲା ଏକ ଦମ୍ପତି ଶୌଚାଳୟକୁ ରନ୍ଧା ଘର ଭାବେ ବ୍ୟବହାର କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା ଆଦିରେ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ସ୍ଥାନୀୟ ସରପଞ୍ଚଙ୍କ ପାଖରୁ ଆରମ୍ଭ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଯାଏଁ କେତେ ହାରି ଗୁହାରି କଲେଣି । ହେଲେ ଇତିମଧ୍ୟରେ 4 ବର୍ଷ ବିତିଯାଇଥିଲେ ବି ସରକାରୀ ଘର ଖଣ୍ଡିଏ ତାଙ୍କ ଭାଗ୍ୟକୁ ଜୁଟି ନାହିଁ । ଇଏ ହେଉଛି ବିନିକା ବ୍ଲକ ମହୁଳପାଲି ଗାଁର ଦମ୍ପତି ଗୋବର୍ଦ୍ଧନ ଓ ରଙ୍ଗ ଜଗଦଳାଙ୍କ କାହାଣୀ ।

ପ୍ରବଳ ବର୍ଷାରେ ମାଟି ଘର ଖଣ୍ଡିକ ଭାଙ୍ଗି ଯିବା ପରେ ରଙ୍ଗ ମାଗଣାରେ ଜିଲ୍ଲା ଜଳ ଓ ପରିମଳ ବିଭାଗ ପକ୍ଷରୁ ତିଆରି ହୋଇଥିବା ଶୌଚାଳୟକୁ ରନ୍ଧା ଘର ଭାବେ ବ୍ୟବହାର କରୁଛନ୍ତି । ଦୁଇ ପୁଅ ରହୁଛନ୍ତି ମାମୁଁ ଘରେ । କିନ୍ତୁ ଏହି ଦମ୍ପତ୍ତି ଶୌଚାଳୟରେ ରନ୍ଧାବଢା କରି ଖାଇ ସାରିବା ପରେ ବିଶ୍ରାମ ନେଉଛନ୍ତି ପାଖରେ ଥିବା ଏକ କ୍ଲବ ଘରେ । ତେବେ ଅନେକ ଦାବି ଆପତ୍ତି ପରେ ବି ଗୋବର୍ଦ୍ଧନକୁ ସରକାରୀ ବାସ ଖଣ୍ଡିଏ ମିଳି ପାରି ନାହିଁ । ସବୁ ଯୋଜନା ତାଙ୍କ ପାଇଁ ଯେପରି ମୂଲ୍ୟହୀନ ହୋଇ ପଡିଛି ।

ସୁବର୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.