ETV Bharat / state

ତାଲିମ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକିନେଲା ଘରୋଇ କମ୍ପାନୀ

author img

By

Published : Oct 5, 2020, 10:47 PM IST

ଖଲିଦନା ମେସିନ, ସିଲେଇ ମେସିନ, ମସଲା ଓ ହଳଦୀ ମେସିନ, ଧୂପକାଠି ମେସିନ ସହିତ ତାଲିମ ଦେବା ନାଁରେ ଠକେଇ । ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ବିକ୍ଷୋଭ । ଅଧିକ ପଢନ୍ତୁ...

ତାଲିମ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକିନେଲା ଘରୋଇ କମ୍ପାନୀ
ତାଲିମ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକିନେଲା ଘରୋଇ କମ୍ପାନୀ

ସୁବର୍ଣ୍ଣପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ । ସଭାନେତ୍ରୀ ମୋନାଲିସା ଶତପଥୀଙ୍କ ନେତୃତ୍ବରେ ଶତାଧିକ ମହିଳା ରଶ୍ମି ଇଣ୍ଡଷ୍ଟ୍ରିଜ ଓ କଂସଲଟାଏନ୍ସି ଏମଡି ବିନୋଦ ଜେନାଙ୍କୁ ଗିରଫ କରିବା ପାଇଁ ଦାବି କରି ଆନ୍ଦୋଳନ କରିଛନ୍ତି ।

ସୁବର୍ଣ୍ଣପୁର ସହରର ପଟାଭାଡ଼ିରେ ଏକ କାର୍ଯ୍ୟାଳୟ ଖୋଲି ମହିଳାଙ୍କୁ ପ୍ରଲୋଭିତ କରି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଖଲିଦନା ମେସିନ ,ସିଲେଇ ମେସିନ ,ମସଲା ଓ ହଳଦୀ ମେସିନ ,ଧୂପକାଠି ମେସିନ ସହିତ ତାଲିମ ଦେବା ନାଁରେ ପ୍ରତି ଗୃହିଣୀଙ୍କ ପାଖରୁ 20 ହଜ଼ାର ଟଙ୍କା ଲେଖାଏଁ ଠକି ନେଇଛି । ମହିଳାଙ୍କୁ ଉତ୍ପାଦିତ ଦ୍ରଵ୍ୟ ନିଜେ କିଣିବା ପାଇଁ କହି ମହିଳାଙ୍କୁ ପ୍ରଲୋଭିତ କରି କାର୍ଯ୍ୟାଳୟରେ ତାଲା ପକାଇ ଫେରାର ହୋଇ ଯାଇଛି । ତେବେ ସମ୍ପୃକ୍ତ ଏମଡିକୁ ଗିରଫ କରି ଗୃହିଣୀମାନଙ୍କ ଅର୍ଥ ଫେରସ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.