ETV Bharat / state

ଜମି ମାଫିଆଙ୍କ ସାଂଘାତିକ କାର୍ଯ୍ୟ; ଜଙ୍ଗଲ ଜମିକୁ ଜବରଦଖଲ କରି କଲେ ଚାଷ

ସରକାରୀ ଜମି ଜଙ୍ଗଲ ଜମିକୁ ଦଖଲ କରି ଚାଷ କରିବା ସହ କିଛିଦିନ ମଧ୍ୟରେ ନିଜର ଦାବି କରିବା ଷଡଯନ୍ତ୍ର କରି ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ମାତିଛନ୍ତି ଜମି ମାଫିଆ । ଆଉ ଏହି ମାଫିଆଙ୍କୁ ସହଯୋଗ କରୁଛନ୍ତି ବନ ବିଭାଗ କର୍ମଚାରୀ । ଏବେ ଶହଶହ ହେକ୍ଟର ଜଙ୍ଗଲ ଜମି ଚାଷଜମିରେ ପରିଣତ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବଢୁଛି ଅସନ୍ତୋଷ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Aug 26, 2020, 5:45 PM IST

ସୁବର୍ଣ୍ଣପୁର
ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗାଁରେ ଗୋଚର ଭୁଇଁର ଅଭାବ ଦେଖା ଦେଇଛି। କିଛି ଜବର ଦଖଲକାରୀ ଜଙ୍ଗଲ ଜମି ଜବରଦଖଲ କରି ଚାଷ କରୁଛନ୍ତି। ଗାଁ ଲୋକଙ୍କ ବାରଣ ସତ୍ତ୍ୱେ ଜଙ୍ଗଲ କିସମର ଜମିକୁ ସଫା କରି ଖେତ ତିଆରି କରି ଚାଷ କରୁଛନ୍ତି। ସେହି ଜାଗାରେ ପୂର୍ବରୁ ଥିବା ଶାଗୁଆନ, ଶିଶୁ ଓ ଖଇର ଆଦି ମୁଲ୍ୟବାନ ଗଛ ଗୁଡିକୁ କାଟି ଦେବା ସହିତ ମେସିନ ଲଗାଇ ସଂପୃକ୍ତ ଜାଗାକୁ ଚାଷ ଜମିରେ ପରିଣତ କରିଥିବା ଅଭିଯୋଗ ହୋଇଛି। ଜବର ଦଖଲକାରୀ ଜଙ୍ଗଲ ବିଭାଗର କର୍ମଚାରୀ ମାନଙ୍କ ସହ ବୁଝାମଣା କରି ଏହିସବୁ ବେଆଇନ କାମରେ ଲିପ୍ତ ରହିବା ସହ ଶହଶହ ହେକ୍ଟର ଜଙ୍ଗଲ ଜମିକୁ ଚାଷ ଜମିରେ ପରିଣତ କରିଛନ୍ତି।

ଜମି ମାଫିଆଙ୍କ ସାଂଘାତିକ କାର୍ଯ୍ୟ; ଜଙ୍ଗଲ ଜମିକୁ ଚାଷ ଜମିରେ ପରିଣତ କରି କଲେ ଚାଷ

ଏପରିକି ଏହି ଜବର ଦଖଲ ପଛରେ ଜଙ୍ଗଲ ବିଭାଗର କର୍ମଚାରୀ ମାନେ ପ୍ରତ୍ୟକ୍ଷ ଭାବେ ସାମିଲ ଥିବା ବେଳେ ସ୍ଥାନୀୟ କିଛି ବନ କର୍ମଚାରୀ ନିଜେ ଜବର ଦଖଲ କରି ଚାଷ କରୁଥିବା ଅଭିଯୋଗ ହୋଇଛି । ଗତ ଦୁଇ ତିନି ବର୍ଷ ତଳେ ଜବର ଦଖଲ ହୋଇଥିବା ଜମିରେ ଜଙ୍ଗଲ ବିଭାଗ ପକ୍ଷରୁ ଚାରା ରୋପଣ କରାଯାଇଥିଲା। ହେଲେ ସେ ସବୁକୁ ସଫା କରି ବର୍ତ୍ତମାନ ଚାଷ ଜମିରେ ପରିଣତ କରାଯାଇଥିବା ଅଭିଯୋଗ ହୋଇଛି । ଏବେ ମଧ୍ୟ କିଛି ଚାରା ଗଛ ଚାଷ ଜମିର ହିଡରେ ଥିବା ବେଳେ କିଛି ଚାରା ଚାଷ ଜମି ଗୁଡିକର ଉପର ମୁଣ୍ଡରେ ଥିବା ପାହାଡିଆ ସ୍ଥାନରେ ରହିଛି । ଗାଁ ଲୋକେ ଜଙ୍ଗଲ ବିଭାଗର ଅଧିକାରୀ ମାନଙ୍କୁ ଜବର ଦଖଲକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାରମ୍ବାର ଦାବି ଆପତ୍ତି କରୁଥିଲେ ମଧ୍ୟ କେହି ଶୁଣୁନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଅପରପକ୍ଷରେ ଜିଲ୍ଲା ବନ ଅଧିକାରୀ ସୁଶାନ୍ତ କୁମାର ସାମନ୍ତରାୟ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ ଗାଁ ଲୋକଙ୍କ ଅଭିଯୋଗ ଉପରେ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.