ETV Bharat / state

ଦରମା ବୃଦ୍ଧି ଦାବି: କଲେଜରେ ତାଲା ପକାଇଲେ ଅଧ୍ୟାପକ

author img

By

Published : Aug 17, 2019, 2:31 PM IST

ଦରମା ବୃଦ୍ଧିରେ କଲେଜର ଶ୍ରେଣୀ ଗୃହରେ ତାଲା ପକାଇଲେ ଅଧ୍ୟାପକ ଅଧ୍ୟାପିକା । ବାରମ୍ବାର ଦାବି ସତ୍ତ୍ବେ ପୂରଣ ନ ହେବାରୁ ଶେଷରେ ଆନ୍ଦୋଳନର ରାସ୍ତା ବାଛିଛନ୍ତି କଲେଜ କର୍ମଚାରୀମାନେ ।

ଫଟୋ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଦରମା ବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇଲେ ସୁବର୍ଣ୍ଣପୁର ଯୁକ୍ତ ତିନି ବିଜୁ ପଟ୍ଟନାୟକ ମହିଳାର ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ । ଶ୍ରେଣୀ ବର୍ଜନ କରିବା ସହ ମହାବିଦ୍ୟାଳୟର ସମସ୍ତ କୋଠାରେ ପକାଇଛନ୍ତି ତାଲା । ତିନି ଜଣ ଅଧ୍ୟାପିକା ଓ ଆଠ ଜଣ ଅଣ ଶିକ୍ଷକ ପରିଚାଳନା ପରିଷଦ ଆଗରେ ଦୀର୍ଘ ଦିନରୁ ଦାବି ଉପସ୍ଥାପନା କରିଥିଲେ । ଏପରିକି ପରିଚାଳନା ପରିଷଦର ସଭାପତି ଉପ-ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ନିକଟରେ ଦରମା ବୃଦ୍ଧି ନେଇ ଅଭିଯୋଗ କରିଥିଲେ । କିନ୍ତୁ ସବୁଠାରୁ ନିରାଶ ହେବା ପରେ ଶେଷରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ସେପଟେ, ମହାବିଦ୍ୟାଳୟର ଅଧ୍ୟକ୍ଷା ବୈଜୟନ୍ତୀ ନାଏକ ଆନ୍ଦୋଳନରତ କର୍ମଚାରୀଙ୍କୁ ନିବୃତ୍ତ ରହିବାକୁ ଅନୁରୋଧ କରିଥିବାବେଳେ ଦାବି ପୁରା ହେଲେ ଆନ୍ଦୋଳନରୁ ହଟିବେ ବୋଲି ଚେତାବନୀ ଦେଇଛନ୍ତି କର୍ମଚାରୀ । ଏପରିକି ଆଗାମୀ ଦିନରେ କଳାବ୍ୟାଚ ପିନ୍ଧି ଧାରଣା କରିବେ ବୋଲି କହିଛନ୍ତି ।

ଯୁକ୍ତି 3ର 2ୟ ସେମିଷ୍ଟାର ପରେ ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଆହୁରି ତ୍ରୀବ କରାଯିବ ଚେତାବନୀ ଦେଇଛନ୍ତି କର୍ମଚାରୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ସହରର ଯୁକ୍ତ ତିନି ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।ଦରମା ବୃଦ୍ଧି ଦାବୀରେ କର୍ମଚାରୀମାନେ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସହିତ କ୍ଲାସରୁମ ଗୁଡିକରେ ତାଲା ପକାଇ ଦେଇଛନ୍ତି ।ତିନି ଜଣ ଅଧ୍ୟାପିକା ଓ ଆଠ ଜଣ ଅଣ ଶିକ୍ଷକ ପରିଚାଳନା ପରିଷଦ ଆଗରେ ଦୀର୍ଘ ଦିନରୁ ନିଜର ଦାବୀ ଉପସ୍ଥାପନ କରିଥିଲେ ।ଏପରିକି ପରିଚାଳନା ପରିଷଦର ସଭାପତି ଉପ ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଥିଲେ ।ଗତକାଲି ମଧ୍ୟ ପରିଚାଳନା ପରିଷଦର ସଭାପତି ତଥା ଉପ ଜିଲ୍ଲାପାଳଙ୍କୁ ନିଜର ଦାବୀ ପୂରଣ ପାଇଁ ଅଭିଯୋଗ କରିଥିଲେ ।ହେଲେ ପରିଚାଳନା ପରିଷଦ ସଭାପତି କର୍ମଚାରୀମାନଙ୍କୁ ନିରୁତ୍ସାହିତ କରିଥିବା ଅଭିଯୋଗ ନେଇ ଆଜି ଏମାନେ ଆନ୍ଦୋଳନ କରିଛନ୍ତି ।ଶ୍ରେଣୀ ବର୍ଜନ କରିବା ସହିତ ମହାବିଦ୍ୟାଳୟର ସମସ୍ତ କୋଠରୀରେ ତାଲା ପକାଇ ଦେଇଛନ୍ତି ।ମହାବିଦ୍ୟାଳୟର ଅଧ୍ୟକ୍ଷା ବୈଜୟନ୍ତୀ ନାଏକ ଆନ୍ଦୋଳନରତ କର୍ମଚାରୀଙ୍କୁ ନିବୃତ୍ତ ହେବା ପାଇଁ ଅନୁରୋଧ କରିଥିଲେ ।ହେଲେ କର୍ମଚାରୀମାନେ ତାଙ୍କ ଅନୁରୋଧକୁ ବି ପ୍ରତ୍ୟାଖ୍ୟାନ କରିଛନ୍ତି ।କର୍ମଚାରୀମାନଙ୍କ ଦାବୀ ପୂରଣ ନ ହେବା ଯାଏଁ ଏହି ଆନ୍ଦୋଳନ ଜାରୀ ରହିବ ବୋଲି ଆନ୍ଦୋଳନରତ କର୍ମଚାରୀମାନେ କହିଛନ୍ତି ।ଆଗାମୀ 20 ତାରିଖ ଛାତ୍ରୀମାନଙ୍କ ପରୀକ୍ଷା ଥିବାରୁ ସେତେ ଦିନ ଯାଏଁ ଦାବୀ ପୂରଣ ନ ହେଲେ ପରୀକ୍ଷା କାର୍ଯ୍ୟରେ କଳାବେଜ ପିନ୍ଧି ସାମିଲ ହେବେ ବୋଲି କହିଛନ୍ତି ।ଯୁକ୍ତ ତିନି ଦ୍ବୀତିୟ ସେମିଷ୍ଟାର ପରେ ଦାବୀ ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ଭୟାବହ କରିବେ ବୋଲି କର୍ମଚାରୀମାନେ କହିଛନ୍ତି ।Body:ବାଇଟ-1-ବାସନ୍ତୀ ପଧାନ ,ଅଧ୍ୟାପିକା ,ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ,ସୁବର୍ଣ୍ଣପୁର ।
ବାଇଟ-2-ଦିନେଶ ନାଏକ , ଅଧ୍ୟାପକ , ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ,ସୁବର୍ଣ୍ଣପୁର ।
ବାଇଟ-3-ବୈଜୟନ୍ତୀ ନାଏକ ,ଅଧ୍ୟକ୍ଷା , ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ,ସୁବର୍ଣ୍ଣପୁର ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.