ETV Bharat / state

ରିଙ୍ଗରୋଡ଼ ପାଇଁ ପ୍ରଶାସନର ଜବରଦଖଲ ଉଚ୍ଛେଦ ଅଭିଯାନ

author img

By

Published : Nov 2, 2019, 6:00 PM IST

ରିଙ୍ଗରୋଡ଼ କାମ ପାଇଁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଜବରଦଖଲ ଦ୍ବାରା ଉଚ୍ଛେଦ ହୋଇଥିବା ପରିବାରଙ୍କୁ 'ଜାଗା ମିଶନ' ଯୋଜନାରେ ପ୍ରଶାସନ ପକ୍ଷରୁ ଘର ପାଇଁ ଜାଗା ଯୋଗାଇ ଦିଆଯିବା ନେଇ ସୂଚନା।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ସହରରେ ମହନଦୀରୁ ତେଲନଦୀ ଯାଏଁ ଚାଲିଥିବା ରିଙ୍ଗରୋଡ଼ କାମ ପାଇଁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ସରକାରୀ ସ୍ଥାନରେ ଦୀର୍ଘ ଦିନରୁ ଘର କରି ରହି ଆସୁଥିବା ପରିବାରଙ୍କ ବିରୋଧ ସତ୍ତ୍ବେ ପ୍ରଶାସନ ଏହି ଜବରଦଖଲ ଉଚ୍ଛେଦ କରିଛି । ପୂର୍ବରୁ ମହାନଦୀ ଭିତରେ ଜଳସେଚନ ବିଭାଗ ମାଟି ପକାଇ ରାସ୍ତା ତିଆରି କରୁଥିଲା । ହେଲେ ଏବେ ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ଏହି ରାସ୍ତା କାମ କରୁଥିବା ବେଳେ ମହାନଦୀ ଭିତରେ ମାଟି ପକାଇ ରାସ୍ତା ତିଆରି ନକରି ଢ଼ିପ ସ୍ଥାନରେ ରାସ୍ତା ତିଆରି ପାଇଁ ଜବରଦଖଲ ଉଚ୍ଛେଦ କରାଯାଉଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଜନସାଧାରଣଙ୍କ ବିରୋଧ ସତ୍ତ୍ବେ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଛି। ସଦର ପୌରପରିଷଦ ଓ ତହସିଲଦାରଙ୍କ ଉପସ୍ଥିତିରେ ମହାନଦୀ କୂଳରୁ ଏହି ଉଚ୍ଛେଦ କରାଯାଉଥିବା ବେଳେ ଅପ୍ରୀତିକର ପରିସ୍ଥିତି ଏଡେଇବାକୁ ବ୍ୟାପକ ସୁରକ୍ଷା ଗ୍ରହଣ କରାଯାଇଛି । ଜବରଦଖଲରୁ ଉଚ୍ଛେଦ କରାଯାଉଥିବା ପରିବାରଙ୍କୁ 'ଜାଗା ମିଶନ' ଯୋଜନାରେ ପ୍ରଶାସନ ପକ୍ଷରୁ ଘର ପାଇଁ ଜାଗା ଯୋଗାଇ ଦିଆଯିବ ବୋଲି ରାଜସ୍ବ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ସହରରେ ମହନଦୀରୁ ତେଲନଦୀ ଯାଏଁ ଚାଲିଥିବା ରିଙ୍ଗରୋଡ଼ କାମ ପାଇଁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଛେଦ ଅଭିଯାନ ଚାଲିଛି ।ସରକାରୀ ଯାଗାରେ ଦୀର୍ଘ ଦିନରୁ ଘର କରି ରହି ଆସୁଥିବା ପରିବାର ମାନଙ୍କ ବିରୋଧ ସତ୍ତ୍ୱେ ବି ପ୍ରଶାସନ ଜବରଦଖଲ ଉଛେଦ କରୁଛି ।ପୂର୍ବରୁ ମହାନଦୀ ଭିତରେ ଜଳସେଚନ ବିଭାଗ ମାଟି ପକାଇ ରାସ୍ତା ତିଆରି କରୁଥିଲା।ହେଲେ ଏବେ ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ଏହି ରାସ୍ତା କାମ କରୁଥିବା ବେଳେ ମହାନଦୀ ଭିତରେ ମାଟି ପକାଇ ରାସ୍ତା ତିଆରି ନ କରି ଢ଼ିପ ଯାଗାରେ ରାସ୍ତା ତିଆରି ପାଇଁ ଲୋକଙ୍କ ଜବରଦଖଲ ଉଛେଦ କରୁଛନ୍ତି ବୋଲି ଅଭିଯୋଗ ହେଉଛି ।

Body:ଜନସାଧାରଣଙ୍କ ବିରୋଧ ସତ୍ତ୍ୱେ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ମୁତୟନ କରାଯାଇ ଉଛେଦ ଜାରି ରହିଛି।ସଦର ପୌରପରିଷଦ ଓ ତହସିଲଦାରଙ୍କ ଉପସ୍ଥିତିରେ ମହାନଦୀ କୂଳରୁ ଏହି ଉଛେଦ କରାଯାଉଥିବା ବେଳେ ଅପ୍ରତିକର ପରିସ୍ଥିତି ଏଡେଇବାକୁ ବ୍ୟାପକ ସୁରକ୍ଷା ଗ୍ରହଣ କରାଯାଇଛି।ଜବରଦଖଲରୁ ଉଛେଦ କରାଯାଉଥିବା ପରିବାର ମାନଙ୍କୁ ଜାଗା ମିଶନ ଯୋଜନାରେ ପ୍ରଶାସନ ପକ୍ଷରୁ ଘରବାରି ଯାଗା ଯୋଗାଇ ଦିଆଯିବ ବୋଲି ରାଜସ୍ୱ ବିଭାଗରୁ ଜଣାପଡ଼ିଛି।
ବାଇଟ 1 ଶ୍ରଦ୍ଧାଞ୍ଜଳି ମିଶ୍ର , କ୍ଷତିଗ୍ରସ୍ତ , ସୁବର୍ଣ୍ଣପୁର।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.