ETV Bharat / state

ସୁବର୍ଣ୍ଣପୁରରେ ଟୀକାକରଣ ପାଇଁ ଚିହ୍ନଟ ପ୍ରକ୍ରିୟା ଜାରି - corona vaccine

କୋରୋନା ଟୀକାକରଣ ପାଇଁ ଚିହ୍ନଟ ପ୍ରକ୍ରିୟା ଜାରି । 60 ବର୍ଷରୁ ଅଧିକ ବୟସ୍କଙ୍କୁ ପ୍ରଥମ ପର୍ଯ୍ୟାୟରେ ଟୀକା ଦେବା ପାଇଁ ଚିହ୍ନଟ କରାଯାଇଛି। ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ଟୀକାକରଣ ପାଇଁ ଚିହ୍ନଟ ପ୍ରକ୍ରିୟା ଜାରି

author img

By

Published : Jan 1, 2021, 11:24 AM IST

ସୁବର୍ଣ୍ଣପୁର: ଜିଲ୍ଲାରେ କୋରୋନା ଟୀକାକରଣ ପାଇଁ ବୟସ୍କଙ୍କୁ ପ୍ରାଥମିକତା ଦେବା ଲାଗି ନିଷ୍ପତି ହୋଇଛି। 60 ବର୍ଷରୁ ଅଧିକ ବୟସ୍କଙ୍କୁ ପ୍ରଥମ ପର୍ଯ୍ୟାୟରେ ଟୀକା ଦେବା ପାଇଁ ଚିହ୍ନଟ କରାଯାଇଛି। ଗତକାଲି ସନ୍ଧ୍ୟା ସୁଦ୍ଧା ଜିଲ୍ଲାର ଛଅ ଗୋଟି ବ୍ଲକର 71 ହଜ଼ାର 298 ଜଣ ବ୍ୟକ୍ତିଙ୍କ ତାଲିକା ତିଆରି କରାଯାଇଛି। ବିନିକା ବ୍ଲକରେ 12 ହଜ଼ାର 527 ,ବିରମହରାଜପୁରରେ 10 ହଜ଼ାର 879 , ଡୁଙ୍ଗୁରିପାଲି ବ୍ଲକରେ 16 ହଜ଼ାର 193 ।

ସେହିପରି ତରଭାରେ 10 ହଜ଼ାର 332 , ଉଲୁଣ୍ଡାରେ 9 ହଜ଼ାର 729 ନାଇକେନପାଲି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ 9 ହଜ଼ାର ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସଦର ପୌର ଅଞ୍ଚଳରେ ଏଯାଏଁ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇ ନ ଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଚୂଡାନ୍ତ ପ୍ରକ୍ରିୟା ଶେଷ ହେବା ପରେ ଜିଲ୍ଲାରେ ପ୍ରତ୍ୟେକ ପଞ୍ଚାୟତରେ ସର୍ବସାଧାରଣଙ୍କ ଅବଗତି ପାଇଁ ଟୀକାକରଣ ତାଲିକା ପ୍ରକାଶ କରାଯିବ ବୋଲି ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ନିଷ୍ପତି ନେଇଛି।

ତାଲିକାରୁ ବାଦ ପଡିଥିବା ଯୋଗ୍ୟ ବ୍ୟକ୍ତି ନୋଡାଲ ଅଫିସରଙ୍କ ସହିତ ଯୋଗାଯୋଗ କରି ନିଜ ନାମ ପଞ୍ଜିକରଣ କରିବା ପାଇଁ ପଡିବ। ତେବେ ଏହି ଟୀକାକରଣ ଅଭିଯାନରେ ଜିଲ୍ଲାର ସମସ୍ତ ପଂଚାୟତ ପ୍ରତିନିଧି ମାନଙ୍କୁ ସାମିଲ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.