ETV Bharat / state

ସଦର ବ୍ଳକର ପ୍ରଥମ ଜନଶୁଣାଣୀରେ 44ଟି ମାମଲା ସମାଧାନ

author img

By

Published : Aug 19, 2019, 11:45 PM IST

ସଦର ବ୍ଳକର ମିଳିତ ଜନଶୁଣାଣୀ ଓ କୃଷି ସମାଧାନ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ଜିଲ୍ଲାର ଚାଷୀମାନଙ୍କୁ କୃଷି ସହାୟତା ଯୋଗାଇ ଦେବା ପାଇଁ ଚାଷୀମାନେ ଜିଲ୍ଲାପାଳଙ୍କ ପାଖରେ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ସଦର ବ୍ଳକର ସମ୍ମିଳନୀ କକ୍ଷରେ ମିଳିତ ଜନଶୁଣାଣୀ ଓ କୃଷି ସମାଧାନ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ଜିଲ୍ଲାର ଚାଷୀମାନଙ୍କୁ କୃଷି ସହାୟତା ଯୋଗାଇ ଦେବା ପାଇଁ ଚାଷୀମାନେ ଜିଲ୍ଲାପାଳଙ୍କ ପାଖରେ ଦାବି କରିଛନ୍ତି । ଚଳିତ ବର୍ଷ ଖରିଫ ଋତୁରେ ଅନିୟମିତ ବର୍ଷା ଯୋଗୁଁ ମରୁଡି ଓ ଏବେ ଲଘୁଚାପ ଜନିତ ବର୍ଷାରେ ବ୍ୟାପକ ଧାନ ଫସଲ କ୍ଷତି ହୋଇଛି । ଧାନ ସାଙ୍ଗକୁ ପନିପରିବା ଓ ଡାଲି ଜାତୀୟ ଶସ୍ୟ ଚାଷ ବି କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀମାନେ ଆବଶ୍ୟକ ରୋଗପୋକ ଔଷଧ ସାଙ୍ଗକୁ କୃଷି ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଆଜି ସଦର ବ୍ଳକର ସମ୍ମିଳନୀ କକ୍ଷରେ ପ୍ରଥମ ଥର ପାଇଁ ଆୟୋଜିତ ମିଳିତ ଜନଶୁଣାଣୀ ଓ କୃଷି ସମାଧାନ ଶିବିରରେ ଜନସାଧାରଣ କୃଷି କ୍ଷୟକ୍ଷତି ସାଙ୍ଗକୁ ବ୍ୟକ୍ତିଗତ ଅଭିଯୋଗମାନ ଜିଲ୍ଲାପାଳଙ୍କ ପାଖରେ ଉପସ୍ଥାପନ କରିଥିଲେ । ବିଶେଷକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗୋପବନ୍ଧୁ ଗ୍ରାମୀଣ ଯୋଜନା, ସୌଭାଗ୍ୟ ଯୋଜନା, ମଧୁବାବୁ ପେନସନ ଯୋଜନା, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ତଥା ଗାଁଗହଳିରେ ବ୍ଳକ କାର୍ଯ୍ୟାଳୟ ପକ୍ଷରୁ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମସ୍ୟା ଗୁଡିକୁ ଅଭିଯୋଗ କରିଥିଲେ ।

ଜିଲ୍ଲାପାଳ ମନୀଷା ବାନାର୍ଜୀ ହିତାଧିକାରୀଙ୍କ ଅଭିଯୋଗ ବ୍ୟକ୍ତିଗତ ଭାବେ ଶୁଣିବା ସହିତ ବିଭାଗୀୟ ଅଧିକାରୀମାନଙ୍କୁ ଦୁଇ ସପ୍ତାହ ଭିତରେ ସମସ୍ୟା ସମାଧାନ କରି ତାଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ 44ଟି କେସର ସମାଧାନ କରିବା ସହ ସ୍ବାସ୍ଥ୍ୟ ସମସ୍ୟା ଜନିତ ଅସହାୟ ବ୍ୟକ୍ତିମାନଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ପରିବହନ ଓ ଔଷଧ ପାଇଁ ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଉପଜିଲ୍ଲାପାଳ, ସଦର ତହସିଲଦାର, ବିଡିଓ ତଥା ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଅନେକ ଆଶା ନେଇ ଜନ ଶୁଣାଣୀ ଶିବିରକୁ ଆସିଥିବା ହିତାଧିକାରୀମାନେ ନୂତନ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଉତ୍ତମ ବ୍ୟବହାର ଓ ହିତାଧିକାରୀଙ୍କ ସମସ୍ୟା ସମାଧାନ ନିମନ୍ତେ ନିର୍ଦ୍ଦେଶ ପ୍ରଦାନକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ଜିଲ୍ଲାର ଚାଷୀମାନଙ୍କୁ କୃଷି ସହାୟତା ଯୋଗାଇ ଦେବା ପାଇଁ ଚାଷୀମାନେ ଜିଲ୍ଲାପାଳଙ୍କ ପାଖରେ ଦାବୀ କରିଛନ୍ତି ।ଚଳିତ ବର୍ଷ ଖରିଫ ଋତୁରେ ଅନିୟମିତ ବର୍ଷାରେ ଚେର ମରୁଡି ଓ ଏବେ ଲଘୁଚାପ ଜନିତ ବର୍ଷାରେ ବ୍ୟାପକ ଧାନ ଫସଲ କ୍ଷତି ହୋଇଛି ।ଧାନ ସାଂଗକୁ ପନିପରିବା ଓ ଡାଲିଜାତୀୟ ଶସ୍ୟ ଚାଷ ବି କ୍ଷତି ଗ୍ରସ୍ତ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।ଚାଷୀମାନଙ୍କୁ ଚଳିତ ଚାଷ ପାଇଁ ଆବଶ୍ୟକ ରୋଗ ପୋକ ଔଷଧ ସାଂଗକୁ କୃଷି ସହାୟତା ଯୋଗାଇ ଦେବା ପାଇଁ ଦାବୀ କରିଛନ୍ତି ।ଆଜି ସଦର ବ୍ଳକର ସମ୍ମିଳନୀ କକ୍ଷରେ ପ୍ରଥମ ଥର ପାଇଁ ଆୟୋଜିତ ମିଳିତ ଜନଶୁଣାଣୀ ଓ କୃଷି ସମାଧାନ ଶିବିରରେ ଜନସାଧାରଣ କୃଷି କ୍ଷୟକ୍ଷତି ସାଂଗକୁ ବ୍ୟକ୍ତିଗତ ଅଭିଯୋଗମାନ ଜିଲ୍ଲାପାଳଙ୍କ ପାଖରେ ଉପସ୍ଥାପନ କରିଥିଲେ ।ବିଶେଷକରି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ,ଗୋପବଂଧୁ ଗ୍ରାମୀଣ ଯୋଜନା ,ସୌଭାଗ୍ୟ ଯୋଜନା ,ମଧୂବାବୁ ପେନସନ ଯୋଜନା ,ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ତଥା ଗାଁ ଗହଳିରେ ବ୍ଳକ କାର୍ଯ୍ୟାଳୟ ପକ୍ଷରୁ ଚାଳିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମସ୍ୟା ଆଜି ଅଭିଯୋଗ କରିଥିଲେ ।Body:।ଜିଲ୍ଲାପାଳ ମନୀଷା ବାନାର୍ଜି ହିତାଧିକାରୀଙ୍କ ଅଭିଯୋଗ ବ୍ୟକ୍ତିଗତ ଭାବେ ଶୁଣିବା ସହିତ ବିଭାଗୀୟ ଅଧିକାରୀମାନଙ୍କୁ ଦୁଇ ସପ୍ତାହ ଭିତରେ ଜନସାଧାରଣଙ୍କ ସମସ୍ୟା ସମାଧାନ କରି ତାଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଏହି ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ 44 ଗୋଟି କେସର ସମାଧାନ କରିବା ସହିତ ସ୍ବାସ୍ଥ୍ୟ ସମସ୍ୟା ଜନିତ ଅସହାୟ ବ୍ୟକ୍ତିମାନଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ପରିବହନ ଓ ଔଷଧ ପାଇଁ ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ,ଉପ ଜିଲ୍ଲାପାଳ ,ସଦର ତହସିଲଦାର ,ବିଡିଓ ତଥା ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।ଅନେକ ଆଶା ନେଇ ଜନ ଶୁଣାଣୀ ଶିବିରକୁ ଆସିଥିବା ହିତାଧିକାରୀମାନେ ନୂତନ ଜିଲ୍ଲାପାଳ ମନୀଷା ବାନାର୍ଜିଙ୍କ ଉତ୍ତମ ବ୍ୟବହାର ଓ ହିତାଧିକାରୀଙ୍କ ଅଭିଯୋଗ ଉପରେ ନିର୍ଦ୍ଦେଶ ପ୍ରଦାନକୁ ଭୁରି ଭୁରି ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.