ETV Bharat / state

ରାତି ପାହିଲେ ଉର୍ସ ପର୍ବ, ଚଳଚଞ୍ଚଳ ସୁବର୍ଣ୍ଣପୁର

ସୋମବାରଠାରୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଦୁଇ ଦିନ ଧରି ପାଳିତ ହେବ ଉର୍ସ ପର୍ବ। ସୟଦ ସାହା ଅବଦୁଲ ଶକୁର ତଥା ପୀର ବାବାଙ୍କ ମଜାରରେ ଏହି ଉତ୍ସବ ପାଳନ କରାଯିବ। ଅଧିକ ପଢନ୍ତୁ...

author img

By

Published : Jan 24, 2021, 7:28 PM IST

festival will be celebrated in Subarnapur
ସୁବର୍ଣ୍ଣପୁରରେ ପାଳିତ ହେବ ଉସ୍ ପର୍ବ

ସୁବର୍ଣ୍ଣପୁର: ସୋମବାରଠାରୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଦୁଇ ଦିନ ଧରି ପାଳିତ ହେବ ଉର୍ସ ପର୍ବ। ସୟଦ ସାହା ଅବଦୁଲ ଶକୁର ତଥା ପୀର ବାବାଙ୍କ ମଜାରରେ ଏହି ଉତ୍ସବ ପାଳନ କରାଯିବ। ଏଥିପାଇଁ ମଜାର କମିଟି ଓ ଉର୍ସ ପର୍ବ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ମହାମାରୀ କୋରୋନାକୁ ଆଖି ଆଗରେ ରଖି ଏଥର ଆଉ ଶ୍ରଦ୍ଧାଳୁଙ୍କ ରହିବା କିମ୍ବା ଖାଇବା ଆଦି ପାଇଁ ବ୍ୟବସ୍ଥା କରାଯାଇ ନାହିଁ। ସେହିପରି ଚାଦର ଶୋଭାଯାତ୍ରା କେବଳ ସୀମିତ ଶ୍ରଦ୍ଧାଳୁଙ୍କୁ ନେଇ କରାଯିବ । ସେହିପରି ଜୁଳୁସ ବେଳେ କୌଣସି ବାଜା ବ୍ୟବସ୍ଥା କରାଯାଇ ନାହିଁ।

ସୁବର୍ଣ୍ଣପୁରରେ ପାଳିତ ହେବ ଉସ୍ ପର୍ବ

ଦୋକାନ ବଜାର ବି ମଜାର ଆଗରେ ନ ଲଗାଇବାକୁ କମିଟି ନିଷ୍ପତ୍ତି ନେଇଛି। ତେବେ ଶ୍ରଦ୍ଧାଳୁ ମାନେ ସାମାଜିକ ଦୂରତ୍ବ ରକ୍ଷା କରି ଶୃଙ୍ଖଳିତ ଦର୍ଶନ କରିବା ପାଇଁ ମଜାର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତେବେ ବେଶ୍ ନିରାଡ଼ମ୍ବର ଭାବେ ଏହି ପର୍ବ ପାଳନ କରାଯିବ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.