ETV Bharat / state

ବର୍ଷା ନାହିଁ, ଭାଙ୍ଗି ଚୁରମାର ହେଉଛି ସୁନେଲି ସ୍ବପ୍ନ

ଆଗକୁ ନୂଆଖାଇ । ଇଷ୍ଟ ଦେବୀଙ୍କ ପାଖରେ ନୂଆ ଲଗାଇବେ ପଶ୍ଚିମ ଓଡିଶାବାସୀ । ହେଲେ ଏପର୍ଯ୍ୟନ୍ତ ତଳି ରୁଆ ହୋଇନି । ମୁହଁମାରି ବସିଛି ସୁବର୍ଣ୍ଣପୁର ଚାଷୀ ।

author img

By

Published : Jul 24, 2019, 1:04 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ମାଟି ଫାଟି ଆଁ କରିଛି । ମୁଣ୍ଡରେ ହାତ ମାରି ବସିଛି ଚାଷୀ । ଆଖି ଆଗରେ ସୁନାର ଫସଲ ମରିବାକୁ ବସିଲାଣି । ଆଉ ଏହା ସହ ଚାଷୀର ସୁନେଲି ସ୍ବପ୍ନ ଧିରେ ଧିରେ ଭାଙ୍ଗି ଚୁରମାର ହୋଇଯାଉଛି । କାଳେ ଫସଲ ବଞ୍ଚିଯିବ, ଏହା ଭାବି ନିଜ ସ୍ତରରେ ଉଦ୍ୟମ ବି କରୁଛନ୍ତି ଚାଷୀ ।

ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ବର୍ଷ ଦେଖାଦେଇଛି ଏପ୍ରକାର ସ୍ଥିତି । ଆଷାଢ ଯାଇ ଶ୍ରାବଣ ହେଲାଣି । ହେଲେ ଟାଙ୍ଗରା ପଡିଛି ଜମି । ଯେଉଁ ସମୟରେ ତଳି ରୁଆ ହେବା କଥା, ଠିକ ସେହି ସମୟରେ ବର୍ଷା ହେବାର ନାଁ ଧରୁନି । ଆଜି ନହେଲେ କାଲି ବର୍ଷା ହେବ, ଏମିତି କିଛି ଆଶାରଖି ନିଜ ଫସଲ ବଞ୍ଚାଇ ରଖିବାକୁ ଚେଷ୍ଟା ଚଳାଇଛନ୍ତି ଚାଷୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଚଳିତ ବର୍ଷ ଜିଲ୍ଲାରେ ଏପର୍ଯ୍ୟନ୍ତ 34 ପ୍ରତିଶତ କମ ବର୍ଷା ହୋଇଛି । ଫଳରେ ଅଣଜଳସେଚିତ ବ୍ଲକ ଗୁଡିକରେ ଭୟଙ୍କର ମରୁଡି ସ୍ଥିତି ଦେଖାଦେଲାଣି । ଆଉ ବୋଝ ଉପରେ ନଳିତା ବିଡା ସାଜିଛି ଅଚଳ ଜଳସେଚନ ପ୍ରକଳ୍ପ । ପଡିଆ ପଡିଛି ହେକ୍ଟର ହେକ୍ଟର ଜମି । ଆଗାମୀ 5/6 ଦିନ ଭିତରେ ବର୍ଷା ନହେଲେ ସ୍ଥିତି ସଙ୍ଗୀନ ହେବ ସ୍ବୀକାର କରିଛି ଜିଲ୍ଲା କୃଷି ବିଭାଗ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ଜିଲ୍ଲାର ଚାଷୀମାନଙ୍କୁ ବିଳମ୍ବିତ ମୌସୁମୀ ସାଂଗକୁ ଅନିୟମିତ ବର୍ଷା ଏଥର ଦାଉ ସାଧିଛି । ଖରିଫ ଋତୁ ଆରମ୍ଭରେ ଝିପି ଝିପି ବର୍ଷାରେ ଯାହା ବି ରୁଆ ବିହୁଡା ହୋଇଥିଲା ତାହା ଏବେ ପ୍ରଚଣ୍ଡ ଖରାରେ କ୍ଷତିଗ୍ରସ୍ତ ହେବାକୁ ବସିଛି । ଏଥର ପାଣି ଅଭାବରୁ ବୁଣା ଚାଷ ଜମି ବିହୁଡା ହୋଇ ପାରୁ ନ ଥିବା ବେଳେ ରୁଆ ହୋଇଥିବା ଚାଷ ଜମି ସବୁ ଫାଟି ଆଁ କଲାଣି ।ଖତ ସାର ଦେଇ ରୁଆ ହୋଇଥିବା ଚାଷଜମିରେ ଧାନଗଛ ଗୁଡିକ ପ୍ରଚଣ୍ଡ ଖରାରେ ମରିବାକୁ ବସିଛି ।ଗୋଟିଏ ପ୍ରକାରେ ଜିଲ୍ଲାରେ ଚେର ମରୁଡିର ଭୟଙ୍କର ସ୍ଥିତି ଦେଖା ଦେଇଛି ।ଜିଲ୍ଲା କୃଷି ବିଭାଗ ଏଥର ପ୍ରାୟ 34 ପ୍ରତିଶତ କମ୍ ବର୍ଷା ହୋଇଥିବା କଥାକୁ ସ୍ବୀକାର କରିଥିବା ବେଳେ ବିଭିନ୍ନ ଜଳ ଉତ୍ସରୁ ପାଣି ମଡାଇ ଚାଷ ବଂଚାଇ ରଖିବାକୁ ଚାଷୀମାନଙ୍କୁ କୃଷି ପରାମର୍ଶ ଦେଇଛି ।Body:ଭିଓ-1-ଆଷାଢ ଯାଇ ଶ୍ରାବଣ ଆସିଛି ।ଆଉ ଏଇ ବେଳାରେ ଚାଷଜମି ସବୁ ଫାଟି ଆଁ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।ଏଥର ଅକ୍ଷୟ ତୃତୀୟାରୁ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀ ଖର୍ଢି ଚାଷ ଆରମ୍ଭ କରି କ୍ଷତି ସହିଛି ।ବର୍ଷା ଋତୁ ଆରମ୍ଭରେ ଝିପି ଝିପି ବର୍ଷାରେ ଯାହା ବି ଚାଷ କରିଥିଲା ଏବେ ସେହି ଜମିସବୁ ନଷ୍ଟ ହେବାକୁ ବସିଛି ।ପାଣି ଅଭାବରୁ ରୁଆ ହୋଇଥିବା ଚାଷଜମିରେ ବିଭିନ୍ନ ଜଳ ଉତ୍ସରୁ ପାଣି ମଡାଇବାକୁ ଚାଷୀ ଉଦ୍ୟମ କରୁଥିଲେ ହେଁ ଚାଷଜମିକୁ ପାଣି ପହଂଚି ପାରୁନାହିଁ ।ଏଇ ବେଳାରେ ଚାଷୀ ସାର ମୁଠିଏ ଦେଇ ଗଛକୁ ହୃଷ୍ଟପୃଷ୍ଟ କରିବା ସମୟରେ ଚେର ମରୁଡିରୁ ଧାନଗଛକୁ ରକ୍ଷା କରିବା ପାଇଁ ଚିନ୍ତିତ ହୋଇ ପଡିଛି ।ବାହାଲ ଜମିରେ ଦୁଇ ବୁଲିଆ ରାସାୟନିକ ସାର ପ୍ରୟୋଗ କରିବା ସମୟରେ ପାଣି ପାଇଁ ଆକାଶକୁ ଚାହିଁ ରହିଛି ଚାଷୀ ।ଏଥର ଜିଲ୍ଲାରେ ପ୍ରାୟ 34 ପ୍ରତିଶତ କମ ବର୍ଷା ହୋଇଥିବାରୁ ଖରିଫ ଋତୁର ପ୍ରଥମ ପର୍ଯ୍ୟାୟ ଚାଷ କାର୍ଯ୍ୟ ବି ସଂପୂର୍ଣ୍ଣ ହୋଇ ପାରିନାହିଁ ।ଋଣ କରଜ କରି ଚାଷ କରିଥିବା ଚାଷୀ ହତାଶ ହୋଇପଡିଛି ।ଏବେ ଠୁଁ ସରକାର ମରୁଡି ଘୋଷଣା କରିବା ପାଇଁ ଚାଷୀ ଦାବୀ କରିଛି ।
ବାଇଟ-1-ବାପି ଦାସ ,ଚାଷୀ , ସୁବର୍ଣ୍ଣପୁର ।(ଯୁବକ )
ବାଇଟ-2-କୁନୁ ବିଶି ,ଚାଷୀ ,ସୁବର୍ଣ୍ଣପୁର ।(ଲାଲ ଗାମୁଛା )
ବାଇଟ-3-ମାଗୁଣୀ ମୁଦୁଲି ,ଚାଷୀ ,ସୁବର୍ଣ୍ଣପୁର (ନୀଳ ଗାମୁଛା )
ଭିଓ-2-ଜିଲ୍ଲାରେ ଚାରୋଟି ଅଣଜଳସେଚିତ ବ୍ଳକ ତରଭା , ଉଲୁଣ୍ଡା ,ବୀରମହାରାଜପୁର ଓ ସଦର ସୋନପୁର ଅଂଚଳର ଚାଷୀମାନଙ୍କ ଧାନ ଉତ୍ପାଦନ ଆଶା ସଂପୂର୍ଣ୍ଣ ମଉଳି ଯାଇଛି ।ଗତ ଜୁନ ମାସରେ 167 ମିଲିମିଟର ହାରାହାରି ବର୍ଷା ରେକର୍ଡ କରାଯାଇଥିବା ବେଳେ ଚଳିତ ମାସ ଏତେବେଳ ସୁଦ୍ଧା 170 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।ଯାହା ଧାନ ଚାଷ ପାଇଁ ପ୍ରାୟ 34 ପ୍ରତିଶତ ବର୍ଷା କମ ହୋଇଛି ।ଫଳରେ ଏବେ ଅଣଜଳସେଚିତ ବ୍ଳକ ଗୁଡିକର ଚାଷଜମି ସବୁ ଭୟଙ୍କର ମରୁଡିର ସମ୍ମୁଖୀନ ହୋଇଛି ।ଚାଷୀମାନେ ଏବେ ଠୁଁ ଭୟଙ୍କର ମରୁଡିର ସଂକେତ ପାଇଥିବା ବେଳେ ମରୁଡି ଘୋଷଣା ଦାବୀ କରିଛନ୍ତି ।ଚଳିତ ବର୍ଷ ଜିଲ୍ଲାରେ 1 ଲକ୍ଷ 30 ହଜାର 350 ହେକ୍ଟର ଚାଷଜମିରେ ଚାଷ କରିବାକୁ ଜିଲ୍ଲା କୃଷି ବିଭାଗ ଯୋଜନା ପ୍ରସ୍ତୁତ କରିଥିବା ବେଳେ ଏତେ ବେଳ ଯାଏଁ ମାତ୍ର 52 ହଜାର 719 ହେକ୍ଟର ଚାଷଜମିରେ ଚାଷ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ।ଚାଷ ଜମିକୁ ମରୁଡିରୁ ରକ୍ଷା କରିବାକୁ ଅଚଳ ହୋଇ ପଡିଥିବା ଉଠା ଜଳସେଚନ ପ୍ରକଳ୍ପଗୁଡିକ କାର୍ଯ୍ୟକ୍ଷମ କରିବାକୁ ଚାଷୀ ଦାବୀ କରିଛି ।ମରୁଡି ଘୋଷଣା ସାଂଗକୁ ଋଣ ଛାଡ ,ଶସ୍ୟ ବୀମା ପ୍ରଦାନ ଓ ସବୁ ଦିନିଆଁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ଚାଷୀ ଦାବୀ କରିଛି ।ଅପରପକ୍ଷରେ କମ୍ ବର୍ଷା ହୋଇଥିବା କଥାକୁ ଜିଲ୍ଲା କୃଷି ବିଭାଗ ସ୍ବୀକାର କରିଛି ।ଆଗାମୀ ପାଂଚ ଦିନ ଭିତରେ ବର୍ଷା ନ ହେଲେ ସ୍ଥିତି ଗମ୍ଭିର ହେବ ବୋଲି କହିଛି ।
ବାଇଟ-4-ନରେନ୍ଦ୍ର ପଣ୍ଡା ,ଚାଷୀ ,ସୁବର୍ଣ୍ଣପୁର ।(ବୁଢା)
ବାଇଟ-5-ସୁନୀଲ କୁମାର ଠାକୁର ,କନିଷ୍ଠ କୃଷି ଅଧିକାରୀ ,ସୁବର୍ଣ୍ଣପୁର ।Conclusion:ଫାଭିଓ-ଅନିୟମିତ ବର୍ଷା ପାଇଁ ହଜାର ହଜାର ହେକ୍ଟର ଚାଷଜମି ପଡିଆ ପଡିଛି ।ଚାଷୀ ଯାହା ବି ଚାଷ କରିଥିଲା ଅଧିକାଂଶ ଜମି ପାଣି ଅଭାବରୁ ମରିବାକୁ ବସିଛି ।ଜିଲ୍ଲାରେ ସରକାରଙ୍କର 35 ପ୍ରତିଶତ ଚାଷ ଜମିରେ ଜଳସେଚନର ସ୍ବପ୍ନ ବହୁ ଦୂରେରେ ଥିବା ବେଳେ ଏବେ ଠୁଁ ରାଜସ୍ବ ବିଭାଗ ସଚେତନ ହେବା ଜରୁରୀ ହୋଇ ପଡିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.