ETV Bharat / state

ସୁବର୍ଣ୍ଣପୁର ଗସ୍ତରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ - farmers review meeting

ସୁବର୍ଣ୍ଣପୁର ଗସ୍ତରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ। ଏହି ଟିମ କୃଷି ଓ କୃଷକର ଉନ୍ନତି ବିଷୟରେ ଆଲୋଚନା, ମତ ବିନିମୟ ଓ ସମୀକ୍ଷା କରିଛନ୍ତି।

ଫଟୋ ସୌଜନ୍ୟ: ପ୍ରତିନିଧି ସୁବର୍ଣ୍ଣପୁର
author img

By

Published : Sep 8, 2019, 3:00 PM IST

ସୁବର୍ଣ୍ଣପୁର: କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସୁବର୍ଣ୍ଣପୁର ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏହି ଟିମ କୃଷି ଓ କୃଷକର ଉନ୍ନତି ବିଷୟରେ ଆଲୋଚନା, ମତ ବିନିମୟ ଓ ସମୀକ୍ଷା କରିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି ସୁବର୍ଣ୍ଣପୁର

ପରିଷଦର ଅଧ୍ୟକ୍ଷ ଆର କେ ସାମନ୍ତଙ୍କ ନେତୃତ୍ବରେ ଆସିଥିବା ବୈଜ୍ଞାନିକ ମଣ୍ଡଳୀ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଥିବା ସମନ୍ବିତ କୃଷି ପ୍ରକଳ୍ପ ସବୁ ବୁଲି ଦେଖିଛନ୍ତି। ସୁବର୍ଣ୍ଣପୁର ଓ ବୌଦ୍ଧ କେଭିକେର କୃଷି ଵିଜ୍ଞାନୀ ଓ ଅଗ୍ରଣୀ ଚାଷୀଙ୍କ ସହିତ କୃଷି ଅର୍ଥନୀତିକୁ ନେଇ ମତ ବିନିମୟ କରିଛନ୍ତି।

ଏହି ଅବସରରେ ଆୟୋଜିତ ସମୀକ୍ଷା ବୈଠକରେ କୃଷି ପ୍ରଣାଳୀ , ଅର୍ଥନୈତିକ ଚାଷ , ସମନ୍ବିତ ଚାଷ , କୃଷି ଯନ୍ତ୍ରପାତି ,ଜୈବିକ ସାର , ରୋଗ ପୋକ ନିୟନ୍ତ୍ରଣ ଓ ଉତ୍ପାଦନ ବୃଦ୍ଧି ସମ୍ପର୍କରେ ଆଲୋଚନା କରାଯାଇଛି।

ଏହି ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ସହିତ ଉଭୟ ଜିଲ୍ଲାର ଚାଷୀ ମାନଙ୍କ ସହିତ ଆଲୋଚନା କରିଛନ୍ତି।ଆଗାମୀ ଦିନରେ କୃଷି ଉତ୍ପାଦନକୁ ଦ୍ଵିଗୁଣିତ କରିବା ଏହି ପ୍ରତିନିଧି ମଣ୍ଡଳୀର ମୂଳ ଲକ୍ଷ୍ୟ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:କୃଷି ଓ କୃଷକର ଉନ୍ନତି ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସୁବର୍ଣ୍ଣପୁର ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ , ମତ ବିନିମୟ ଓ ସମୀକ୍ଷା କରିଛନ୍ତି।ପରିଷଦର ଅଧ୍ୟକ୍ଷ ଆର କେ ସାମନ୍ତଙ୍କ ନେତୃତ୍ୱରେ ଆସିଥିବା ବୈଜ୍ଞାନିକ ମଣ୍ଡଳୀ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଥିବା ସମନ୍ବିତ କୃଷି ପ୍ରକଳ୍ପ ସବୁ ବୁଲି ଦେଖିଥିଲେ।ସୁବର୍ଣ୍ଣପୁର ଓ ବୌଦ୍ଧ କେ ଭି କେର କୃଷି ଵିଜ୍ଞାନୀ ଓ ଅଗ୍ରଣୀ ଚାଷୀଙ୍କ ସହିତ କୃଷି ଅର୍ଥନୀତିକୁ ନେଇ ମତ ବିନିମୟ କରିଛନ୍ତି।

Body:ଏହି ଅବସରରେ ଆୟୋଜିତ ସମୀକ୍ଷା ବୈଠକରେ କୃଷି ପ୍ରଣାଳୀ , ଅର୍ଥନୈତିକ ଚାଷ , ସମନ୍ୱିତ ଚାଷ , କୃଷି ଯନ୍ତ୍ରପାତି ,ଜୈବିକ ସାର , ରୋଗ ପୋକ ନିୟନ୍ତ୍ରଣ ଓ ଉତ୍ପାଦନ ବୃଦ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି।ଏହି ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ସହିତ ଉଭୟ ଜିଲ୍ଲାର ଚାଷୀ ମାନଙ୍କ ସହିତ ଆଲୋଚନା କରିଛନ୍ତି।

Conclusion:ଆଗାମୀ ଦିନରେ କୃଷି ଉତ୍ପାଦନକୁ ଦ୍ଵିଗୁଣିତ କରିବା ଏହି ପ୍ରତିନିଧି ମଣ୍ଡଳୀର ମୂଳ ଲକ୍ଷ୍ୟ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.