ETV Bharat / state

ଧାନ ନେଉନି ସମବାୟ ସମିତି, ସଂକଟରେ ଚାଷୀ - lifting

ସୁବର୍ଣ୍ଣପୁର ବ୍ଲକ କୋଟସମଲାଇ ପ୍ରାଥମିକ ସମବାୟ ସମିତିରୁ ରବି ଋତୁର ଧାନ ଉଠୁ ନ ଥିବାରୁ ଚାଷୀମାନେ ଆନ୍ଦୋଳନ ଆରମ୍ଭ କରଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Jun 14, 2019, 9:26 AM IST

ସୁବର୍ଣ୍ଣପୁର: ଉଲୁଣ୍ଡା ବ୍ଲକ କୋଟସମଲାଇ ପ୍ରାଥମିକ ସମବାୟ ସମିତିରୁ ରବି ଋତୁର ଧାନ ଉଠୁ ନ ଥିବାରୁ ଚାଷୀମାନେ ଆନ୍ଦୋଳନ ଆରମ୍ଭ କରଛନ୍ତି । ଆଜି ଚାଷୀମାନେ ଜିଲ୍ଲା ପ୍ରଶାସନ ନିକଟରେ ଧାନ ଉଠାଇବାକୁ ଦାବି କରିଛନ୍ତି । ଚାଷୀମାନେ ନିଜ ଉତ୍ପାଦିତ ରବି ଋତୁର ଧାନ ସମିତିରେ ବିକ୍ରି କରିବା ପାଇଁ ଆଣୁଛନ୍ତି । ହେଲେ ପୂର୍ବରୁ କିଣାଯାଇ ଥିବା ଧାନ ଉଠୁ ନ ଥିବାରୁ ସମିତି କର୍ତ୍ତୃପକ୍ଷ ଚାଷୀଙ୍କ ଧାନ ଆଉ କିଣୁ ନାହାନ୍ତି । ଫଳରେ ଚାଷୀମାନେ ଦଲାଲ ପାଖରେ ଧାନ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଆଜି ଚାଷୀମାନେ ଜିଲ୍ଲାପାଳଙ୍କ ସହିତ ସାକ୍ଷାତ କରି ନ ପାରିବାରୁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀଙ୍କୁ ସାକ୍ଷାତ କରି ନିଜ ଦାବି ଜଣାଇଥିଲେ । ଧାନକୁ ସୁରକ୍ଷା ଦେବା ପାଇଁ ଚାଷୀମାନଙ୍କୁ ପଲିଥିନ ଯୋଗାଇ ଦେବା ପାଇଁ ଦାବି କରିଥିଲେ । ମିଲର୍ସମାନଙ୍କ ଅବହେଳା ଯୋଗୁଁ ଚାଷୀ ନିଜ ଧାନ ବିକ୍ରି କରି ପାରୁନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଅପରପକ୍ଷରେ ସମ୍ବଲପୁରର ତିନୋଟି ମିଲର୍ସଙ୍କୁ କୋଟସମଳାଇ ସମିତିର ଧାନ ଉଠାଇବାକୁ ନିର୍ଦ୍ଦେଶ ଦେଇଥିବା ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

zngn

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.